ଆସୁଛି ‘ପ୍ରେମ ସାଥୀ-ଦ ଟ୍ରୁ ଲଭ୍‌ମେଟ୍‌’

ପ୍ରେମକୁ ଆଧାର କରି ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ନିର୍ମିତ ହେବାକୁ ଯାଉଛି, ଯାହାର ଟାଇଟଲ ରହିଛି ‘ପ୍ରେମ ସାଥୀ-ଦ ଟ୍ରୁ ଲଭ୍‌ମେଟ୍‌’। ନବାଗତ ପ୍ରଯୋଜକ ସତ୍ୟବ୍ରତ ଜେନା ଏବଂ ଜଗନ୍ନାଥ ପାଣିଙ୍କ ପ୍ରଯୋଜନାରେ ଏହାର ପ୍ରାରମ୍ଭିକ କାମ ଶେଷ ହୋଇଛି ଏବଂ ମହୁରତ ସହ ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏନ୍‌.ଆର. ଫିଲ୍ମ ବ୍ୟାନରରେ ଏହି ଚିତ୍ରରୁ ଜଣେ ନବାଗତା ଓଡ଼ିଆ ସିନେମାରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅନୁଷ୍କା ପ୍ରିୟଦର୍ଶିନୀ। ସଞ୍ଜୟ ଭଟ୍ଟଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଓଲିଉଡ୍‌ର ଆଗଧାଡ଼ିର ତଥା ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ପୂର୍ବରୁ ‘ରସିକ ନାଗର’, ‘କ୍ରିମିନାଲ୍‌’, ‘ହିରୋ’, ‘ଦିଲ୍‌ କା ରାଜା’, ‘ମେଣ୍ଟାଲ’, ‘ତୁ ମୋ ହିରୋ’ ଆଦି ହିଟ୍‌ ସିନେମାର ନିର୍ଦ୍ଦେଶନ ଏସ୍‌. ଦିଲୀପ ପଣ୍ଡା। ବଡ଼ ପରଦାରେ ନାୟିକା ଭାବରେ ଏଣ୍ଟ୍ରି କରିବା ପୂର୍ବରୁ ଅନୁଷ୍କା ଦୁଇଟି ଶର୍ଟ ଫିଲ୍ମ ‘ସମ୍ଭାବନା’ ଏବଂ ‘ଦ ସସ୍‌ପେନ୍ସ ଇନ୍‌ ଲକ୍‌ଡାଉନ୍‌’ ନିର୍ମାଣ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତେବେ ନିଜର ପ୍ରଥମ ସିନେମାର ଭୂମିକାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଅନୁଷ୍କା। ଏହି ଫିଲ୍ମରେ ସଂଯୋଜିତ ତଥା ବସନ୍ତରାଜ ସାମଲ, ସୁବ୍ରତ ସ୍ବାଇଁ ଏବଂ ଡ. ସୁରଭି ଭଟ୍ଟଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଉଛନ୍ତି ଆଗଧାଡ଼ିର ସ୍ବର ସଂଯୋଜକ ପ୍ରେମ ଆନନ୍ଦ। ଉକ୍ତ ଚିତ୍ରର ଅବଶିଷ୍ଟ କାଷ୍ଟିଂ ଚାଲୁ ରହିଛି ଏବଂ ଖୁବ୍‌ ଶୀଘ୍ର ଏହା ଫାଇନାଲ ହେବ ବୋଲି କହନ୍ତି ନିର୍ଦ୍ଦେଶକ ଦିଲୀପ।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri