Posted inଖେଳ

ହ୍ୟାଟ୍ରିକ୍‌ ବିଜୟ ଭାରତର ଲକ୍ଷ୍ୟ

ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଶେଷ ଦୁଇଟି ଲିଗ୍‌ମ୍ୟାଚ ଗୁରୁବାର ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୩୦ରେ ମଙ୍ଗୋଲିଆ ଓ ଭାନୁଆଟୁ ଏବଂ ସନ୍ଧ୍ୟା ୭ଟା ୩୦ରେ ଭାରତ ଓ ଲେବାନନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ୪ ଦଳ ମଧ୍ୟରେ ଲୋବାନନର ର଼୍ୟାଙ୍କିଙ୍ଗ୍‌ ସବୁଠୁ ଉପରେ। ତେବେ ଭାରତ ମଧ୍ୟ ବିଶେଷ ପଛରେ ନାହିଁ। ୯୯ ର଼୍ୟାଙ୍କ୍‌ପ୍ରାପ୍ତ ଲେବାନନକୁ ଘରୋଇ ପରିବେଶରେ କଡ଼ା ଚ୍ୟାଲେଞ୍ଜ ଦେବ ୧୦୧ତମ ସ୍ଥାନରେ ଥିବା ଭାରତ। ଚଳିତ ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ଆସିଛି। ନିଜର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ରେ ହରାଇଥିବା ଘରୋଇ ଦଳ ଦ୍ୱିତୀୟ ମ୍ୟାଚରେ ଭାନୁଆଟୁକୁ ୧-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରି ସାରିଛି। ୮୦ତମ ମିନିଟରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ ଭାରତକୁ ଫାଇନାଲରେ ପହଞ୍ଚାଇ ଦେଇଥିଲା। ୨ ମ୍ୟାଚରୁ ଭାରତ ୬ ପଏଣ୍ଟ ପାଇ ସାରିଛି। ଲେବାନନ ୨ ମ୍ୟାଚରୁ ୪ ପଏଣ୍ଟ ପାଇଥିବାରୁ ଫାଇନାଲ ପାଇଁ ଅନ୍ୟତମ ଦାବିଦାର ହୋଇଛି। ଶେଷ ଲିଗ୍‌ରେ ଦୁଇଦଳ ପରସ୍ପରକୁ ଭେଟିବାକୁ ଯାଉଥିବାରୁ ଆଗାମୀ ମ୍ୟାଚ ସମ୍ଭାବ୍ୟ ଫାଇନାଲର ରିହର୍ସାଲ ବୋଲି ଆକଳନ କରାଯାଉଛି।

ମଙ୍ଗୋଲିଆ ପାଇଁ ସୁଯୋଗ

ମଙ୍ଗୋଲିଆ ୨ ମ୍ୟାଚରୁ ୧ ପଏଣ୍ଟ ପାଇଛି। ଦଳ ଏହାର ପ୍ରଥମ ମ୍ୟାଚରେ ଭାରତଠାରୁ ୦-୨ ଗୋଲରେ ହାରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଲେବାନନକୁ କଡ଼ା ଚ୍ୟାଲେଞ୍ଜ ଦେଇ ଗୋଲଶୂନ୍ୟ ଡ୍ର ରଖିଥିଲା। ମଙ୍ଗୋଲିଆ ଏବେ ଫିଫା ର଼୍ୟାଙ୍କିଙ୍ଗ୍‌ରେ ୧୮୩ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭାନୁଆଟୁର ର଼୍ୟାଙ୍କିଙ୍ଗ୍‌ ୧୬୪। ର଼୍ୟାଙ୍କିଙ୍ଗ୍‌ ଅନୁସାରେ ନିମ୍ନରେ ଥିଲେ ମଧ୍ୟ ଲେବାନନ ବିପକ୍ଷ ମ୍ୟାଚ ଦଳର ମନୋବଳ ବୃଦ୍ଧି କରିଛି। ଏହି ଦଳ ଭାନୁଆଟୁକୁ ବଡ଼ ବ୍ୟବଧାନରେ ହରାଇ ପାରିଲେ ଆଶା ଉଜ୍ଜୀବିତ ରଖିବ। ଦଳର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚତ୍ୟିବ। ଯଦି ଭାରତଠାରୁ ଲେବାନନ ହାରିଯାଏ ତେବେ ଏହି ଦଳର ପଏଣ୍ଟ ମଧ୍ୟ ୪ରେ ରହିବ। ଏ କ୍ଷେତ୍ରରେ ଗୋଲ ବ୍ୟବଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଲେବାନନର ଗୋଲ ବ୍ୟବଧାନ +୨ ଏବଂ ମଙ୍ଗୋଲିଆର -୨ ରହିଛି।

କେବଳ ବିଜୟ ଚାହାନ୍ତି ଷ୍ଟିମାକ୍‌

ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ଫାଇନାଲରେ ପ୍ରବେଶ କରି ସାରିଥିଲେ ମଧ୍ୟ ଲେବାନନ ବିପକ୍ଷ ମ୍ୟାଚକୁ ହାଲୁକା ନେଉନାହାନ୍ତି କୋଚ୍‌ ଇଗର ଷ୍ଟିମାକ୍‌। ”ଆମେ ଘରୋଇ ପରିବେଶରେ ଖେଳୁଛୁ। ପୂର୍ବ ୨ଟି ମ୍ୟାଚରେ ଆମେ କେବଳ ବିଜୟ ଲକ୍ଷ୍ୟରେ ଖେଳିଥିଲୁ। ଆଗାମୀ ମ୍ୟାଚରେ ମଧ୍ୟ ସେହି ଆଭିମୁଖ୍ୟ ରହିବ। ପୂର୍ବ ମ୍ୟାଚରେ ଲେବାନନ କିପରି ପ୍ରଦର୍ଶନ କରିଥିଲା ସେଥିରେ ଆମର କିଛି ଯାଏଆସେ ନାହିଁ। ଏହି ଦଳରେ ଅନେକ କ୍ୱାଲିଟି ଖେଳାଳି ଅଛନ୍ତି। ତେଣୁ ଏହି ଦଳ ବିପକ୍ଷ ମ୍ୟାଚ ଆମ ପାଇଁ ନିଶ୍ଚିତ କଷ୍ଟସାଧ୍ୟ ହେବ। ତେବେ ଏହି ଦଳର ମଧ୍ୟ କିଛି ଦୁର୍ବଳତା ଅଛି। ଆମେ ଏହାକୁ ଟାର୍ଗେଟ କରିବୁ। ଏହି ମ୍ୟାଚ ନିଶ୍ଚିତ ମଜାଦାର ହେବ“ ବୋଲି ଷ୍ଟିମାକ୍‌ ପ୍ରକାଶ କରିଛନ୍ତି। ଷ୍ଟିମାକ୍‌ ଆହୁରି କହିଛନ୍ତି ଯେ, ଭାନୁଆଟୁ ବିପକ୍ଷ ମ୍ୟାଚରେ ଆମେ ଯେପରି ଚାହୁଁଥିଲୁ ସେପରି ପ୍ରଦର୍ଶନ ହୋଇପାରି ନ ଥିଲା। ଟ୍ରେନିଂ ସେସନରେ ଆମେ ଏହାକୁ ଲକ୍ଷ୍ୟରେ ରଖି ଅଭ୍ୟାସ କରିଛୁ। ଯେତେଶୀଘ୍ର ପ୍ରତିପକ୍ଷ ଦଳକୁ ଚାପରେ ରଖିବ ସେତେ ଫାଇଦା ମିଳିବ। କାରଣ ସମୟ ଆଗେଇଲେ ସ୍ଥିତି କଷ୍ଟକର ହୋଇଚାଲିବ। ଲେବାନନ-ମଙ୍ଗୋଲିଆ ମ୍ୟାଚରେ ଏହା ଦେଖିବାକୁ ମିଳିଥିଲା। ପ୍ରଥମ ୨ଟି ଗେମ୍‌ରେ ଆମ ଦଳର ୨୨ ଖେଳାଳି ଖେଳି ସାରିଛନ୍ତି। ତେଣୁ ଲେବାନନ ବିପକ୍ଷରେ ଆମେ ଶ୍ରେଷ୍ଠ ଇଲେଭେନ ନେଇ ପଡ଼ିଆକୁ ଓହ୍ଲାଇବୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri