ଆଫଗାନିସ୍ତାନ କ୍ରିକେଟରେ ସୁବର୍ଣ୍ଣ ଅଧ୍ୟାୟ

କିଙ୍ଗ୍‌ଷ୍ଟନ, ୨୬।୬: ଆଫଗାନିସ୍ତାନ କ୍ରିକେଟ ଇତିହାସରେ ଯୋଡ଼ିହୋଇଛି ସୁବର୍ଣ୍ଣ ଅଧ୍ୟାୟ। ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ରଶିଦ ଖାଁଙ୍କ ନେତୃତ୍ୱାଧୀନ ଏହି ଦଳ। ଆଫଗାନିସ୍ତାନ ପାଇଁ କୌଣସି ଆଇସିସି ବିଶ୍ୱକପ୍‌ର ସେମିଫାଇନାଲରେ ଏହା ପ୍ରଥମ ପ୍ରବେଶ। ଅତୀତରେ ଯୁଦ୍ଧର ପ୍ରଭାବ, ରାଜନୈତିକ ଅସ୍ଥିରତା ଏବଂ କ୍ରିକେଟର ଦୃଢ଼ ଭିତ୍ତି ନ ଥିଲେ ମଧ୍ୟ ଦଳର ଏହି ସଫଳତା ଦେଶର କ୍ରିକେଟ ପ୍ରେମୀଙ୍କୁ ଉଲ୍ଲସିତ କରିଛି। ମଙ୍ଗଳବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଅନ୍ତିମ ସୁପର-୮ ମ୍ୟାଚରେ ଆଫଗାନିସ୍ତାନ ଡକ୍‌ଓ୍ବର୍ଥ ଲୁଇସ (ଡିଏଲ୍‌ଏସ୍‌) ନିୟମରେ ବାଂଲାଦେଶକୁ ୮ ରନରେ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ଲୋ ସ୍କୋରିଂ ମ୍ୟାଚରେ ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ ହରାଇ ୧୧୫ ରନ କରିଥିଲା। ବାଂଲାଦେଶ ଇନିଂସ ବର୍ଷା ଯୋଗୁ ଏକାଧିକଥର ବାଧାପ୍ରାପ୍ତ ହୋଇଥିବାରୁ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇ ୧୧୪ ରନ ଟାର୍ଗେଟ ଦିଆଯାଇଥିଲା।

ମାତ୍ର ବାଂଲାଦେଶ ୧୭.୫ ଓଭରରେ ୧୦୫ ରନକରି ଅଲ୍‌ଆଉଟ ହୋଇଥିଲା। ଦଳର ଘଡ଼ିସନ୍ଧି ମୁହୂର୍ତ୍ତରେ ଉଇକେଟ ବାହାରକରି ଆଫଗାନିସ୍ତାନକୁ ବିଜୟ ସ୍ବାଦ ଚଖାଇଥିବା ଦ୍ରୁତ ବୋଲର ନଭିନ-ଉଲ-ହକ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ପୂର୍ବରୁ ଆଫଗାନିସ୍ତାନ କେବେହେଲେ ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ରାଉଣ୍ଡ ଅତିକ୍ରମ କରିପାରି ନ ଥିଲା। ୨୦୦୭ ଓ ୨୦୦୯ରେ ଖେଳି ନ ଥିବାବେଳେ ୨୦୧୦, ୨୦୧୨ ଓ ୨୦୧୪ରେ ପ୍ରଥମ ରାଉଣ୍ଡ ଏବଂ ୨୦୧୬, ୨୦୨୧ ଓ ୨୦୨୨ରେ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଥିଲା। ଏଥର କିନ୍ତୁ ଦଳ ସେମିଫାଇନାଲରେ ପ୍ରବେଶ କରି ବିଶ୍ୱ କ୍ରିକେଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୨୭ ତାରିଖରେ ହେବାକୁଥିବା ସେମିଫାଇନାଲରେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ।

ଟସ୍‌ ଜିତି ବ୍ୟାଟିଂ ନେଇଥିବା ଆଫଗାନିସ୍ତାନ ରମାନୁଲ୍ଲା ଗୁରବାଜ ଓ ଇବ୍ରାହିମ୍‌ ଜଡ୍ରାନଙ୍କ ମାଧ୍ୟମରେ ଭଲ ଆରମ୍ଭ କରିଥିଲା। ପିଚ୍‌ ସ୍ଲୋ ଥିବାରୁ ଦ୍ରୁତ ହାରରେ ରନ ସଂଗ୍ରହ ହୋଇପାରି ନ ଥିଲେ ମଧ୍ୟ ଦୁହେଁ ଓପନିଂ ଯୋଡ଼ିରେ ୫୯ ରନ ଯୋଗ କରିଥିଲେ। ଗୁରବାଜ ଦଳ ପକ୍ଷରୁ ସର୍ବାଧିକ ୪୩ ରନ କରିଥିଲେ। ମିଡଲ ଅର୍ଡର ବିଫଳତା ଯୋଗୁ ସ୍କୋର ୩ ଅଙ୍କ ସ୍ପର୍ଶ କରିବା ଆଶଙ୍କାରେ ଥିଲା। ମାତ୍ର ଶେଷ ଭାଗରେ ରଶିଦ ଖଁା ୧୯ ରନକରି ଅପରାଜିତ ରହିବାରୁ ଦଳୀୟ ସ୍କୋର ୧୧୫ରେ ପହଞ୍ଚତ୍ଥିଲା। ବାଂଲାଦେଶ ପକ୍ଷରୁ ରିଶଦ ହୋସେନ ୩ଟି ଉଇକେଟ ନେଇଥିଲେ। ୧୧୬ ରନ ବିଜୟ ଲକ୍ଷ୍ୟ ଥିଲେ ହେଁ ବାଂଲାଦେଶ ପକ୍ଷରୁ ଲିଟନ ଦାସଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ଆତ୍ମସମର୍ପଣ ଭଳି ପ୍ରଦର୍ଶନ କରିଥିଲେ।

ଲିଟନ ଲଢ଼ୁଆ ଇନିଂସ ଖେଳି ଗୋଟିଏ ପଟରେ ୫୪ ରନକରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବାବେଳେ ଅନ୍ୟ ପଟରେ ନିୟମିତ ବ୍ୟବଧାନରେ ଉଇକେଟ ପତନ ବାଂଲାଦେଶ ପାଇଁ ବିପର୍ଯ୍ୟୟ ଡାକି ଆଣିଥିଲା। ୮ ଜଣ ବ୍ୟାଟର ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିତ୍ଲେ। ୧୧.୪ ଓଭରରେ ବାଂଲାଦେଶ ୭ ଉଇକେଟ ହରାଇ ୮୧ ରନ କରିଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚକୁ ୧୯ ଓଭରକୁ ହ୍ରାସ କରାଯାଇଥିଲା ଏବଂ ଟାର୍ଗେଟ ୧୧୪ ରଖାଯାଇଥିଲା। ଏହାପରେ ବର୍ଷା ଯୋଗୁ ଏକାଧିକ ଥର ଖେଳ ବାଧାପ୍ରାପ୍ତ ହୋଇଥିବାବେଳେ ମ୍ୟାଚ ବିଭିନ୍ନ ଦଳ ସପକ୍ଷକୁ ଢଳିଥିଲା। ମାତ୍ର ୧୮ତମ ଓଭରର ୪ର୍ଥ ଓ ୫ମ ବଲ୍‌ରେ ନଭିନ-ଉଲ-ହକ୍‌ କ୍ରମାଗତ ତାସକିନ ଅହମଦ ଓ ମୁସ୍ତାଫିଜୁର ରହମନଙ୍କୁ ଆଉଟ କରି ଆଫଗାନିସ୍ତାନକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ। ନଭିନ ଓ ରଶିଦ ଖାଁ ୪ଟି ଲେଖାଏ ଉଇକେଟ ନେଇଥିଲେ। ଫଜଲକ୍‌ ଫାରୁକି ଓ ଗୁଲବଦିନ ନାଇବଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।

ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ୨୦ ଓଭରରେ ୧୧୫/୫ (ରମାନୁଲ୍ଲା ଗୁରବାଜ-୪୩, ରଶିଦ ଖାଁ-୧୯*, ରିଶଦ ହୋସେନ-୩/୨୬, ତାସକିନ ଅହମଦ-୧/୧୨, ମୁସ୍ତାଫିଜୁର ରହମନ-୧/୧୭)। ଡକ୍‌ଓ୍ବର୍ଥ ଲୁଇସ ନିୟମରେ ବାଂଲାଦେଶ ଆଗରେ ୧୯ ଓଭରରେ ୧୧୪ ବିଜୟ ଲକ୍ଷ୍ୟ। ବାଂଲାଦେଶ ୧୭.୫ ଓଭରରେ ୧୦୫/ଅଲ୍‌ଆଉଟ (ଲିଟନ ଦାସ-୫୪*, ନଭିନ ଉଲ୍‌ ହକ୍‌-୪/୨୬, ରଶିଦ ଖାଁ-୪/୨୩, ଫଜଲକ୍‌ ଫାରୁକି-୧/୧୫, ଗୁଲବଦିନ ନାଇବ-୧/୧/୫)।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?