Posted inଫୁରସତ

ବିଶ୍ୱ ସ୍କାଉଟ୍ସ ଦିବସ: ଶୃଙ୍ଖଳିତ ଆଦର୍ଶ ଜୀବନ ମୂଳମନ୍ତ୍ର

ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହିଦିନ ବ୍ରିଟେନ୍‌ର ଲ୍ୟୁଟ୍‌ନାଣ୍ଟ ଜେନେରାଲ ବଡେନ ପାଓ୍ବେଲ ଜନ୍ମ ଗ୍ରହଣ କରିଥିଲେ। ଜଣେ ସେନା ଅଧିକାରୀ, ଲେଖକ ଓ ସମାଜ ସଂସ୍କାରକ ଭାବେ ସେ ବେଶ୍‌ ଜଣାଶୁଣା। ବିଶ୍ୱର ସେ ପ୍ରଥମ ଚିଫ୍‌ ସ୍କାଉଟ ହୋଇଥିବାରୁ ତାଙ୍କ ଜନ୍ମଦିନ ୧୮୫୭ ଫେବୃୟାରୀ ୨୨କୁ ବିଶ୍ୱ ସ୍କାଉଟ ଦିବସ ଭାବେ ପାଳନ କରାଯାଇ ଆସୁଛି। ତାଙ୍କ ସ୍ତ୍ରୀ ଓଲେଭ ବଡେନ ପାଓ୍ବେଲ ସ୍କାଉଟିଂ ଓ ଗଲର୍ସ ଗାଇଡ୍‌ ପ୍ରତିଷ୍ଠାତା ଥିଲେ। ଦୁହିଁଙ୍କ ପ୍ରେରଣା କେବଳ କେନିଆ ନୁହେଁ, ସାରା ବିଶ୍ୱକୁ ବାଟ ଦେଖାଇଥିଲା।
ସ୍କାଉଟ୍‌ ସଂଘ ପକ୍ଷରୁ ଏହି ଦିବସକୁ ପ୍ରତିଜ୍ଞା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଗଲର୍ସ ଗାଇଡ୍‌ ଓ ଗଲର୍ସ ସ୍କାଉଟ୍‌ ପକ୍ଷରୁ ଏହି ଦିବସକୁ ବିଶ୍ୱ ଚିନ୍ତନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିବସ ସମସ୍ତ ସ୍କାଉଟ ଓ ଗଲର୍ସ ଗାଇଡ୍‌ମାନେ ନିଜକୁ ଶୃଙ୍ଖଳିତ କରିବା ଓ ଆନ୍ଦୋଳନର ଆଦର୍ଶକୁ ବଜାୟ ରଖିବା ଲାଗି ପ୍ରତିଜ୍ଞା କରିଥାନ୍ତି। ସମୟକ୍ରମେ ବିଭିନ୍ନ ଦେଶରେ ସ୍କାଉଟ ଓ ଗାଇଡ୍‌ ନିୟମାବଳୀ ବଦଳିଥିଲେ ହେଁ ଜଣେ କିପରି ଶୃଙ୍ଖଳାର ସହ ଆଦର୍ଶ ଜୀବନ ବିତାଇପାରିବ ଓ ସମାଜ ଲାଗି ଉଦାହରଣ ସୃଷ୍ଟି କରିପାରିବ, ସେନେଇ ଚିନ୍ତା କରିବା ସହ ଏହି ଦିବସ ପାଳନ ଅବସରରେ ପ୍ରତିଜ୍ଞା ନେଇଥାନ୍ତି।
ସମୟରେ ସ୍କାଉଟ୍ସମାନେ ସହାୟତାର ହାତ ବଢ଼ାଇଥାନ୍ତି। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ପ୍ରଥମେ ୧୯୨୦ରେ ପ୍ରଥମ ବିଶ୍ୱ ସ୍କାଉଟ୍ସ ସମ୍ମିଳନୀର ଲଣ୍ଡନ ସଂସ୍କରଣରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ରବର୍ଟ ବାଡେନ-ପାୱେଲଙ୍କ ଜନ୍ମଦିନରେ ଏହି ଦିବସ ପାଳନ ଲାଗି ମତ ପ୍ରକାଶ ପାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ବିପଦ ସମୟରେ ମାନବ ସମାଜ ପାଖରେ ବନ୍ଧୁ ଭଳି ଠିଆହେବାକୁ ସ୍କାଉଟ୍ସ ଦିବସ ଶିକ୍ଷା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?