ପ୍ରାଣୀ ହିଂସାର ନିଚ୍ଛକ ଛବି

ମାନେକା ଗାନ୍ଧୀ

ଇୟାନ କ୍ରଫ୍ଟନ୍‌ଙ୍କ ‘ଏ କ୍ୟୁରିୟସ୍‌ ହିଷ୍ଟ୍ରି ଅଫ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରିଙ୍କ୍‌’ ବହି ମୁଁ ପଢୁଛି। ଏହାକୁ ଯେତେ ଅଧିକ ପଢୁଛି ମୋ ମନ ସେତେ ଦୁଃଖ ପାଉଛି। ବିନାଶ ଲାଗି ଭୟଙ୍କର କ୍ରୂରତା, ଅତିଲୋଭ ଏବଂ ଅସମ୍ବେଦନଶୀଳତାର ଏହା ଏକ ନିଚ୍ଛକ ସଙ୍କଳନ। ବିଭିନ୍ନ ଦେଶରେ ପ୍ରାଣୀମାନଙ୍କ ପ୍ରତି ମଣିଷର ବର୍ବରତା ସମ୍ପର୍କରେ ଭିନ୍ନ ଧରଣର ବର୍ଣ୍ଣନା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି।
୧୯୯୦ରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଦକ୍ଷିଣ ଫ୍ରାନ୍ସରେ ନେଓଁଣ୍ଡର୍ଥାଲ (ଆଦିମାନବ) ରହୁଥିବା ଅଞ୍ଚଳରେ ଅନୁଧ୍ୟାନ କରି ଖ୍ରୀ.ପୂ.୧୦୦,୦୦୦ର ମାନବ ଅସ୍ଥି ପାଇଛନ୍ତି। ସେମାନେ ମୃଗଗୁଡିକୁ ଖାଇଲା ଭଳି ମଣିଷମାନଙ୍କୁ ବି ଖାଉଥିଲେ। କାରଣ ମାନବ ଅସ୍ଥିଗୁଡ଼ିକ ନିକଟରେ ମୃଗଅସ୍ଥି ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା। ଏଣୁ ଏଥିରୁ ସ୍ପଷ୍ଟ ଯେ, ସେତେବେଳେ ମଣିଷ ନରଭକ୍ଷୀ( କାନିବାଲ) ଥିଲେ। କିନ୍ତୁ ବିବର୍ତ୍ତନ ଚକ୍ରରେ ସେମାନେ ପରିବର୍ତ୍ତନ ହେଲେ କି? ୨୦୦୯ରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଜର୍ମାନୀର ରାଇନ୍‌ଲ୍ୟାଣ୍ଡରେ ଖ୍ରୀ.ପୂ. ୫,୦୦୦ ଅର୍ଥାତ୍‌ ୭୦୦୦ ବର୍ଷ ପୂର୍ବର ଆଧୁନିକ ମଣିଷଙ୍କ ଅସ୍ଥି ପାଇଥିଲେ। ଏହି ସମୟରେ ରାଜାମାନେ ଭାରତକୁ ଶାସନ କରୁଥିଲେ। ଏଠାରେ ମୁଦ୍ରା ପ୍ରଚଳନ ଓ ଦେବଦେବୀଙ୍କୁ ପୂଜା କରାଯିବା ସହ ଆଧ୍ୟାମତ୍ିକ ଗ୍ରନ୍ଥ ମଧ୍ୟ ପ୍ରଚଳନ ଥିଲା। ମିଳିଥିବା ମଣିଷ ହାଡ଼ରୁ ଜଣାପଡୁଛି ଯେ, ସେତେବେଳେ ମଣିଷକୁ ମାରି ତା’ ମାଂସକୁ ମଣିଷ ଖାଉଥିଲା (କାନିବାଲିଜମ)। ଅର୍ଥାତ ସେବେଯାଏ ନରଭକ୍ଷୀ ମଣିଷ ପୃଥିବୀରେ ରହୁଥିଲେ। କିନ୍ତୁ ଅନ୍ୟ ସବୁ ପ୍ରାଣୀ ଆମ ଭଳି ସମ୍ବେଦନଶୀଳ ହୋଇଥିବାବେଳେ ସେମାନଙ୍କୁ ହତ୍ୟାକରି ମାଂସ ଖାଉଥିବାରୁ ଆମେ ଏବେ ବି ନରଭକ୍ଷୀଙ୍କଠାରୁ କିଛି କମ୍‌ ନୋହଁୁ। ବ୍ୟବସାୟିକ ଉଦ୍ଦେଶ୍ୟରେ ତିଆରି କରାଯାଉଥିବା ବିସ୍କୁଟ ଏବଂ ପାଉରୁଟିରେ ମଣିଷ କେଶରୁ ପ୍ରସ୍ତୁତ ଏଲ୍‌- ସିଷ୍ଟିନ ଉପଯୋଗ କରାଯାଉଛି। ପରୋକ୍ଷରେ ମଣିଷ ଅଙ୍ଗକୁ ଖିଆଯାଉଛି। ଏହା କ’ଣ ରାକ୍ଷସପଣ ବା ନରଭକ୍ଷିତା ପ୍ରବୃତ୍ତି ନୁହେଁ କି? ଖ୍ରୀ.ପୂ. ୬୦୦୦ରେ ସର୍ବପ୍ରଥମେ ଜଳହସ୍ତୀରୁ ସୁପ୍‌ ପ୍ରସ୍ତୁତ କରାଯାଇଥିତ୍ଲା। ଜଳହସ୍ତୀର ମୁଣ୍ଡକୁ ଭିନେଗାର ଓ କଟା ପିଆଜ ସହ ସିଝାଇ ସୁପ କରାଯାଉଥିତ୍ବା ବିଷୟରେ ୧୮୬୪ରେ ଇଂଲଣ୍ଡର ଅନ୍ବେଷକ ସାମୁଏଲ ବେକର ମଧ୍ୟ ଉଲ୍ଲେଖ କରିଛନ୍ତି।
ହଜାର ହଜାର ବର୍ଷ ତଳେ ଲୋକେ ଗର୍ଭବତୀ ଗାଈ ଓ ଘୁଷୁରିର ଚିରକୁ ଖାଉଥିତ୍ଲେ। ଆମେ ଏବେ ମଧ୍ୟ ଗର୍ଭବତୀ ଓ ଛୁଆ ଜନ୍ମ କରିଥିବା ମଇଁଷିର ମାଂସ ମଧ୍ୟପ୍ରାଚ୍ୟକୁ ରପ୍ତାନି କରୁଛୁ। ଯେଉଁ କମ୍ପାନୀ ବେଆଇନ ଭାବେ ଏହି ମଇଁଷିମାନଙ୍କୁ ମାରନ୍ତି ସେମାନେ ତା’ମାଂସ ସହ ଚିରଗୁଡ଼ିକୁ ରଖନ୍ତି, ଯାହାଦ୍ୱାରା ସେହି ମାଂସ ଗର୍ଭବତୀ ମଇଁଷିର ବୋଲି ଜଣାପଡେ। ମୁମ୍ବାଇର ଡେଓନାର କଂସେଇଖାନା ମଇଁଷିଗୁଡ଼ିକୁ ଦୁହଁିବା ସମୟର ଫଟୋ ନେବା ପରେ ସେମାନଙ୍କୁ କାଟିଥାଏ ଓ ସେହି ଫଟୋକୁ ବି ରପ୍ତାନି କରାଯାଉଥିବା ମାଂସ ସହ ରଖାଯାଏ। ଏଣୁ ଚିନ୍ତା କରନ୍ତୁ ତ ଆମେ ଆଧୁନିକ ମଣିଷ ହିସାବରେ କେତେ ପରିବର୍ତ୍ତନ ହୋଇପାରିଛେ? ଆଜ୍‌ଟେକମାନେ( ମେକ୍ସିିକୋରେ ରହୁଥିବା ଲୋକ) ଚକୋଲେଟକୁ ପିବିତ୍ର ଓ୍ୟଷଧ ଭାବେ ଗ୍ରହଣ କରୁଥିତ୍ତ୍ଲେ। ପାଶ୍ଚାତ୍ୟରେ ୧୫୦୦ ମସିହାରେ ଚକୋଲେଟ ଆବିଷ୍କାର କରାଯାଇଥିଲା । ସେତେବେଳେ ସିକାଡାସ କୀଟ ସହ ଏହାକୁ ଖାଇବାକୁ ସେମାନେ ଭାରି ଭଲ ପାଉଥିଲେ। ଭାରତର କେତେକ ଅଞ୍ଚଳରେ ଏହି ଘୃୃଣିତ ପରମ୍ପରା ବି ଚାଲିଛି। ଦୃଷ୍ଟାନ୍ତ ସ୍ବରୂପ,ଉଜ୍ଜ୍ୱଳ ଆଲେକ ତଳେ ଏକ କୁଣ୍ଡରେ ତେଲ ଫୁଟୁଥିବାବେଳେ ସେହି ଆଲୋକ ଆଡ଼କୁ ଯାଉଥିବା କୀଟ ସେଥିରେ ପଡି ମରନ୍ତି ଏବଂ ଆମେ ତାହାକୁ ଖାଉ। ଜାପାନରେ ଚକୋଲେଟ ବିସ୍କୁଟ ଭିତରେ ଭଅଁର ରଖାଯାଏ।
ରୋମ ସଭ୍ୟତା ନିଜ ସୁଖ ଲାଗି ବିଶ୍ୱର ବହୁତ କିଛି ନଷ୍ଟ କରିଦେଇଥିଲା। ସେ ସମୟରେ କ୍ରୀତଦାସ ଓ ହିଂସ୍ରପ୍ରାଣୀମାନଙ୍କୁ ସର୍ବସମ୍ମୁଖରେ ଏକାଠି ଲଢ଼ାଯାଉଥିଲା। ସାରା ବିଶ୍ୱରେ ପ୍ରାଣୀଙ୍କୁ ନେଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। ମଦରେ ନ ମରିବା ଯାଏ ମାଛକୁ ପହଁରାଯାଉଥିଲ। ବାଦୁଡି ପାଦରୁ ଜେଲି ଓ ବେଙ୍ଗ ପ୍ଳିହାରୁ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। କୋଚିଆକୁ ତା’ରକ୍ତରେ ହିଁ ରାନ୍ଧୁୁଥିତ୍ଲେ ସେମାନେ। ଆମେ ଏବେ ସେମାନଙ୍କଠାରୁ କି ଭଲ କାମ କରିଛେ? ଆମେରିକାରେ ର଼୍ୟାଟେଲସ୍ନେକ୍‌କୁ ଅଣ୍ଡା,ଅଟା ଓ ରୁଟିଖଣ୍ଡ ସହ ଫ୍ରାଏ କରି ଖାଆନ୍ତି। ଭିଏତ୍‌ନାମରେ ଦୁର୍ବଳ କୋବ୍ରାକୁ ତୁମ ସାମ୍‌ନାରେ କାଟି ସାପର ହାର୍ଟକୁ ଗ୍ଲାସରେ ଥିବା ତା’ରକ୍ତରେ ରଖନ୍ତି। ପଶ୍ଚିମବଙ୍ଗ ଓ କେରଳରେ ଜିଅନ୍ତା କଇଁଛକୁ ଓଲଟାଇ ଦେଇ ତା ପେଟକୁ କାଟି ତାହାକୁ ଗ୍ଲାସରେ ଥିବା ରକ୍ତରେ ବୁଡାଇ ରଖନ୍ତି। ନାମ୍ବିଆରେ ଓ୍ବାରଥୋଗ( ବଣଘୁଷୁରି)ର ଅନ୍ତନାଡିକୁ ମଳଦ୍ୱାର ବାଟେ ବାହାର କରି ଆଣନ୍ତି ଓ ଏହା ସହ ମଳ ବି ବାହାରକୁ ବାହାରି ଆସେ। ପରେ ସେମାନେ ଏହାକୁ ସଫା ନ କରି ଭାଜି ଖାଇଥାନ୍ତି। ଦ୍ୱାଓ୍ବେଜି ମ୍ୟାକ୍‌ଚାଙ୍ଗ ଡିଶ୍‌ କୋରିଆବାସୀଙ୍କ ଭାରି ପ୍ରିୟ। ଏହା ଘୁଷୁରି ମଳାଶୟରୁ ପ୍ରସ୍ତୁତ କରାଯାଏ। ସିଙ୍ଗାପୁରରେ ଲୋକେ ଘୁଷୁରିର ଗର୍ଭାଶୟ ଓ ଫାଲୋପେନ ଟ୍ୟୁବ (ଡିମ୍ବାଣୁବାହୀ ନଳିକା)କୁ ଫ୍ରାଏ କରି ଖାଆନ୍ତି। କାନାଡ଼ାରେ ଏସ୍କିମୋମାନେ ଶିଲ୍‌ମାଛ ମାରିବା ପରେ ତା’ତାଜା ଆଖିକୁ ଖାଇଥାନ୍ତି। ଜାପାନରେ ଟୁନା ମାଛର ଡୋଳା ବି ସୁପର୍‌ ମାର୍କେଟରେ ବିକ୍ରି କରାଯାଏ ଓ ତାହାକୁ ରସୁଣ ସହ ଲୋକେ ଖାଆନ୍ତି। ଆଲାସ୍କାବାସୀ ମୁସ୍‌( ଏକ ପ୍ରକାର ହରିଣ)ର ନାକକୁ କାଟି ସିଝାଇ ଖାଆନ୍ତି। ଫ୍ରାନ୍ସରେ ଷ୍ଟୁରଜେଓନ ମାଛ ବଞ୍ଚିଥିବାବେଳେ ତା’ପେଟ କାଟି ଅଣ୍ଡା ବାହାର କରି ଖାଇଥାନ୍ତି। ଏହାକୁ କାଭିୟାର କୁହାଯାଏ। ମେକ୍ସିକୋରେ ପିମ୍ପୁଡିର ଲାର୍ଭା ଓ ପ୍ୟୁପାରୁ ଏସ୍କାମୋଲୋର ‘ଇନ୍‌ସେକ୍ଟ କାଭିୟାର’ ପ୍ରସ୍ତୁତ କରାଯାଏ।
ପୁରୁଷଙ୍କ ସ୍ପର୍ମ ବା ଶୁକ୍ରାଣୁ ଖାଇଲେ ଜଣେ ଅସୁସ୍ଥ ହୋଇଯାଏ। କିନ୍ତୁ ଜାପାନରେ ସ୍ପର୍ମ ସହ ମାଛ ସିମେନର ଷ୍ଟିମ୍‌ କିମ୍ବା ଫ୍ରାଏକୁ ଖାଆନ୍ତି। ମାଛର ସ୍ପର୍ମ (ମିଲ୍‌ଟ)ର ସ୍ବାଦ ପୁରୁଷ ସ୍ପର୍ମ ଭଳି। ଏହା ରୋମାନିଆ,ରୁଷିଆ,ଇଣ୍ଡୋନେସିଆ ଓ ଜାପାନବାସୀଙ୍କ ପ୍ରିୟ । ହଂସର କ୍ୟାନ୍‌ସରସ୍‌ ଲିଭରରୁ ପ୍ରସ୍ତୁତ ପେଷ୍ଟ୍‌ (ଫାଟେ ଡି ଫୋଇ ଗ୍ରାସ)କୁ ଖାଇବାକୁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଉତ୍ତର ୟୁରୋପୀୟ ଦେଶଗୁୁଡ଼ିକରେ ଗ୍ରୀନ୍‌ଲାଣ୍ଡ ସାର୍କର ମୁଣ୍ଡ କାଟି ତାହାକୁ ବାଲିରେ ତିନିମାସ ଯାଏ ପୋତି ପଚିଗଲେ ବାହାର କରି ଖାଇଥାନ୍ତି। ଏମାନେ କିଙ୍ଗ୍‌ ସାଲମନର ପଚାମୁଣ୍ଡକୁ ମାଟିତଳେ ପୋତି କିଛି ସପ୍ତାହ ପରେ ତାହାକୁ ଭର୍ତ୍ତା ଭଳି ଖାଇଥାନ୍ତି। ଫ୍ରାନ୍ସ୍ସ ଓ ଚାଇନା ସମେତ ଅନେକ ୟୁରୋପୀୟ ଦେଶରେ ଜିଅନ୍ତା ବେଙ୍ଗର ଗୋଡ କାଟି ଖାଇଥାନ୍ତି । ଏଭଳି କ୍ରୁରତା ଦେଖିଲେ ଆମେ ଘୃଣା କରିପାରୁୁ । କିନ୍ତୁ ୧୯୭୭ ପର୍ଯ୍ୟନ୍ତ ଭାରତ ବେଙ୍ଗଗୋଡ ରପ୍ତାନିରେ ସବୁଠୁ ଆଗରେ ଥିଲା। ବେଙ୍ଗକୁ ବହୁଳ ଭାବେ ମରାଯାଉଥିଲା। ଏବେ ସୁଦ୍ଧା ବି ଏଥିରୁ ବର୍ତ୍ତିପାରିନାହାନ୍ତି ବେଙ୍ଗ। ୨୦୧୪ ସୁଦ୍ଧା ବିଶ୍ୱରେ ବେଙ୍ଗଗୋଡ ରପ୍ତାନିରେ ଏକ ନମ୍ବର ଥିତ୍ଲା ଇଣ୍ଡୋନେସିଆ।
ରାଜସ୍ଥାନର ରାଜ ପରିବାରଗୁଡ଼ିକରେ ମଦରେ ମଲାପାରାକୁ ପକାଇ ତାହା ପଚିସଢି ଯିବା ପରେ ସେଥିରୁ ଏକ ପ୍ରକାର ମଦ ପ୍ରସ୍ତୁତ କରୁଥିଲେ,ଯାହାକୁ କୁହାଯାଉଥିଲା ଆଶା। ଏ କଥା ଭାବିଲାବେଳକୁ ଦୁଃଖ ଲାଗେ। କିନ୍ତୁ ଭାରତରେ ଲକ୍ଷ ଲକ୍ଷ ଲୋକ ମଦ ପିଉଛନ୍ତି। ଏହି ମଦ ମଲାମାଛର ବ୍ଲାଡର( ଇସିଙ୍ଗ୍ଲାସ) ମାଧ୍ୟମରେ ଫିଲ୍‌ଟର ହେଉଛି। ବିୟରକୁ ମଧ୍ୟ ମାଛ ବ୍ଲାଡର ଦେଇ ଫିଲ୍‌ଟର କରାଯାଉଛି। ଫିଲିପାଇନ୍ସରେ ବତକ ଅଣ୍ଡାକୁ ଉଷୁମାଇ ୧୮ ଦିନ ପରେ ଅଣ୍ଡାର ଧଳା ଅଂଶ, କେଶର ଓ ସେଥିରେ ବିକଶିତ ହୋଇଥିବା ଭ୍ରୂଣକୁ ଏକାଠି କରି ସେମାନଙ୍କ ଜାତୀୟ ଭୋଜନ ବାଲୁଟ ସହ ଖାଇଥାନ୍ତି। କୁକୁର ମାଂସ ଖାଇବାକୁ ଭାରତୀୟମାନେ ଘୃଣା କରନ୍ତି। ଏହାକୁ ବନ୍ଦ କରିବା ଲାଗି ମାତ୍ର ୩ ଦିନରେ ନାଗାଲାଣ୍ଡକୁ ୧.୨୭ ଲକ୍ଷରୁ ଊର୍ଦ୍ଧ୍ୱ ଇ-ମେଲ୍‌ ପଠାଯାଇଥିଲା। କିନ୍ତୁ ଛେଳି ଏବଂ କୁକୁଡା କ’ଣ କମ୍‌ ସମ୍ବେଦନଶୀଳ କି? ନା କେବେ ବି ନୁହେଁ। ମୁଁ ପ୍ରାଣୀମାନଙ୍କ ସହ ଜୀବନ ବିତାଇ ଆସିଛି। ଦେଖିଛି ଛେଳି,ଓଟ,ଗଧ ଏବଂ ବିଶେଷ କରି ବତକ ଓ କୁକୁଡାଠାରେ କୁକୁରଙ୍କ ଭଳି ବୁଦ୍ଧି ରହିଛିି । ଏମାନଙ୍କୁ ଭଲପାଇ କୁକୁରଙ୍କ ଭଳି ପୋଷା ମନାଇବା ବି ସହଜ। କିନ୍ତୁ ଅନ୍ୟମାନେ ଏହି ପ୍ରାଣୀମାନଙ୍କୁ ମାରିଦେଉଛନ୍ତି। ଜଣେ ସଭ୍ୟ ମଣିଷ ହେବାକୁ ହେଲେ ଜୀବନରେ ଦୟା ଭାବ ଦରକାର। କିନ୍ତୁ ମଣିଷର କିଛି ପରିବର୍ତ୍ତନ ହୋଇନାହିଁ, ପୂର୍ବରୁ ଯେମିତି ହିଂସକ ଥିତ୍ଲା ଏବେ ବି ସେମିତି ରହିଛି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri