Posted inଜାତୀୟ

ସ୍ବାମୀ, ସନ୍ତାନଙ୍କ ଉପସ୍ଥିତିରେ ୭ ଫେରା ନେଲେ ମହିଳା: ପୂରା ଘଟଣା ଜାଣିଲେ..

ଭାଗଲପୁର,୨୬।୪: ବିଭିନ୍ନ ଚର୍ଚ୍ଚିତ ବିବାହ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ବିହାରର ଭାଗଲପୁରରେ ଆୟୋଜିତ ହୋଇଛି ଏକ ନିଆରା ବିବାହ। ସାଧାରଣତଃ ମାତାପିତା ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଠାରେ ସ୍ବାମୀ ଏବଂ ସନ୍ତାନଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କ ବିବାହ ଅନୁଷ୍ଠିତ ହୋଇଛି। ହଁ, ଆପଣ ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ୍ୟ। ଏହି ଘଟଣା ଭାଗଲପୁରର ସୁଲତାନଗଞ୍ଜରେ ଘଟିଛି। ୭ ବର୍ଷ ପୂର୍ବେ ଖାଗରିଆ ଜିଲାର ବାସିନ୍ଦା ସପନା କୁମାରୀ ସୁଲତାନଗଞ୍ଜର ପାଞ୍ଚ ନମ୍ବର ରାସ୍ତାର ବାସିନ୍ଦା ଉତ୍କଳ ମଣ୍ଡଳଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ପାଇଁ ସବୁକିଛି ଠିକ ଥିଲା, କିନ୍ତୁ ଏହା ପରେ ସପନା ନିଜର ଜଣେ ସମ୍ପର୍କୀୟଙ୍କୁ ପ୍ରେମ କରି ବସିଲେ। ତାଙ୍କ ସ୍ବାମୀ ଏହା ଜାଣିବା ପରେ ଅନେକ ଥର ବିରୋଧ କରିଥିଲେ, କିନ୍ତୁ ସପନା ତାଙ୍କ କଥା ଶୁଣିଲେ ନାହିଁ, ସେହି ଯୁବକଙ୍କ ପ୍ରତି ତାଙ୍କ ପ୍ରେମ ବଢିବାରେ ଲାଗିଲା। ପରିବାର ସଦସ୍ୟ ଏବଂ ସ୍ବାମୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ମଧ୍ୟ ସେ ପ୍ରେମକୁ ଭୁଲି ପାରିଲେ ନାହିଁ। ଏହା ଦେଖି ସପନାଙ୍କ ସ୍ବାମୀ ଉଭୟଙ୍କ ବିବାହ ପାଇଁ ସମ୍ମତି ଦେଇଥିଲେ ଏବଂ ସୁଲତାନଗଞ୍ଜର ବଡ ଦୁର୍ଗା ମଣ୍ଡପରେ ଉଭୟ ପରିବାରର ଉପସ୍ଥିତିରେ ତାଙ୍କ ସମ୍ପର୍କୀୟ ରାଜୁ କୁମାରଙ୍କୁ ବିବାହ କରିଥିଲେ ସପନା। ଏହି ସମୟରେ ମହିଳା ଜଣକ ତାଙ୍କର ଦୁଇ ଛୋଟ ପିଲାଙ୍କୁ ପ୍ରଥମ ସ୍ବାମୀଙ୍କ ପାଖରେ ଛାଡି ପ୍ରେମିକଙ୍କ ସହିତ ଚାଲିଗଲେ। ଲୋକମାନେ ଏହି ଅନନ୍ୟ ବିବାହ ବିଷୟରେ ଜାଣିବା ମାତ୍ରେ ବହୁ ସଂଖ୍ୟାରେ ଲୋକ ମନ୍ଦିରରେ ଭିଡ଼ ଜମାଇଥିଲେ। ସ୍ବାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ନିଜ ପ୍ରେମିକ ସହିତ ୭ ଫେରା ନେଇଥିଲେ। ସପନାଙ୍କ ପୂର୍ବତନ ସ୍ବାମୀମୀ ଉତ୍କଳ ମଣ୍ଡଳ ଏହି ଦମ୍ପତିଙ୍କ ବିବାହିତ ଜୀବନକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଆଖି ଓଦା ହୋଇ ଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ମତଦାନ: ୧୫ ଆସନରେ ୨୨୧ ପ୍ରାର୍ଥୀ

ରାଞ୍ଚି, ୧୪।୧୨: ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୫ଟି ଆସନ ଲାଗି ମତଦାନ କରାଯିବ। ନିର୍ବାଚନ...

ଉତ୍ତର ଭାରତରେ ବନ୍ୟା

ନୂଆଦିଲ୍ଲୀ/ହରିଦ୍ୱାର/ରୂପନଗର, ୨୦ା୮(ପି.ଟି.): ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସୁଦ୍ଧା...

ପରିସ୍ଥିତି ନ ସୁଧୁରିଲେ ମେ’- ଜୁନ୍‌ରେ ବି ରିଲିଜ୍‌ ହେବନି ବଲିଉଡ୍‌ ଫିଲ୍ମ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂଙ୍କ ‘୮୩’ର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ହେଲେ ଏହି କରୋନା ଏବେ ଏଭଳି...

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୮: ଲଗାଣ ବର୍ଷା ଫଳରେ ଦେଶର ପ୍ରାୟ ଅଧିକାଂଶ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ...

ଡବାବାଲା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯୋଗାଇବେନି ଡବା: ହାଜିଅଲ୍ଲୀ ଦରଘା ବନ୍ଦ

ମୁମ୍ବାଇ,୧୯।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଡବାବାଲା ସଂଘ ପକ୍ଷରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡବା ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

ନାତୁଣୀଙ୍କ ନାମ ରଖିଲେ ଲାଲୁ

ପାଟନା,୩୦।୩: ପାଟନାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନିକଟରେ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରାଜଶ୍ରୀ ଯାଦବ ସୋମବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଜନ୍ମ...

ମୋରବି ପୋଲ ଭାଙ୍ଗିବା ଘଟଣାରେ ୫୫ ଶିଶୁଙ୍କ ସମେତ ୧୩୫ ମୃତ, ମୃତକଙ୍କ ମଧ୍ୟରେ ୧୮ ମାସର ଶିଶୁ

ମୋରବି,୭ ।୧୧: ଗୁଜରାଟ ମୋରବି ପୋଲ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ ଅଫିସିଆଲ ଡାଟା ଜାରି କରାଯାଇଛି । ଏହି ଡାଟା ଅନୁଯାୟୀ, ମୋରବି ସହରରେ...

ଏୟାର ଇଣ୍ଡିଆରେ ମହିଳାଙ୍କ ଉପରେ ପରିସ୍ରା ମାମଲା: ଅଭିଯୁକ୍ତ ୧୪ ଦିନିଆ ନ୍ୟାୟିକ ହେପାଜତରେ…

ନୂଆଦିଲ୍ଲୀ,୭।୧ : ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ପଟିଆଲା ହାଉସ କୋର୍ଟ ୧୪...

Advertisement
Archives

Model This Week