ଶିଶୁର ତାଳୁରେ ଛିଦ୍ର ଦେଖି ହସ୍ପିଟାଲ ନେଲେ ମା’, ସତକଥା ଜଣାପଡ଼ିବା ପରେ ନିଜେ ଲାଜେଇ ଗଲେ

ଲଣ୍ଡନ,୧୫।୫: ଜଣେ ମା’ ତା ପିଲା ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମଗ୍ର ଦୁନିଆ ଜାଣିଛି। ପିଲା ପ୍ରତି ସାମାନ୍ୟ କ୍ଷତି ପହଞ୍ଚିଲେ ସତେ ଯେମିତି ମା’ର ଜୀବନ ଛାଡ଼ିଯାଏ। ସେମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ୨୪ ବର୍ଷୀୟା ମହିଳା ବ୍ୟାକି ଷ୍ଟାଇଲିଶ୍‌ ତାଙ୍କ ୧୦ ମାସର ଶିଶୁ ପାଟିରେ ଏକ ଛିଦ୍ର ବା କଣା ଦେଖି ହଡ଼ବଡ଼େଇ ଯାଇଥିଲେ। ତାଙ୍କ ମୁଣ୍ଡ କିଛି ସମୟ ପାଇଁ କାମ କଲାନି। ପରେ ବ୍ୟାକି ଶିଶୁଟିକୁ ଡାକ୍ତରଙ୍କ ନିକଟକୁ ନେଇଥିଲେ। ସେଠାରେ ସତ ଜଣାପଡ଼ିବା ପରେ ବ୍ୟାକି ନିଜେ ଲାଜେଇ ଯାଇଥିଲେ। ତେବେ ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଶିଶୁଟିର ତାଳୁରେ ଏକ ଛିଦ୍ର ଦେଖି ବ୍ୟାକି ଛୁଇଁବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ତାଙ୍କୁ ରୋକିଥିଲେ। ସେ କିନ୍ତୁ ଡରି ଯାଇଥିଲେ। ସଙ୍ଗେ ସଙ୍ଗେ ଟର୍ଚ୍ଚ ମାରି ଦେଖିବାରୁ ତାଙ୍କୁ ବୁଦ୍ଧି ବାଟ କିଛି ଦିଶିଲାନି। ବ୍ୟାକି ତାଙ୍କ ବାପାଙ୍କୁ ଫୋନ୍‌ କରିବାରୁ ସେ ତୁରନ୍ତ ହସ୍ପିଟାଲ ନେଇଯିବାକୁ କହିଲେ। ଡାକ୍ତର ଯେତେବେଳେ ଶିଶୁଟିର ପାଟି ଦେଖିଲେ ଏହା ଏକ ଷ୍ଟିକର ବୋଲି ଜାଣିଲେ। ଯାହାକି ଶିଶୁଟିର ତାଳୁରେ କେମିତି ଲାଗିଯାଇଥିଲା। ଏହା ଜାଣିବା ପରେ ବ୍ୟାକି ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। କାରଣ ମା’ ହୋଇ ଶିଶୁଟି ତାଳୁରେ ଷ୍ଟିକର କେମିତି ଲାଗିଲା ସେ ଜାଣିପାରିଲେ ନାହିଁ। ସେ ଏହାକୁ ଲୋକମାନଙ୍କ ସହିତ ଶେୟାର କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ମା-ବାପା ପିଲାମାନଙ୍କ ପ୍ରତି ଧ୍ୟାନ ଦେବା ଉଚିତ୍‌। ସାମାନ୍ୟ ଅସାବଧାନତା ଯୋଗୁ ବଡ଼ ଧରଣର କ୍ଷତି ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ଓ ମସଲାଯୁକ୍ତ ଖାଦ୍ୟ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ...

କରୋନାରୁ ବର୍ତ୍ତିବା ପାଇଁ ଏଭଳି ମାସ୍କ ପିନ୍ଧିଲେ ବ୍ୟକ୍ତି

ପୁଣେ,୪।୭: ଦେଶରେ କରୋନା ଭାଇରସ୍‌ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ...

ମାଛ ଧରିବାକୁ ନଦୀରେ ବନ୍‌ଶୀ କଣ୍ଟା ପକାଇଲେ ମତ୍ସ୍ୟଜୀବୀ, ଏଥିରେ ଲାଗିଲା ଏକ ବିରାଟକାୟ…

ଅଷ୍ଟ୍ରେଲିଆର ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ନଦୀରେ ବନ୍‌ଶୀକଣ୍ଟା ପକାଇଥିଲେ। ମାତ୍ର ମାଛ ବଦଳରେ ଏଥିରେ ଏକ ବଡ଼ କୁମ୍ଭୀର ଲାଗିଗଲା। ଏହାର ଫଟୋ ଏବେ...

ବିସ୍କୁଟ କପ୍‌ରେ ଚା’: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମଦୁରାଇ, ୨୮।୭: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀ ପାଇଁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ପ୍ଲାଷ୍ଟିକ୍‌ର ବ୍ୟବହାର କମ୍‌ କରିବା ଲାଗି ତାମିଲନାଡୁର ମଦୁରାଇରେ ଥିବା...

ଅମ୍ଳଜାନ ପାଇଁ ଚଢ଼ିଲେ ଗଛ

କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସାଧାରଣତଃ ଅମ୍ଳଜାନ ଅଭାବରୁ ସମସ୍ୟା ଦେଖା ଦେଇଥାଏ। ଏମିତିରେ କିଛି ଡାକ୍ତରଖାନାରେ ଅମ୍ଳଜାନ ଯୋଗାଇପାରୁ ନ ଥିବାରୁ ଅନେକ ରୋଗୀ ମୃତ୍ୟୁବରଣ...

ପେନ୍‌ରେ ଜୀବନ୍ତ ପରଜୀବୀ କୃମି

ପେନ୍‌ ବା କଲମ ବିଭିନ୍ନ ପ୍ରକାରର ଦେଖିଥିବେ। ଅନେକଙ୍କର ବିଭିନ୍ନ ପ୍ରକାର ପେନ୍‌ ରଖିବାର ସଉକ ବି ଥାଏ। ଜାପାନରେ ଏଭଳି ଏକ ପେନ୍‌ ତିଆରି...

ଓଜନ ବଢ଼ିଲେ କଟିବ ଦରମା

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ପ୍ରସିଦ୍ଧ ଏମିରେଟ୍‌ସ ଏୟାରଲାଇନ୍‌ର ଏୟାର ହୋଷ୍ଟେସଙ୍କ ଓଜନ ବଢ଼ିଲେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏହାର ପୂର୍ବତନ କର୍ମଚାରୀମାନେ...

ଏହି ମନ୍ଦିରରେ ତେଲ କି ଘିଅରେ ନୁହେଁ ବରଂ ନଦୀ ପାଣିରେ ଜଳିଥାଏ ଅଖଣ୍ଡ ଦୀପ

ଧର୍ମ ଓ ଆସ୍ଥାରେ ଏଭଳି ଚମତ୍କାରିତା ରହିଛି ଯାହା ଭଗବାନଙ୍କ ଉପରେ ଥିବା ଶ୍ରଦ୍ଧାକୁ ଆହୁରି ବଢ଼ାଇଦେଇଥାଏ। ଭାରତରେ ଦେବୀ ମା’ଙ୍କର ଅନେକ ଚମତ୍କାରୀ ମନ୍ଦିର...

Advertisement
Archives

Model This Week