Posted inଫୁରସତ

ବୋକା ବନାଇବା ପାଇଁ ଦିନଟିଏ…

ଆଜି ହେଉଛି ଏପ୍ରିଲ ୧। ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେଉଛି ଏବଂ ଅନେକ ଲୋକ ଏହି ଦିନକୁ ଏପ୍ରିଲ୍‌ ଫୁଲ୍‌ ବା ବୋକା ଦିବସ ଭାବରେ ପାଳନ କରିଥାନ୍ତି। ଏହି ଦିବସ ପାଳନ କରିବାର ଅର୍ଥ ଲୋକମାନେ ପରସ୍ପର ସହିତ ଥଟ୍ଟା କରିବା ସହ ପରସ୍ପରକୁ ବୋକା ବନାଇବାକୁ ଚେଷ୍ଟା କରନ୍ତି। ମାତ୍ର ଏହା ଏପ୍ରିଲର ପ୍ରଥମ ଦିନରେ କାହିଁକି ବୋକା ଦିବସ ପାଳନ କରାଯାଏ ତାହା ହୁଏତ ଅଧିକାଂଶ ଲୋକ ଜାଣି ନ ଥିବେ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଏହି ଦିନ କାହିଁକି ଓ କେବେ ପାଳନ କରାଯାଇଥିଲା ସେ ବିଷୟରେ ଯଦିଓ ସଠିକ୍‌ ସୂଚନା ନାହିଁ ତଥାପି ୧୫୮୨ରୁ ଏହି ବିଶେଷ ଦିନ ପାଳନ କରାଯାଇଆସୁଛି ବୋଲି କୁହାଯାଉଛି। ଯେତେବେଳେ ଫ୍ରାନ୍ସ ଜୁଲିଆନ କ୍ୟାଲେଣ୍ଡର ଛାଡ଼ି ଗ୍ରେଗୋରିଆନ କ୍ୟାଲେଣ୍ଡର ଗ୍ରହଣ କରିଥିଲେ ସେବେଠାରୁ ଏହା ପାଳନ କରାଯାଉଛି।

ପୋପ୍‌ ଗ୍ରେଗୋରୀ XIII ଗ୍ରେଗୋରିଆନ କ୍ୟାଲେଣ୍ଡର ଆରମ୍ଭ କରିଥିଲେ।ଏହି କ୍ୟାଲେଣ୍ଡରରେ ବର୍ଷ ଜାନୁଆରୀରୁ ଆରମ୍ଭ ହୁଏ ଏବଂ ଏହା ହେଉଛି ସମାନ କ୍ୟାଲେଣ୍ଡର ଯାହା ଏବେ ଆମେ ବ୍ୟବହାର କରୁଛୁ। ଜୁଲିଆନ କ୍ୟାଲେଣ୍ଡରରେ, ନୂଆବର୍ଷ ଏପ୍ରିଲ ୧ରୁ ଆରମ୍ଭ ହେଉଥିଲା, କିନ୍ତୁ ଯେତେବେଳେ ପୋପ୍‌ ଚାଲର୍‌ସ ୯ ଗ୍ରେଗୋରିଆନ କ୍ୟାଲେଣ୍ଡର ଆରମ୍ଭ କରିଥିଲେ, ଲୋକମାନେ ସେହି ପରିବର୍ତ୍ତନ ବିଷୟରେ ଜାଣି ନ ଥିଲେ ଏବଂ ପ୍ରତିବର୍ଷ ଏପ୍ରିଲ ୧ରେ ନୂଆବର୍ଷ ପାଳନ ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କୁ ବହୁତ ପରିହାସ କରାଯାଇଥିଲା ଏବଂ ସେମାନଙ୍କୁ ବୋକା ବୋଲି କୁହାଯାଉଥିଲା। ସେବେଠାରୁ ଏହି ଦିନ ଆରମ୍ଭ ହୋଇଥିବା ମଧ୍ୟ ବିଶ୍ୱାସ କରାଯାଏ।

ବୋକା ଦିବସ ବିଷୟରେ ଇଂଲଣ୍ଡର ରାଜା ରିଚାର୍ଡ (ଦ୍ୱିତୀୟ)ଙ୍କ ବିଷୟରେ ଏକ ମଜାଳିଆ କାହାଣୀ ଅଛି। କୁହାଯାଏ, ରିଚାର୍ଡ ଦ୍ୱିତୀୟ ଏବଂ ବୋହେମିଆର ରାଣୀ ଆନ୍‌ ୩୨ ମାର୍ଚ୍ଚ ୧୩୮୧ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଘୋଷଣା କରିଥିଲେ। ଏହି ଖବର ଶୁଣି ଲୋକମାନେ ବହୁତ ଖୁସି ହେଲେ। ଉତ୍ସବ ପାଳନ ଏବଂ ଏହି ଦିନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। କିନ୍ତୁ ଯେତେବେଳେ ମାର୍ଚ୍ଚ ୩୧ ଆସିଲା, ସେମାନେ ଅନୁଭବ କଲେ ଯେ ସେମାନେ ବୋକା ହୋଇଯାଇଛନ୍ତି, କାରଣ ମାର୍ଚ୍ଚ ୩୨ ନାହିଁ। ସେବେଠାରୁ ବୋକା ଦିବସ ୩୧ ମାର୍ଚ୍ଚର ପରଦିନ ଅର୍ଥାତ୍‌ ଏପ୍ରିଲ ୧ରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?