Posted inଖେଳ

ହ୍ୟାଟ୍ରିକ୍‌ ବିଜୟ ଭାରତର ଲକ୍ଷ୍ୟ

ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଶେଷ ଦୁଇଟି ଲିଗ୍‌ମ୍ୟାଚ ଗୁରୁବାର ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୩୦ରେ ମଙ୍ଗୋଲିଆ ଓ ଭାନୁଆଟୁ ଏବଂ ସନ୍ଧ୍ୟା ୭ଟା ୩୦ରେ ଭାରତ ଓ ଲେବାନନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ୪ ଦଳ ମଧ୍ୟରେ ଲୋବାନନର ର଼୍ୟାଙ୍କିଙ୍ଗ୍‌ ସବୁଠୁ ଉପରେ। ତେବେ ଭାରତ ମଧ୍ୟ ବିଶେଷ ପଛରେ ନାହିଁ। ୯୯ ର଼୍ୟାଙ୍କ୍‌ପ୍ରାପ୍ତ ଲେବାନନକୁ ଘରୋଇ ପରିବେଶରେ କଡ଼ା ଚ୍ୟାଲେଞ୍ଜ ଦେବ ୧୦୧ତମ ସ୍ଥାନରେ ଥିବା ଭାରତ। ଚଳିତ ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ଆସିଛି। ନିଜର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ରେ ହରାଇଥିବା ଘରୋଇ ଦଳ ଦ୍ୱିତୀୟ ମ୍ୟାଚରେ ଭାନୁଆଟୁକୁ ୧-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରି ସାରିଛି। ୮୦ତମ ମିନିଟରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ ଭାରତକୁ ଫାଇନାଲରେ ପହଞ୍ଚାଇ ଦେଇଥିଲା। ୨ ମ୍ୟାଚରୁ ଭାରତ ୬ ପଏଣ୍ଟ ପାଇ ସାରିଛି। ଲେବାନନ ୨ ମ୍ୟାଚରୁ ୪ ପଏଣ୍ଟ ପାଇଥିବାରୁ ଫାଇନାଲ ପାଇଁ ଅନ୍ୟତମ ଦାବିଦାର ହୋଇଛି। ଶେଷ ଲିଗ୍‌ରେ ଦୁଇଦଳ ପରସ୍ପରକୁ ଭେଟିବାକୁ ଯାଉଥିବାରୁ ଆଗାମୀ ମ୍ୟାଚ ସମ୍ଭାବ୍ୟ ଫାଇନାଲର ରିହର୍ସାଲ ବୋଲି ଆକଳନ କରାଯାଉଛି।

ମଙ୍ଗୋଲିଆ ପାଇଁ ସୁଯୋଗ

ମଙ୍ଗୋଲିଆ ୨ ମ୍ୟାଚରୁ ୧ ପଏଣ୍ଟ ପାଇଛି। ଦଳ ଏହାର ପ୍ରଥମ ମ୍ୟାଚରେ ଭାରତଠାରୁ ୦-୨ ଗୋଲରେ ହାରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଲେବାନନକୁ କଡ଼ା ଚ୍ୟାଲେଞ୍ଜ ଦେଇ ଗୋଲଶୂନ୍ୟ ଡ୍ର ରଖିଥିଲା। ମଙ୍ଗୋଲିଆ ଏବେ ଫିଫା ର଼୍ୟାଙ୍କିଙ୍ଗ୍‌ରେ ୧୮୩ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭାନୁଆଟୁର ର଼୍ୟାଙ୍କିଙ୍ଗ୍‌ ୧୬୪। ର଼୍ୟାଙ୍କିଙ୍ଗ୍‌ ଅନୁସାରେ ନିମ୍ନରେ ଥିଲେ ମଧ୍ୟ ଲେବାନନ ବିପକ୍ଷ ମ୍ୟାଚ ଦଳର ମନୋବଳ ବୃଦ୍ଧି କରିଛି। ଏହି ଦଳ ଭାନୁଆଟୁକୁ ବଡ଼ ବ୍ୟବଧାନରେ ହରାଇ ପାରିଲେ ଆଶା ଉଜ୍ଜୀବିତ ରଖିବ। ଦଳର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚତ୍ୟିବ। ଯଦି ଭାରତଠାରୁ ଲେବାନନ ହାରିଯାଏ ତେବେ ଏହି ଦଳର ପଏଣ୍ଟ ମଧ୍ୟ ୪ରେ ରହିବ। ଏ କ୍ଷେତ୍ରରେ ଗୋଲ ବ୍ୟବଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଲେବାନନର ଗୋଲ ବ୍ୟବଧାନ +୨ ଏବଂ ମଙ୍ଗୋଲିଆର -୨ ରହିଛି।

କେବଳ ବିଜୟ ଚାହାନ୍ତି ଷ୍ଟିମାକ୍‌

ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ଫାଇନାଲରେ ପ୍ରବେଶ କରି ସାରିଥିଲେ ମଧ୍ୟ ଲେବାନନ ବିପକ୍ଷ ମ୍ୟାଚକୁ ହାଲୁକା ନେଉନାହାନ୍ତି କୋଚ୍‌ ଇଗର ଷ୍ଟିମାକ୍‌। ”ଆମେ ଘରୋଇ ପରିବେଶରେ ଖେଳୁଛୁ। ପୂର୍ବ ୨ଟି ମ୍ୟାଚରେ ଆମେ କେବଳ ବିଜୟ ଲକ୍ଷ୍ୟରେ ଖେଳିଥିଲୁ। ଆଗାମୀ ମ୍ୟାଚରେ ମଧ୍ୟ ସେହି ଆଭିମୁଖ୍ୟ ରହିବ। ପୂର୍ବ ମ୍ୟାଚରେ ଲେବାନନ କିପରି ପ୍ରଦର୍ଶନ କରିଥିଲା ସେଥିରେ ଆମର କିଛି ଯାଏଆସେ ନାହିଁ। ଏହି ଦଳରେ ଅନେକ କ୍ୱାଲିଟି ଖେଳାଳି ଅଛନ୍ତି। ତେଣୁ ଏହି ଦଳ ବିପକ୍ଷ ମ୍ୟାଚ ଆମ ପାଇଁ ନିଶ୍ଚିତ କଷ୍ଟସାଧ୍ୟ ହେବ। ତେବେ ଏହି ଦଳର ମଧ୍ୟ କିଛି ଦୁର୍ବଳତା ଅଛି। ଆମେ ଏହାକୁ ଟାର୍ଗେଟ କରିବୁ। ଏହି ମ୍ୟାଚ ନିଶ୍ଚିତ ମଜାଦାର ହେବ“ ବୋଲି ଷ୍ଟିମାକ୍‌ ପ୍ରକାଶ କରିଛନ୍ତି। ଷ୍ଟିମାକ୍‌ ଆହୁରି କହିଛନ୍ତି ଯେ, ଭାନୁଆଟୁ ବିପକ୍ଷ ମ୍ୟାଚରେ ଆମେ ଯେପରି ଚାହୁଁଥିଲୁ ସେପରି ପ୍ରଦର୍ଶନ ହୋଇପାରି ନ ଥିଲା। ଟ୍ରେନିଂ ସେସନରେ ଆମେ ଏହାକୁ ଲକ୍ଷ୍ୟରେ ରଖି ଅଭ୍ୟାସ କରିଛୁ। ଯେତେଶୀଘ୍ର ପ୍ରତିପକ୍ଷ ଦଳକୁ ଚାପରେ ରଖିବ ସେତେ ଫାଇଦା ମିଳିବ। କାରଣ ସମୟ ଆଗେଇଲେ ସ୍ଥିତି କଷ୍ଟକର ହୋଇଚାଲିବ। ଲେବାନନ-ମଙ୍ଗୋଲିଆ ମ୍ୟାଚରେ ଏହା ଦେଖିବାକୁ ମିଳିଥିଲା। ପ୍ରଥମ ୨ଟି ଗେମ୍‌ରେ ଆମ ଦଳର ୨୨ ଖେଳାଳି ଖେଳି ସାରିଛନ୍ତି। ତେଣୁ ଲେବାନନ ବିପକ୍ଷରେ ଆମେ ଶ୍ରେଷ୍ଠ ଇଲେଭେନ ନେଇ ପଡ଼ିଆକୁ ଓହ୍ଲାଇବୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?