ତ୍ୱଚାପାଇଁ ବରଦାନ ଚିନାବାଦାମ

ଚିନା ବାଦାମରେ ରହିଛି ଭରପୂର
ମାତ୍ରାରେ ପ୍ରୋଟିନ୍‌, ମ୍ୟାଗ୍ନେସିୟମ୍‌, ଫାଇବର୍‌,
ଓମେଗା-୩, ଓମେଗା-୬ ଫ୍ୟାଟି ଏସିଡ୍‌, ଭିଟାମିନ୍‌-ଇ, ପୋଟାସିୟମ୍‌, ଜିଙ୍କ୍‌, କ୍ୟାଲ୍‌ସିୟମ ଇତ୍ୟାଦି ପୋଷକ ତତ୍ତ୍ୱ; ଯାହା କି ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମଧ୍ୟ ବେଶ୍‌ ଉପଯୋଗୀ। ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଏହାକୁ ବ୍ୟବହାର କରିବାର
କେତୋଟି ସହଜ ଉପାୟ…

ସ୍କିନ୍‌କୁ ରଖେ ଚିକ୍କଣ ଓ ନରମ: ବାଦାମରେ ଭିଟାମିନ୍‌-ଇ ଥିବାରୁ ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଏହା ଚର୍ମକୁ ପୋଷଣ ଯୋଗାଇବା ସହ ନରମ ଏବଂ ଚିକ୍କଣ ରଖିଥାଏ। ଏହାର ତେଲ ଲଗାଇବା ଦ୍ୱାରା ସୂଯର୍‌ୟକିରଣ ଯୋଗୁ ହେଉଥିବା ଟ୍ୟାନିଂ ଭଳି ସମସ୍ୟା ଦୂର ହୋଇଥାଏ। ଏହା ଚର୍ମକୁ ବ୍ରଣମୁକ୍ତ ରଖି କୋମଳତା ପ୍ରଦାନ କରିଥାଏ। କୁହାଯାଏ, ଇଜିପ୍ଟର ରାଣୀ କ୍ଲିଓପାଟ୍ରା ମଧ୍ୟ ତାଙ୍କ ଖାଦ୍ୟରେ ଏହାକୁ ସାମିଲ କରିବା ସହ ଚର୍ମକୁ ଚିକ୍କଣ ରଖିବା ପାଇଁ ଏହାକୁ ବ୍ୟବହାର କରୁ୍‌ଥିଲେ।
କେଶକୁ ରଖେ ମଜଭୁତ: ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍‌ ଥିବାରୁ ଏହା ଶରୀରର ଚମକ ବଢ଼ାଇଥାଏ। ମୁଣ୍ଡ ଏବଂ ଶରୀରର ବିଭିନ୍ନ ଅଂଶକୁ ମସାଜ୍‌ କରିବା ପାଇଁ ଚିନାବାଦାମ ତେଲକୁ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଚର୍ମ ପୁଷ୍ଟିକର ତେଲ ଶୋଷଣ କରିପାରେ। ବିଶେଷ କରି କେଶ ମୂଳରେ ଏହି ତେଲ ମସାଜ କରିବା ଦ୍ୱାରା ରକ୍ତ ପ୍ରବାହ ଭଲ ହେବା ସହିତ କେଶ ଲମ୍ବା ଏବଂ ମଜଭୁତ ହୋଇଥାଏ। ଏହା କେଶ ପାଚିବା, ଝଡ଼ିବା, ଫାଟିବା ଆଦି ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଦୂରାଏ ଆଖି ତଳର କଳାଦାଗ: ଆଖି ତଳ କଳା ଦାଗ, ଆଖି କୁଣ୍ଡେଇ ହେବା ଭଳି ସମସ୍ୟା ଦୂର କରିବା ଲାଗି ଚିନାବାଦାମ ବେଶ୍‌ ଉପଯୋଗୀ। ଏଥିରେ ଥିବା ଅଧିକ ପରିମାଣର ଓମେଗା ଫ୍ୟାଟି ଏସିଡ୍‌ ଓ ଖଣିଜ ଲବଣ ଦୃଷ୍ଟି ଶକ୍ତି ବଢ଼ାଇଥାଏ।
ଆଖିପତା ଉପରେ ଏହାର ତେଲ ଲଗାଇ ଧୀରେ ଧୀରେ ମସାଜ କରିବା ଦ୍ୱାରା ଆମକୁ ଦିନ ଯାକର ଚାପରୁ ମଧ୍ୟ ମୁକ୍ତି ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri