Posted inଖେଳ

ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ

ନୂଆଦିଲ୍ଲୀ, ୨୬।୫-ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଆଗାମୀ ଜୁନ୍‌ ୧୮ରୁ ଇଂଲଣ୍ଡର ସାଉଥାମ୍ପଟନଠାରେ ଆରମ୍ଭ ହେବ। କେଉଁ ଦଳ ଫାଇଦାରେ ରହିବ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏଥିରେ ସାମିଲ ହୋଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ କିମ୍ବଦନ୍ତୀ ରିଚାର୍ଡ ହାଡ୍‌ଲି। ପରିବେଶ ସହିତ ଯେଉଁ ଦଳ ନିଜକୁ ଅଧିକ ଖାପ ଖୁଆଇ ପାରିବ ସେ ସେତେ ଫାଇଦାରେ ରହିବ। ଇଂଲଣ୍ଡରେ ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ ବୋଲି ହାଡ୍‌ଲି ପୂର୍ବାନୁମାନ କରିଛନ୍ତି।
କେଉଁ ଦଳ ଅଧିକ ପ୍ରସ୍ତୁତ ହୋଇଛି ଏବଂ ଇଂଲଣ୍ଡର ଥଣ୍ଡା ପରିବେଶ ସହିତ ନିଜକୁ ଶୀଘ୍ର ଖାପ ଖୁଆଇ ପାରୁଛି ତା’ ଉପରେ ଅନେକ କିଛି ନିର୍ଭର କରିବ। ପାଣିପାଗର ଅନେକ ଭୂମିକା ରହିବ। ଯଦି ଅଧିକ ଥଣ୍ଡା ପଡ଼ିବ ତେବେ ନ୍ୟୁଜିଲାଣ୍ଡ ଫାଇଦାରେ ରହିବ। ଡ୍ୟୁକ୍‌ ବଲ୍‌ ଉଭୟ ଦଳର ଫାଷ୍ଟ ବୋଲରଙ୍କୁ ସୁହାଇବ। ବିଶେଷକରି ପ୍ରକୃତ ସୁଇଂ ବୋଲର ଏଥିରୁ ଅଧିକ ଫାଇଦା ପାଇବେ। ଏ କ୍ଷେତ୍ରରେ ଦେଖିବାକୁ ଗଲେ ଟିମ୍‌ ସୌଦୀ, ଟ୍ରେଣ୍ଟ ବୋଲ୍ଟ ଏବଂ କାଏଲ ଜେମିସନଙ୍କୁ ନେଇ ଶାଣିତ ନ୍ୟୁଜିଲାଣ୍ଡ ପେସ୍‌ ବାହିନୀ ପ୍ରଭାବୀ ରହିବ। ଯଦି ବଲ୍‌ ପିଚ୍‌ର ଉଭୟ ଦିଗକୁ ସୁଇଂ କରେ ତେବେ ୨ଟି ଯାକ ଦଳର ବ୍ୟାଟ୍ସମ୍ୟାନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ବୋଲି ହାଡ୍‌ଲି କହିଛନ୍ତି। ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ କିମ୍ବା କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ମଧ୍ୟରୁ ଜଣକୁ ବିଜେତା ବାଛିବା କଷ୍ଟକର ବୋଲି ସେ କହିଛନ୍ତି। ଉଭୟ ଦଳରେ ହାଇ-କ୍ଲାସ ବ୍ୟାଟ୍ସମ୍ୟାନ ଅଛନ୍ତି। ତେଣୁ ମ୍ୟାଚ ନିଶ୍ଚିତ ରୋମାଞ୍ଚକ ଏବଂ ଦେଖିବାଭଳି ହେବ ବୋଲି ସେ କହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲରେ ଭାରତ ଓ ନ୍ୟୁଜିଲାଣ୍ଡ ଶୀର୍ଷ ଦୁଇସ୍ଥାନ ଅଧିକାର କରି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ଏହା ଇଂଲଣ୍ଡରେ ନିରପେକ୍ଷ ଭେନ୍ୟୁରେ ହେବାକୁ ଯାଉଥିବାରୁ କୌଣସି ଦଳ ଘରୋଇ ଆଡ୍‌ଭାଣ୍ଟେଜ୍‌ ପାଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ମୁମ୍ବାଇ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

କୋହଲି ଧରିଲେ ଏମିତି କ୍ୟାଚ୍‌, ଅଷ୍ଟ୍ରେଲିୟ ଖେଳାଳି ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ବ୍ରିସବେନ୍‌,୧୭।୧୦: ବ୍ରିସବେନ୍‌ର ଗାବାରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ କେବଳ ଭଲ ବୋଲିଂ କରି...

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକାର ସଂଘର୍ଷ

ପୋର୍ଟ ଏଲିଜାବେଥ,୧୯।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ...

ମୁମ୍ବାଇ-ଗୋଆ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୯ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ମୁମ୍ବାଇ ସିଟି ଏଫ୍‌ସି ଓ ଏଫ୍‌ସି ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ...

ଏବେ ରାହାଣେଙ୍କ ହାତରେ ଦାୟିତ୍ୱ: ସଚିନ କହିଲେ ‘ସେ ଆକ୍ରାମକ ନୁହନ୍ତି ଭାବିବା ଭୁଲ’

ନୂଆଦିଲ୍ଲୀ,୨୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଜିଙ୍କ୍ୟ ରାହାଣେ। ତାଙ୍କୁ ନେଇ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର କହିଛନ୍ତି,...

କିମ୍ବଦନ୍ତୀ ପର୍ବତାରୋହୀଙ୍କ ପରଲୋକ

କାଠମାଣ୍ଡୁ, ୨୨ା୯ (ପି.ଟି.)-କିମ୍ବଦନ୍ତୀ ନେପାଳୀ ପର୍ବତାରୋହୀ ଅଙ୍ଗ୍‌ରିଟା ଶେର୍ପାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୨ବର୍ଷ ହୋଇଥିଲା। ଅକ୍ସିଜେନ୍‌ ସିଲିଣ୍ଡରର ସହାୟତା ନ ନେଇ ୧୯୮୩ରୁ ୧୯୯୬...

ଭାବପ୍ରବଣ ହେଲେ କେନ ୱିଲିୟମସନ

ଅକଲାଣ୍ଡ,୧୬।୧୧:ଆଇପିଏଲ ୨୦୨୩ ପାଇଁ ମିନି ନିଲାମ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ ଦଳ କିଛି ନିଷ୍ପତ୍ତି ନେଇଛି। ହାଇଦ୍ରାବାଦ ଦଳ କେବଳ ଅଧିନାୟକ କେନ ୱିଲିୟମସନଙ୍କୁ ମୁକ୍ତ...

ସନ୍ୟାସ ନେଇ କଲେ ଟୁଇଟ୍‌, ପୁଣି କଲେ ଡିଲିଟ୍‌

ମୁମ୍ବାଇ,୧୪।୫: ଚେନ୍ନାଇ ସୁପର କିଙ୍ଗ୍ସର ତାରକା ଖେଳାଳି ଅମ୍ବାତି ରାୟୁଡ଼ୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି। ୨୦୨୨ ତାଙ୍କର ଶେଷ...

Advertisement
Archives

Model This Week