Posted inଖେଳ

ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ

ନୂଆଦିଲ୍ଲୀ, ୨୬।୫-ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଆଗାମୀ ଜୁନ୍‌ ୧୮ରୁ ଇଂଲଣ୍ଡର ସାଉଥାମ୍ପଟନଠାରେ ଆରମ୍ଭ ହେବ। କେଉଁ ଦଳ ଫାଇଦାରେ ରହିବ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏଥିରେ ସାମିଲ ହୋଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ କିମ୍ବଦନ୍ତୀ ରିଚାର୍ଡ ହାଡ୍‌ଲି। ପରିବେଶ ସହିତ ଯେଉଁ ଦଳ ନିଜକୁ ଅଧିକ ଖାପ ଖୁଆଇ ପାରିବ ସେ ସେତେ ଫାଇଦାରେ ରହିବ। ଇଂଲଣ୍ଡରେ ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ ବୋଲି ହାଡ୍‌ଲି ପୂର୍ବାନୁମାନ କରିଛନ୍ତି।
କେଉଁ ଦଳ ଅଧିକ ପ୍ରସ୍ତୁତ ହୋଇଛି ଏବଂ ଇଂଲଣ୍ଡର ଥଣ୍ଡା ପରିବେଶ ସହିତ ନିଜକୁ ଶୀଘ୍ର ଖାପ ଖୁଆଇ ପାରୁଛି ତା’ ଉପରେ ଅନେକ କିଛି ନିର୍ଭର କରିବ। ପାଣିପାଗର ଅନେକ ଭୂମିକା ରହିବ। ଯଦି ଅଧିକ ଥଣ୍ଡା ପଡ଼ିବ ତେବେ ନ୍ୟୁଜିଲାଣ୍ଡ ଫାଇଦାରେ ରହିବ। ଡ୍ୟୁକ୍‌ ବଲ୍‌ ଉଭୟ ଦଳର ଫାଷ୍ଟ ବୋଲରଙ୍କୁ ସୁହାଇବ। ବିଶେଷକରି ପ୍ରକୃତ ସୁଇଂ ବୋଲର ଏଥିରୁ ଅଧିକ ଫାଇଦା ପାଇବେ। ଏ କ୍ଷେତ୍ରରେ ଦେଖିବାକୁ ଗଲେ ଟିମ୍‌ ସୌଦୀ, ଟ୍ରେଣ୍ଟ ବୋଲ୍ଟ ଏବଂ କାଏଲ ଜେମିସନଙ୍କୁ ନେଇ ଶାଣିତ ନ୍ୟୁଜିଲାଣ୍ଡ ପେସ୍‌ ବାହିନୀ ପ୍ରଭାବୀ ରହିବ। ଯଦି ବଲ୍‌ ପିଚ୍‌ର ଉଭୟ ଦିଗକୁ ସୁଇଂ କରେ ତେବେ ୨ଟି ଯାକ ଦଳର ବ୍ୟାଟ୍ସମ୍ୟାନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ବୋଲି ହାଡ୍‌ଲି କହିଛନ୍ତି। ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ କିମ୍ବା କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ମଧ୍ୟରୁ ଜଣକୁ ବିଜେତା ବାଛିବା କଷ୍ଟକର ବୋଲି ସେ କହିଛନ୍ତି। ଉଭୟ ଦଳରେ ହାଇ-କ୍ଲାସ ବ୍ୟାଟ୍ସମ୍ୟାନ ଅଛନ୍ତି। ତେଣୁ ମ୍ୟାଚ ନିଶ୍ଚିତ ରୋମାଞ୍ଚକ ଏବଂ ଦେଖିବାଭଳି ହେବ ବୋଲି ସେ କହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲରେ ଭାରତ ଓ ନ୍ୟୁଜିଲାଣ୍ଡ ଶୀର୍ଷ ଦୁଇସ୍ଥାନ ଅଧିକାର କରି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ଏହା ଇଂଲଣ୍ଡରେ ନିରପେକ୍ଷ ଭେନ୍ୟୁରେ ହେବାକୁ ଯାଉଥିବାରୁ କୌଣସି ଦଳ ଘରୋଇ ଆଡ୍‌ଭାଣ୍ଟେଜ୍‌ ପାଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri