ଆସୁଛି ‘ପ୍ରେମ ସାଥୀ-ଦ ଟ୍ରୁ ଲଭ୍‌ମେଟ୍‌’

ପ୍ରେମକୁ ଆଧାର କରି ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ନିର୍ମିତ ହେବାକୁ ଯାଉଛି, ଯାହାର ଟାଇଟଲ ରହିଛି ‘ପ୍ରେମ ସାଥୀ-ଦ ଟ୍ରୁ ଲଭ୍‌ମେଟ୍‌’। ନବାଗତ ପ୍ରଯୋଜକ ସତ୍ୟବ୍ରତ ଜେନା ଏବଂ ଜଗନ୍ନାଥ ପାଣିଙ୍କ ପ୍ରଯୋଜନାରେ ଏହାର ପ୍ରାରମ୍ଭିକ କାମ ଶେଷ ହୋଇଛି ଏବଂ ମହୁରତ ସହ ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏନ୍‌.ଆର. ଫିଲ୍ମ ବ୍ୟାନରରେ ଏହି ଚିତ୍ରରୁ ଜଣେ ନବାଗତା ଓଡ଼ିଆ ସିନେମାରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅନୁଷ୍କା ପ୍ରିୟଦର୍ଶିନୀ। ସଞ୍ଜୟ ଭଟ୍ଟଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଓଲିଉଡ୍‌ର ଆଗଧାଡ଼ିର ତଥା ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ପୂର୍ବରୁ ‘ରସିକ ନାଗର’, ‘କ୍ରିମିନାଲ୍‌’, ‘ହିରୋ’, ‘ଦିଲ୍‌ କା ରାଜା’, ‘ମେଣ୍ଟାଲ’, ‘ତୁ ମୋ ହିରୋ’ ଆଦି ହିଟ୍‌ ସିନେମାର ନିର୍ଦ୍ଦେଶନ ଏସ୍‌. ଦିଲୀପ ପଣ୍ଡା। ବଡ଼ ପରଦାରେ ନାୟିକା ଭାବରେ ଏଣ୍ଟ୍ରି କରିବା ପୂର୍ବରୁ ଅନୁଷ୍କା ଦୁଇଟି ଶର୍ଟ ଫିଲ୍ମ ‘ସମ୍ଭାବନା’ ଏବଂ ‘ଦ ସସ୍‌ପେନ୍ସ ଇନ୍‌ ଲକ୍‌ଡାଉନ୍‌’ ନିର୍ମାଣ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତେବେ ନିଜର ପ୍ରଥମ ସିନେମାର ଭୂମିକାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଅନୁଷ୍କା। ଏହି ଫିଲ୍ମରେ ସଂଯୋଜିତ ତଥା ବସନ୍ତରାଜ ସାମଲ, ସୁବ୍ରତ ସ୍ବାଇଁ ଏବଂ ଡ. ସୁରଭି ଭଟ୍ଟଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଉଛନ୍ତି ଆଗଧାଡ଼ିର ସ୍ବର ସଂଯୋଜକ ପ୍ରେମ ଆନନ୍ଦ। ଉକ୍ତ ଚିତ୍ରର ଅବଶିଷ୍ଟ କାଷ୍ଟିଂ ଚାଲୁ ରହିଛି ଏବଂ ଖୁବ୍‌ ଶୀଘ୍ର ଏହା ଫାଇନାଲ ହେବ ବୋଲି କହନ୍ତି ନିର୍ଦ୍ଦେଶକ ଦିଲୀପ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri