ଝିଅ କେବଳ ଝିଅ ନୁହେଁ

ଦ୍ୱିତୀ ଚନ୍ଦ୍ର ସାହୁ

 

ଗୋଟେ ପୁଅ, ଆଉ ଗୋଟେ ଝିଅ। ଚାରିଜଣଙ୍କୁ ନେଇ ସୁଖର ସଂସାର ଚାଲୁଥିଲା। ବୟସ ହେବାରୁ ଝିଅକୁ ହାତକୁ ଦି’ ହାତ କରିଦେଲେ କିରାଣି ଚାକିରି କରୁଥିବା ହରିବାବୁ।ପୁଅ ଏବେ ପାରଙ୍ଗମ। ଡିଗ୍ରୀ ଶେଷ ବର୍ଷର ଛାତ୍ର। ଏମିତି ସମୟରେ ହୃଦ୍‌ଘାତରେ ଅସମୟରେ ଚାଲିଗଲେ ହରିବାବୁ। ଗୌତମୀଙ୍କ ଜୀବନରେ ଯେମିତି ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଅସହାୟ ହୋଇ ସଂସାର କେମିତି ଚାଲିବ ସେଇ ଚିନ୍ତାରେ ବେଶି ଘାରିହେଲେ ଗୌତମୀ। ଝିଅ ପରଘରର ବୋହୂ ହୋଇ ବି ମା’ ଓ ଭାଇଙ୍କ ପ୍ରତି ନିଜର କର୍ତ୍ତବ୍ୟକୁ ତୁଲାଇବା ଆରମ୍ଭ କଲେ। ଦେଖାଶୁଣା କଲେ। ଶେଷରେ ହରିବାବୁଙ୍କ କାର୍ଯ୍ୟାଳୟର ସହକର୍ମୀଙ୍କ ସହଯୋଗରେ ଥଇଥାନ ଯୋଜନାରେ ଆଶା ଉଜ୍ଜୀବିତ ହେଲା। କିନ୍ତୁ ସ୍ବାମୀ କରୁଥିବା ଅଫିସରେ ପୁଣି ସେଠି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରିବାକୁ ନିଜକୁ ଉଚିତ ମଣିଲେନି ଗୌତମୀ। ପୁଅ ସୁରେଶକୁ ସେହି ଚାକିରି ମିଳିଗଲେ ଠିକ୍‌ ହେବ ଭାବି ତା’ର ନାମ ସୁପାରିସ କଲେ ମା’ ଓ ଝିଅ। ସୁରେଶ ପାଇଗଲା ସରକାରୀ ଚାକିରି। ତେଣିକି ପୁଣି ଚାଲିଲା ସଂସାର ରଥ। ପୁଅ ଭଲ ପାଇ ବାହା ହେଲା। ତା’ ପରେ ଆରମ୍ଭ ହେଲା ଯାତନା। ପୁଅ ବୋହୂ ଘର ଛାଡି ଅନ୍ୟତ୍ର ରହିଲେ। ପୁଅ ନିଜ ମା’ ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲିଗଲା। ଶେଷରେ ବିବାହିତ ଝିଅ ରଶ୍ମି ନିଜ ସ୍ବାମୀକୁ ବୁଝାଇ ମା’କୁ ନିଜ ପାଖକୁ ନେଇଗଲା। କିନ୍ତୁ ଗୌତମୀ ସୁଖୀ ନ ଥିଲେ। ଇଚ୍ଛା ଥିଲା ପୁଅ ବୋହୂଙ୍କ ନିକଟରେ ଶେଷ ଜୀବନତକ ଶାନ୍ତିରେ ମରିପାରିବେ। କିନ୍ତୁ ସେତକ ହୋଇ ନ ପାରିବାର ଗ୍ଳାନିରେ ପ୍ରତି ମୁହୂର୍ତ୍ତ ଘାରି ହୋଇ ଜୀବନ ଜିଇଲେ।
ସେମିତି ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଲା ଶିବାନୀର। ଘରର ଏକମାତ୍ର ଝିଅ। ଭଲ ପାଠ ପଢୁଥିଲା। ଶିକ୍ଷକ ବାପା ଭିତରେ ଅସୁମାରି ସ୍ବପ୍ନ ତାଙ୍କ ଝିଅ ନିଶ୍ଚୟ ଭଲ ଚାକିରି ପାଇବ। ଅଧା ରାସ୍ତାରେ ହିଁ ସେ ସ୍ବପ୍ନ ଜୀବନ ଆକାଶରେ ଝୁଲି ରହିଲା। ବାପାଙ୍କ ଦେହାନ୍ତ ପରେ ମା’ ଓ ଝିଅ ଅସହାୟ। ସମ୍ପର୍କୀୟଙ୍କ ନଜର ଆଉ କିଛି। ସମସ୍ତଙ୍କ ପରାମର୍ଶ ଯାହା କିଛି ସ୍ବାମୀର ଦେହାନ୍ତ ପରେ ମିଳିଛି ତାକୁ ବିକିଭାଙ୍ଗିି ଝିଅକୁ ବାହା ଦେଇ ଦିଅ। ସ୍ବାମୀଙ୍କ ମୃତ୍ୟୁ ପରବର୍ତ୍ତୀ ଥଇଥାନ ଯୋଜନାରେ ଚାକିରି କରି ଆରାମରେ ରୁହ। ମା’ ନିଷ୍ପତ୍ତି ନେଇ ପାରୁ ନ ଥିଲେ। ଝିଅ ଶିବାନୀ ଦିନେ ଚମକେଇଲା ଭଳି କହିଲେ – ମା’ ! ତୁମେ ଘରୁ ଗୋଡ ପଦାକୁ ବାହାର କରିବନି ଏମିତି ଅବସ୍ଥାରେ। ମୁଁ ଯୁଝିବା ଶିଖିଛି। ମୁଁ ଥଇଥାନ ଯୋଜନାରେ ଚାକିରି କରିବି ଓ ପଢ଼ିବି। ଆଗକୁ ଯାହା ହେବ ଦେଖାଯିବ। ଅନେକ ବୁଝାଇବା ପରେ ମା’ ଶିବାନୀ କଥାରେ ସମ୍ମତି ପ୍ରକଟ କଲେ। ଶିବାନୀ ଥଇଥାନ ଯୋଜନାରେ ଚାକିରି କଲେ। ବାହା ବେଳେ ଚୁକ୍ତି ରଖିଲେ ଶିବାନୀ ଯେଉଁଠି ବାହା ହେବି, ସେହି ବ୍ୟକ୍ତି ମୋ ମା’ ପ୍ରତି ସମ୍ମାନ ରଖୁଥିବ ଏବଂ ଜୀବନ ତମାମ ତା’ର ଦେଖାଶୁଣା କରିବା ଲାଗି ବାଧକ ନ ଥିବ। ବିଳମ୍ବର ହେଉ ପଛେ ମା’ବାପାଙ୍କୁ ହରାଇଥିବା ଏକାକୀ ରହୁଥିବା ଜଣେ ବ୍ୟକ୍ତି ବାହା ହେବାକୁ ରାଜି ହେଲା। ମା’କୁ ନେଇ ଶିବାନୀର ସଂସାର ବେଶ୍‌ ହସଖୁସିରେ ଭରିଗଲା।
ଆମ ସମାଜର ଏଇ ଦୁଇଟି ଘଟଣା। ସମାଜର ଦୃଷ୍ଟିଭଙ୍ଗୀରେ ତଥାପି ପରିବର୍ତ୍ତନ ଆସିନି। ସବୁଠି ଆଗ ପସନ୍ଦ ପୁଅ। ସେ ଶିକ୍ଷିତ ହେଉ କି ଅଶିକ୍ଷିତ। ଝିଅଟିଏ ଥିଲେ କେଉଁଠି ନା କେଉଁଠି ତାକୁ ଅନେକ ସହିବାକୁ ପଡେ ଘରେ ଥିବା ପୁଅ ନିକଟରେ। ରୁଚି ହେଉ କି ସଂସ୍କାର ସବୁଥିରେ ଝିଅକୁ ବେଶି କୁହାଯାଏ। ଝିଅକୁ ହିଁ କୋଣଠେସା କରାଯାଏ। ଅନେକ କ୍ଷେତ୍ରରେ ନିଜ ପସନ୍ଦକୁ ବଳି ଦେବାକୁ ପଡ଼େ। ବହୁ ଅଭିଭାବକଙ୍କ ମତ ଝିଅଟି ଯେବେ ବି ବାହା ହୋଇ ପର ଘରକୁ ଯିବ ହିଁ ଯିବ। ପାଠଶାଠ ପଢେଇ ହାତକୁ ଦି’ ହାତ କରିଦେଲେ କାମ ଶେଷ। ତେଣୁ ତା’ ପିଛା ଅଧିକା ଖର୍ଚ୍ଚ ପଇସା ବରବାଦ ବ୍ୟତୀତ ଅନ୍ୟକିଛି ନୁହଁ। ଆମ ସାମାଜିକ ଜୀବନରେ ଲଙ୍ଗଗତ ବୈଷମ୍ୟ ନେଇ ବହୁ ପରିବର୍ତ୍ତନ ହୋଇଛି। କିନ୍ତୁ ତଥାପି ଆମ ମାନସିକତାରେ ଏବେ ବି ବସାବାନ୍ଧି ରହିଛି ଝିଅ କେବଳ ଝିଅ। ସେ ବଢିବ ଓ ପରଘରକୁ ଯିବ। ପୁଅ ନିଜ ଘରେ ମା’ବାପା ନିକଟରେ ରହିବ। ସରକାରୀ ସ୍ତରରେ ବି ଲିଙ୍ଗଗତ ବୈଷମ୍ୟ ଅନେକ। ଏକମାତ୍ର ବିବାହିତା ଝିଅକୁ ଥଇଥାନ ଯୋଜନାରେ ଚାକିରି ମିଳବନି। ତା’ର ଦୋଷ ହେଲା ସେ ବିବାହ କରି ଅନ୍ୟତ୍ର ରହୁଛି। ସେଇସ୍ଥିତିରେ ବିଧବା ସ୍ତ୍ରୀ ଚାକିରି କରିବାକୁ ବାଧ୍ୟ। କିନ୍ତୁ ଏକଥା ବି ହୋଇପାରେ ଯେଉଁ ଭରଣପୋଷଣର ଦାୟରେ ଥଇଥାନ ଚାକିରି ପାଉଥିବା ପୁଅ ବି ଘର ଛାଡି ଅନ୍ୟତ୍ର ଚାଲିଯିବାର ସମ୍ଭାବନା ଥାଏ ସେଇ କଥାକୁ ସରକାରୀ କାନୁନ କେମିତି ବୁଝିପାରେନା। ଗୋଟେ ପଟେ ପୁଅ ହେଉ କି ଝିଅ ଗୋଟିଏ ଯଥେଷ୍ଟର ସ୍ଲୋଗାନ ଦିଆଯାଉଛି। ଆରପଟେ ଥଇଥାନ ନୀତିରେ ବ୍ୟତିକ୍ରମ। କାହିଁକି ସରକାରୀ ଆଇନ ବୁଝିପାରେନା ଝିଅ କେବଳ ଝିଅ ନୁହେଁ। ସେ ବି ପୁଅ ଭଳି ସବୁ କାମ କରିପାରେ।
ଖୁସିର କଥା ନିକଟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକମାତ୍ର ବିବାହିତ କନ୍ୟାକୁ ଥଇଥାନ ଯୋଜନାରେ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ବିବାହିତା ହେବା ଏକ ଅଯୋଗ୍ୟତାର ପ୍ରମାଣପତ୍ର ନୁହେଁ। ଲିଙ୍ଗଗତ ବୈଷମ୍ୟକୁ ପ୍ରତିହତ ଲାଗି ମାନ୍ୟବର ନ୍ୟାୟାଳୟଙ୍କ ଏହି ଐତିହାସିକ ରାୟ ଅନେକ ପରିବାରରେ ହସ ଖେଳାଇ ପାରିବ। ଅନେକ ଝିଅଙ୍କ ଭବିଷ୍ୟତରେ ସୁଧାର ଆସିବ। ଏଭଳି ରାୟ ସରକାରୀ ଆଇନର ଆଖି ଖୋଲି ଦେଇଥିବ ନିଶ୍ଚିତ। ଏବେ ଅନ୍ତତଃ ସମସ୍ତଙ୍କୁ ଏକଥା ଗ୍ରହଣ କରିବାର ବେଳ ଆସିଛି – ଝିଅ କେବଳ ଝିଅ ନୁହେଁ !
ଇନ୍ଦିରା ନଗର, ଚତୁର୍ଥ ଗଳି,
ରାୟଗଡା, ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri