ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବାର ରାହା ଖୋଜୁଥିବା ଦମ୍ପତି

ରାଜନଗର,୨୧ା୫(ଡି.ଏନ.ଏ.): ଜଳଧର ଦାସ, ବୟସ ୮୦। ସ୍ତ୍ରୀ ବାସନ୍ତୀ ଦାସ ବୟସ ୭୫। ବୟସର ଅପରାହ୍ନରେ ପାଦ ଥାପି ସାରିଲେଣି ଦୁହେଁ। ଜଳଧର ଜନ୍ମରୁ କୁଜ୍ଜା। କୁଜ୍ଜା ହେଲେ ବି ଜୀବନ ଯନ୍ତ୍ରଣାକୁ ଭ୍ରୁକ୍ଷେପ ନ କରି କାମ ଧନ୍ଦା କରି ପେଟ ପୋଷୁଥିଲେ। ପରିବାର ଚଳାଉଥିଲେ। ବାସନ୍ତୀଙ୍କ ଆଖିକୁ ଆଉ ଭଲ ଦିଶୁନି। ଦୁହିଁଙ୍କ ଆଶା ଭରଷା ହେଉଛି ବାଉଁଶରେ ତିଆରି ଆଶାବାଡ଼ି। ଯୁଆଡେ ଯାଆନ୍ତି, ଦୁହେଁ ପରସ୍ପରକୁ ଧରି ବାଟ ଚାଲନ୍ତି। ଗାଁରେ ଥିବା ଭିଟାମାଟି ହରାଇ ଏବେ ରାଜନଗର-ପଟ୍ଟାମୁଣ୍ଡାଇ ତଳ ସଂଯୋଗ ରାସ୍ତାର ପଞ୍ଚମୁଖୀ ହନୁମାନ ମନ୍ଦିର ପାଖରେ ସରକାରୀ ଜାଗାରେ ପଲିଥିନ ଘେରା କୁଡ଼ିଆରେ ରହୁଛନ୍ତି। ବୋଧହୁଏ ଏହା ହେଉଛି ସେମାନଙ୍କ ପାଇଁ ଶେଷ ଠିକଣା।
ସେହି ଘରେ କବାଟ ନାହିଁ କି ଝରକା। ଛୋଟ ଅଖା ଟାଣି କୁଡିଆରେ ଆଶ୍ରୟ ନିଅନ୍ତି ଜଳଧର ଓ ବାସନ୍ତୀ। ପିଲାଛୁଆ ତ ତାଙ୍କ କୋଳକୁ ଠାକୁର ଦେଇ ନାହାଁନ୍ତି। ତଥାପି ଭାଗ୍ୟ, ଭଗବାନକୁ ଆଶ୍ରା କରି ବଞ୍ଚତ୍ ରହିଛନ୍ତି ଦୁହେଁ। ଅଭାବ, ଅନାଟନ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସରନ୍ତି ଦୁଃଖ ସେମାନଙ୍କୁ ନିରାଶ କରିଛି। ମାସିକ ୫ଶହ ଲେଖାଏଁ ଭତ୍ତା ଟଙ୍କା ହିଁ ଦୁହିଁଙ୍କ ଭରସା ସାଜିଛି। କେନ୍ଦ୍ର ଓ ରାଜ୍ୟ ସରକାର ଅସଂଖ୍ୟ ଯୋଜନା ଗରିବ ଗୁରୁବାଙ୍କ ପାଇଁ ଯୋଗାଇ ଦେଉଥିବା ବେଳେ ଏହି ଦମ୍ପତି ପାଇଁ ସେ ସବୁ ସାତ ସପନ ହୋଇଛି। ସରକାର ପରେ ନୂଆ ସରକାର ଶପଥ ନେଉଛନ୍ତି। ସରପଞ୍ଚ ପରେ ନୂଆ ସରପଞ୍ଚ ଭୋଟ ପାଇ ଆସୁଛନ୍ତି। ହେଲେ ଜଳଧର, ବାସନ୍ତୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିନାହିଁ ା ସେଥିପାଇଁ ସେମାନେ କୌଣସି ଆବାସ ଯୋଜନାରେ ସାମିଲ ହୋଇପାରିନାହାନ୍ତି। ବୟସ ଥିବା ବେଳେ ପର ଘରେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ତେଲ ଲୁଣର ସଂସାର ଚାଲୁଥିଲା । ଏବେ ସେମାନେ ଆଉ ପାରୁ ନାହାଁନ୍ତି। କିଏ ଜାଣିଛି ଆମେ ଆଉ କେତେଦିନ ବଞ୍ଚତ୍ବୁ। ପୁଅ,ଝିଅ ନ ଥିବାରୁ ଆମେ କେବଳ ଅନ୍ୟର ହାତଟେକା ସହାୟତାକୁ ଅପେକ୍ଷା କରିଛୁ ବୋଲି ଦୁହେଁ କହିଛନ୍ତି। ଶୁକ୍ରବାର ଥିବା ସାବିତ୍ରୀ ବ୍ରତ। ଏ ସମ୍ପର୍କରେ ବାସନ୍ତୀଙ୍କୁ ପଚାରିବାରୁ ମୁଁ ବୋହୂ ହୋଇ ଆସିବା ବେଳେ ତ ଏ ସବୁ ଫାର୍ସ ନ ଥିଲା। ମୋ ସ୍ବାମୀ ମୋ ପାଇଁ ଇହକାଳ, ପରକାଳର ଦେବତା। ତାଙ୍କ ପାଦ ତଳେ ସକାଳୁ ଉଠି ମୁଁ ପ୍ରତିଦିନ ମୁଣ୍ଡିଆ ମାରେ। ସେଥିପାଇଁ ମୁଁ ସବୁଦିନ ସାବିତ୍ରୀ ବ୍ରତ କରେ ବୋଲି ବାସନ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri