ବାୟୁବୀରଙ୍କ ଆକାଶ ମାର୍ଗରେ ସାହସିକ ପ୍ରର୍ଦଶନ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜଧାନୀର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆରେ ଶୁକ୍ରବାର ‘ସୂର୍ଯ୍ୟକିରଣ ଏୟାର ଶୋ’ର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ବାୟୁବୀରମାନେ ଆକାଶ ମାର୍ଗରେ ନିଜର ସାହସିକତା ପ୍ରଦର୍ଶନ କରିଛନ୍ତି। ଭିନ୍ନ ଭିନ୍ନ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇ ଓଡ଼ିଶାବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି ବାୟୁବୀର। ଶୁକ୍ରବାର ସକାଳୁ ଭୁବନେଶ୍ୱରର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ସେଠାରେ ଲୋକଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’। ଏକା ସାଙ୍ଗରେ ୯ଟି ହକ୍‌ ଲଢୁଆ ବିମାନ ଆକାଶରେ ଗର୍ଜନ କରି ଭିନ୍ନ କୌଶଳରେ ଉଡ଼ିଥିଲେ। ଏହାକୁ ଦେଖିବା ପାଇଁ ଘରର ଛାତ ଉପରେ ଲୋକଙ୍କ ଭିଡ଼ ଜମିଥିଲା। ଗୋଟିଏ ପରେ ଗୋଟିଏ ଏରୋବେଟିକ୍‌ ଟିମ୍‌ ଆକାଶରେ ଉଡ଼ି ନିଜର କୌଶଳ ପ୍ରଦର୍ଶନ କରିଥିଲେ। ଏହି ଶୋ’ପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଓଡ୍ରାଫ୍‌ ଟିମ୍‌ ସହ ୪୫ ସେକ୍ସନ ଫୋର୍ସ ମୁତୟନ କରାଯାଇଥିଲା। ଅନ୍ୟପଟେ ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ କୁଆଖାଇ ବାଲିଯାତ୍ରା ପଡିଆରେ ଉପସ୍ଥିତ ରହି ବାୟୁବୀରଙ୍କ ଦୁଃସାହସିକ ପ୍ରଦର୍ଶନ ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌: ବାପା ମୃତ, ପୁଅ ଗୁରୁତର; କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ୨ ଘଣ୍ଟା ଧରି ବନ୍ଦ ରହିଲା ଯାତାୟାତ

ନିମାପଡ଼ା,୫।୯(ଡି.ଏନ୍‌.ଏ.): ପୁରୀ ଜିଲା ଖେଲାର-ବଳଙ୍ଗା ରାସ୍ତାର କଅଁରପୁର କଲେଜ ଛକ ନିକଟରେ ଗୁରୁବାର ସକାଳେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା...

ଶାଶୁ ଘରେ ଛାଡିଦେବାକୁ କହି ମହିଳାଙ୍କୁ ଗଣବଳାତ୍କାର

ବନ୍ତ,୨୯।୮(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବନ୍ତ ଥାନା ପୋଲିସ...

ଗଞ୍ଜାମ ଛୁଇଁଲା କରୋନା: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦

ଭୁବନେଶ୍ୱର,୩।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଚିଛି। ଆକ୍ରାନ୍ତ ୩...

ଡେବିଟ୍‌ କାର୍ଡ ଭେରିଫିକେଶନ ପାଇଁ କଲ୍‌ କରିଛୁ କହି, ଲୁଟିନେଲେ ୭.୭୪ ଲକ୍ଷ ଟଙ୍କା

ଭଦ୍ରକ ଅଫିସ,୬।୭- ଏସ୍‌ବିଆଇ ଡେବିଟ୍‌ କାର୍ଡ କମ୍ପାନୀରୁ ଭେରିଫିକେଶନ ପାଇଁ କଲ କରିଛୁ। ଆକାଉଣ୍ଟ ନମ୍ବର ଦିଅ। ମୋବାଇଲକୁ ଏକ ଓଟିପି ନମ୍ବର ଯାଇଥିବ, ତାହା...

ଭିମ୍‌ସାର ଗବେଷଣା ରିପୋର୍ଟକୁ ମିଳିଲା ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ସମ୍ବଲପୁର,୩ା୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରର ଏକ ଡାକ୍ତରୀ ଟିମ୍‌ ଟିକା ନେବା ପରେ ସଂକ୍ରମଣ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ...

ଗଁ।ରେ ହାତୀ, ସହରରେ କର୍ମଚାରୀ

ଭଞ୍ଜନଗର,୧୧।୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ନିକଟବର୍ତ୍ତୀ କେତେକ ଗ୍ରାମରେ ହାତୀ, ବାର୍‌ହା ଆତଙ୍କ ଦେଖାଦେଇଛି। ହାତୀ ଜଙ୍ଗଲରୁ ବାହାରି ଖଳାରେ ଥିବା ଚାଷୀଙ୍କ ଧାନ...

ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା

ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ...

ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ସୁପାରିଶ

କଟକ ଅଫିସ,୧୯।୪- ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହୋଇପାରନ୍ତି। ତାଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ...

Advertisement
Archives

Model This Week