ଗୋରୁଙ୍କୁ ଅଜଣା ରୋଗ: ଗାଁକୁ ଗାଁଡେଉଁଛି

ମହାକାଳପଡ଼ା,୨୪।୫(ଡି.ଏନ.ଏ.): ଗ୍ରାମାଞ୍ଚଳଗୁଡ଼ିକରେ ଗୋ-ପାଳକମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଗୋରୁଙ୍କ ଚିକିତ୍ସା ପାଇଁ ମାଗଣାରେ ଟିକାକରଣଠାରୁ ଆରମ୍ଭ କରି ବିନା ମୂଲ୍ୟରେ ଔଷଧ ଆଦି ପ୍ରଦାନ କରାଯାଉଛି। ଗୋ ସମ୍ପଦର ବିକାଶ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀମାନେ ବେଶ୍‌ ଲାଭବାନ ହୋଇପାରୁଛନ୍ତି। ପୂର୍ବ ଅପେକ୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦେଶୀ ଗାଈଙ୍କ ଚାହିଦା ରହିଥିବା ବେଳେ ସେମାନଙ୍କ ବଂଶ ବିପଦ ଆଡ଼କୁ ଠେଲି ହୋଇଯାଉଛି। ସେହିପରି ଶଙ୍କର ଜାତୀୟ ଗାଈ ଚାଷ କରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦ୍ୱିଗୁଣିତ ହେଉଛି। ଏହି ଗୋପାଳନ କରି ଗଁା ଲୋକମାନେ ବେଶ୍‌ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଅପରପକ୍ଷରେ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗ ଗଁାକୁ ଗଁା ବ୍ୟାପିବାରେ ଲାଗିଛି। ଫଳରେ ଗୋରୁଙ୍କ ଅକାଳରେ ଜୀବନ ଚାଲିଯାଉଛି। ଫଳରେ ଗୋ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯିବାକୁ ବସିଛି।
କୋଚିଳା, ସରୁମୁହିଁ, ବପୁର, କେନ୍ତିଅ, ବି.ବି. କଲୋନୀ, ପେଟଛେଲା, ପଲ୍ଲୀଗଡ଼, ରାଜେନ୍ଦ୍ରନଗର ଆଦି ଅଞ୍ଚଳରେ ଶତାଧିକ ଗୋପାଳକ ଗୋରୁଙ୍କୁ ଅଜଣା ରୋଗ ମାଡ଼ୁଥିବା କଥା ଶୁଣି ଭୟଭିତ ହୋଇପଡ଼ିଛନ୍ତି। ସେହିପରି କୋଚିଳା ଗ୍ରାମର ୧୦ରୁ ଅଧିକ ଗୋରୁ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆକ୍ରାନ୍ତ ଗୋରୁଗୁଡ଼ିକ ଖାଦ୍ୟ ଖାଉ ନ ଥିବା ବେଳେ ସେମାନଙ୍କୁ ଜ୍ୱର ଆସିବା ସହ ପାଦ ଗଣ୍ଠି ଫୁଲିବା, ନାକ ଓ ପାଟିରୁ ଲାଳ ଗଡ଼ିବା ଲକ୍ଷଣ ଦେଖିବାକୁ ମିଳିଛି। ୨ରୁ ୩ ଦିନ ପୂର୍ବରୁ ବି.ବି. କଲୋନୀର ନିଲିକାନ୍ତ ଦେବନାଥଙ୍କ ଏକ ବାଛୁରି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲା। ସ୍ଥାନୀୟ ଗାଉଁଲି ଅନଭିଜ୍ଞ ଚିକିତ୍ସକ ବାଛୁରିକୁ ଇଞ୍ଜେକଶନ ଦେବାର କିଛି ସମୟ ପରେ ଜୀବନ ଚାଲି ଯାଇଥିଲା ବୋଲି ଗୋ ପାଳକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସକ ଅମରେଶ ସ୍ବାଇଁଙ୍କୁ ପଚାରିବାରେ ଆପଣଙ୍କ ମାଧ୍ୟମରେ ଗୋରୁଙ୍କୁ ଅଜଣା ରୋଗ ହୋଇଥିବା ଖବର ପାଇଲି। ତୁରନ୍ତ ଏକ ସ୍ବତନ୍ତ୍ର ଚିକିତ୍ସକ ଟିମ୍‌ ପହଞ୍ଚତ୍ ସର୍ବେକ୍ଷଣ କରିବା ସହ ଆକ୍ରାନ୍ତ ଗୋରୁଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri