ମହାନଦୀ ଉପରେ ନିର୍ମାଣ ହେବ ସୁଉଚ୍ଚ ସେତୁ

ସୋନପୁର,୧।୯(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାବାସୀଙ୍କ ପାଇଁ ଖୁସି ଖବର। ବୌଦ୍ଧ ଜିଲାର ବାଉଁଶୁଣୀରୁ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରକୁ ମହାନଦୀ ଉପରେ ନିର୍ମାଣ ହେବ ହାଇ ଲେବୁଲ(ସୁ ଉଚ୍ଚ) ସେତୁ। ସୋନପୁର ନିକଟସ୍ଥ ମହାନଦୀ ସେତୁଠାରୁ ବୀରମହାରାଜପୁରରେ ପ୍ରସ୍ତାବିତ ସେତୁର ଦୂରତା ମାତ୍ର ୧୭ କିଲୋମିଟର। ସେହିପରି ବୌଦ୍ଧ-ଟିଆକଟା ସେତୁଠାରୁ ପ୍ରସ୍ତାବିତ ବାଉଁଶୁଣୀ ସେତୁର ଦୂରତା ପ୍ରାୟ ୨୭ କିଲୋମିଟର ହେବ। ଏହି ସେତୁ ନିର୍ମାଣ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାର ନିକଟରେ ଅନୁମୋଦନ କରିଥିଲେ। ସେତୁ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବିଶ୍ୱ ବ୍ୟାଙ୍କ ପ୍ରକଳ୍ପ ଓଡିଶାର ମୁଖ୍ୟଯନ୍ତ୍ରୀ ଗତ ୨୮ ତାରିଖରେ ଟେଣ୍ଡର ଆହ୍ବାନ କରିଛନ୍ତି। ଇପିସି(ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକଶନ) କଣ୍ଟ୍ରାକ୍ଟ ବେସିସରେ ଟେଣ୍ଡର ଆହ୍ବାନ କରାଯାଇଛି। ସେପ୍ଟେମ୍ବର ୧ ତାରିଖ ସକାଳ ୧୦ଟାରୁ ସେପ୍ଟେମ୍ବର ୨୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୁପର କ୍ଲାସ କଣ୍ଟ୍ରାକ୍ଟର ମାନେ ହିଁ ଅନ୍‌ଲାଇନରେ ଆବେଦନ କରିପାରିବେ। ସେପ୍ଟେମ୍ବର ୨୮ ତାରିଖରେ ଟେଣ୍ଡର ଖୋଲାଯିବ। ବୌଦ୍ଧ ଜିଲାରେ ମହାନଦୀ ଉପରେ ଏହି ଦ୍ୱିତୀୟ ସୁ ଉଚ୍ଚ ସେତୁ ନିର୍ମାଣ ପାଇଁ ଷ୍ଟେଟ୍‌ ପ୍ଲାନରେ ପ୍ରାୟ ୧୫୦ କୋଟି ବ୍ୟୟ ହେବ। ୧୨ ମିଟର ଚଡଡା ବିଶିଷ୍ଟ ସେତୁର ଉଭୟ ପାର୍ଶ୍ୱରେ ଫୁଟପାଥ ରହିବ। ସେତୁର ଲମ୍ବ ୧୭୩୬ ମିଟର ଓ ଏଥିରେ ମୋଟ ୨୮ଟି ସ୍ପାନ ରହିବ ବୋଲି ଜଣାପଡିଛି। ସେହିପରି ୬୨ ମିଟର ଦୂରତାରେ ଗୋଟିଏ ଲେଖାଏଁ ସ୍ପାନ ରହିବ। ବୌଦ୍ଧ ପୂର୍ତ୍ତ ବିଭାଗ ଅଧୀନରେ ଏହି ସେତୁ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୀରମହାରାଜପୁର ଗସ୍ତ ସମୟରେ ବୀରମହାରାଜପୁର-ବାଉଁଶୁଣୀ ସେତୁ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ପରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ବିଧାନସଭା କମିଟି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ତେବେ ସର୍ଭେ ପରେ ଏହି ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ଜୁଲାଇ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତ ସମୟରେ ବୀରମହାରାଜପୁର ଅଧିବାସୀ ପ୍ରସ୍ତାବିତ ସେତୁ ନିର୍ମାଣ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ସେହିପରି ବୌଦ୍ଧ ଜିଲାବାସୀଙ୍କ ପକ୍ଷରୁ ମହାନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ସେତୁ ନିର୍ମାଣ ହେଲେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ଅଧିବାସୀଙ୍କ ପାଇଁ ଯୋଗାଯୋଗ ସହଜ ହେବ। ଦୂରତା ହ୍ରାସ ପାଇବା ସହ ପୂର୍ବ ଓ ପଶ୍ଚିମ ଓଡିଶା ସହିତ ଯୋଗାଯୋଗ ହୋଇପାରିବ। ଏହି ସେତୁ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଥିବାରୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?