Posted inଜାତୀୟ

ସ୍ବାମୀ, ସନ୍ତାନଙ୍କ ଉପସ୍ଥିତିରେ ୭ ଫେରା ନେଲେ ମହିଳା: ପୂରା ଘଟଣା ଜାଣିଲେ..

ଭାଗଲପୁର,୨୬।୪: ବିଭିନ୍ନ ଚର୍ଚ୍ଚିତ ବିବାହ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ବିହାରର ଭାଗଲପୁରରେ ଆୟୋଜିତ ହୋଇଛି ଏକ ନିଆରା ବିବାହ। ସାଧାରଣତଃ ମାତାପିତା ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଠାରେ ସ୍ବାମୀ ଏବଂ ସନ୍ତାନଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କ ବିବାହ ଅନୁଷ୍ଠିତ ହୋଇଛି। ହଁ, ଆପଣ ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ୍ୟ। ଏହି ଘଟଣା ଭାଗଲପୁରର ସୁଲତାନଗଞ୍ଜରେ ଘଟିଛି। ୭ ବର୍ଷ ପୂର୍ବେ ଖାଗରିଆ ଜିଲାର ବାସିନ୍ଦା ସପନା କୁମାରୀ ସୁଲତାନଗଞ୍ଜର ପାଞ୍ଚ ନମ୍ବର ରାସ୍ତାର ବାସିନ୍ଦା ଉତ୍କଳ ମଣ୍ଡଳଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ପାଇଁ ସବୁକିଛି ଠିକ ଥିଲା, କିନ୍ତୁ ଏହା ପରେ ସପନା ନିଜର ଜଣେ ସମ୍ପର୍କୀୟଙ୍କୁ ପ୍ରେମ କରି ବସିଲେ। ତାଙ୍କ ସ୍ବାମୀ ଏହା ଜାଣିବା ପରେ ଅନେକ ଥର ବିରୋଧ କରିଥିଲେ, କିନ୍ତୁ ସପନା ତାଙ୍କ କଥା ଶୁଣିଲେ ନାହିଁ, ସେହି ଯୁବକଙ୍କ ପ୍ରତି ତାଙ୍କ ପ୍ରେମ ବଢିବାରେ ଲାଗିଲା। ପରିବାର ସଦସ୍ୟ ଏବଂ ସ୍ବାମୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ମଧ୍ୟ ସେ ପ୍ରେମକୁ ଭୁଲି ପାରିଲେ ନାହିଁ। ଏହା ଦେଖି ସପନାଙ୍କ ସ୍ବାମୀ ଉଭୟଙ୍କ ବିବାହ ପାଇଁ ସମ୍ମତି ଦେଇଥିଲେ ଏବଂ ସୁଲତାନଗଞ୍ଜର ବଡ ଦୁର୍ଗା ମଣ୍ଡପରେ ଉଭୟ ପରିବାରର ଉପସ୍ଥିତିରେ ତାଙ୍କ ସମ୍ପର୍କୀୟ ରାଜୁ କୁମାରଙ୍କୁ ବିବାହ କରିଥିଲେ ସପନା। ଏହି ସମୟରେ ମହିଳା ଜଣକ ତାଙ୍କର ଦୁଇ ଛୋଟ ପିଲାଙ୍କୁ ପ୍ରଥମ ସ୍ବାମୀଙ୍କ ପାଖରେ ଛାଡି ପ୍ରେମିକଙ୍କ ସହିତ ଚାଲିଗଲେ। ଲୋକମାନେ ଏହି ଅନନ୍ୟ ବିବାହ ବିଷୟରେ ଜାଣିବା ମାତ୍ରେ ବହୁ ସଂଖ୍ୟାରେ ଲୋକ ମନ୍ଦିରରେ ଭିଡ଼ ଜମାଇଥିଲେ। ସ୍ବାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ନିଜ ପ୍ରେମିକ ସହିତ ୭ ଫେରା ନେଇଥିଲେ। ସପନାଙ୍କ ପୂର୍ବତନ ସ୍ବାମୀମୀ ଉତ୍କଳ ମଣ୍ଡଳ ଏହି ଦମ୍ପତିଙ୍କ ବିବାହିତ ଜୀବନକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଆଖି ଓଦା ହୋଇ ଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri