ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବାର ରାହା ଖୋଜୁଥିବା ଦମ୍ପତି

ରାଜନଗର,୨୧ା୫(ଡି.ଏନ.ଏ.): ଜଳଧର ଦାସ, ବୟସ ୮୦। ସ୍ତ୍ରୀ ବାସନ୍ତୀ ଦାସ ବୟସ ୭୫। ବୟସର ଅପରାହ୍ନରେ ପାଦ ଥାପି ସାରିଲେଣି ଦୁହେଁ। ଜଳଧର ଜନ୍ମରୁ କୁଜ୍ଜା। କୁଜ୍ଜା ହେଲେ ବି ଜୀବନ ଯନ୍ତ୍ରଣାକୁ ଭ୍ରୁକ୍ଷେପ ନ କରି କାମ ଧନ୍ଦା କରି ପେଟ ପୋଷୁଥିଲେ। ପରିବାର ଚଳାଉଥିଲେ। ବାସନ୍ତୀଙ୍କ ଆଖିକୁ ଆଉ ଭଲ ଦିଶୁନି। ଦୁହିଁଙ୍କ ଆଶା ଭରଷା ହେଉଛି ବାଉଁଶରେ ତିଆରି ଆଶାବାଡ଼ି। ଯୁଆଡେ ଯାଆନ୍ତି, ଦୁହେଁ ପରସ୍ପରକୁ ଧରି ବାଟ ଚାଲନ୍ତି। ଗାଁରେ ଥିବା ଭିଟାମାଟି ହରାଇ ଏବେ ରାଜନଗର-ପଟ୍ଟାମୁଣ୍ଡାଇ ତଳ ସଂଯୋଗ ରାସ୍ତାର ପଞ୍ଚମୁଖୀ ହନୁମାନ ମନ୍ଦିର ପାଖରେ ସରକାରୀ ଜାଗାରେ ପଲିଥିନ ଘେରା କୁଡ଼ିଆରେ ରହୁଛନ୍ତି। ବୋଧହୁଏ ଏହା ହେଉଛି ସେମାନଙ୍କ ପାଇଁ ଶେଷ ଠିକଣା।
ସେହି ଘରେ କବାଟ ନାହିଁ କି ଝରକା। ଛୋଟ ଅଖା ଟାଣି କୁଡିଆରେ ଆଶ୍ରୟ ନିଅନ୍ତି ଜଳଧର ଓ ବାସନ୍ତୀ। ପିଲାଛୁଆ ତ ତାଙ୍କ କୋଳକୁ ଠାକୁର ଦେଇ ନାହାଁନ୍ତି। ତଥାପି ଭାଗ୍ୟ, ଭଗବାନକୁ ଆଶ୍ରା କରି ବଞ୍ଚତ୍ ରହିଛନ୍ତି ଦୁହେଁ। ଅଭାବ, ଅନାଟନ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସରନ୍ତି ଦୁଃଖ ସେମାନଙ୍କୁ ନିରାଶ କରିଛି। ମାସିକ ୫ଶହ ଲେଖାଏଁ ଭତ୍ତା ଟଙ୍କା ହିଁ ଦୁହିଁଙ୍କ ଭରସା ସାଜିଛି। କେନ୍ଦ୍ର ଓ ରାଜ୍ୟ ସରକାର ଅସଂଖ୍ୟ ଯୋଜନା ଗରିବ ଗୁରୁବାଙ୍କ ପାଇଁ ଯୋଗାଇ ଦେଉଥିବା ବେଳେ ଏହି ଦମ୍ପତି ପାଇଁ ସେ ସବୁ ସାତ ସପନ ହୋଇଛି। ସରକାର ପରେ ନୂଆ ସରକାର ଶପଥ ନେଉଛନ୍ତି। ସରପଞ୍ଚ ପରେ ନୂଆ ସରପଞ୍ଚ ଭୋଟ ପାଇ ଆସୁଛନ୍ତି। ହେଲେ ଜଳଧର, ବାସନ୍ତୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିନାହିଁ ା ସେଥିପାଇଁ ସେମାନେ କୌଣସି ଆବାସ ଯୋଜନାରେ ସାମିଲ ହୋଇପାରିନାହାନ୍ତି। ବୟସ ଥିବା ବେଳେ ପର ଘରେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ତେଲ ଲୁଣର ସଂସାର ଚାଲୁଥିଲା । ଏବେ ସେମାନେ ଆଉ ପାରୁ ନାହାଁନ୍ତି। କିଏ ଜାଣିଛି ଆମେ ଆଉ କେତେଦିନ ବଞ୍ଚତ୍ବୁ। ପୁଅ,ଝିଅ ନ ଥିବାରୁ ଆମେ କେବଳ ଅନ୍ୟର ହାତଟେକା ସହାୟତାକୁ ଅପେକ୍ଷା କରିଛୁ ବୋଲି ଦୁହେଁ କହିଛନ୍ତି। ଶୁକ୍ରବାର ଥିବା ସାବିତ୍ରୀ ବ୍ରତ। ଏ ସମ୍ପର୍କରେ ବାସନ୍ତୀଙ୍କୁ ପଚାରିବାରୁ ମୁଁ ବୋହୂ ହୋଇ ଆସିବା ବେଳେ ତ ଏ ସବୁ ଫାର୍ସ ନ ଥିଲା। ମୋ ସ୍ବାମୀ ମୋ ପାଇଁ ଇହକାଳ, ପରକାଳର ଦେବତା। ତାଙ୍କ ପାଦ ତଳେ ସକାଳୁ ଉଠି ମୁଁ ପ୍ରତିଦିନ ମୁଣ୍ଡିଆ ମାରେ। ସେଥିପାଇଁ ମୁଁ ସବୁଦିନ ସାବିତ୍ରୀ ବ୍ରତ କରେ ବୋଲି ବାସନ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri