ଏମ୍‌.ରାଜେଶ୍ୱର ରାଓ ଆର୍‌ବିଆଇ ଡେପୁଟି ଗଭର୍ନର

ମୁମ୍ବାଇ: ଏମ୍‌.ରାଜେଶ୍ୱର ରାଓଙ୍କୁ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ସରକାର ବୁଧବାର ନିଯୁକ୍ତି ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି)ଙ୍କ ମଧ୍ୟରୁ ସେ ସବୁଠାରୁ ବରିଷ୍ଠ। ଏନ୍‌.ଏସ୍‌.ବିଶ୍ୱନାଥନଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ବାସ୍ଥ୍ୟଗତ କାରଣରୁ କାର୍ଯ୍ୟକାଳ ଶେଷ ହେବାର ୩ ମାସ ପୂର୍ବରୁ ବିଶ୍ୱନାଥନ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ରାଓଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ କରିଥିବା ଜଣାପଡିଛି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୬ ନଭେମ୍ବରରେ ରାଓ ଇଡି ଭାବେ ପଦୋନ୍ନତି ପାଇଥିଲେ। ରିଜର୍ଭ ବ୍ୟାଙ୍କର ଋଣ ପରିଚାଳନା ବିଭାଗ, ଅନ୍ତର୍ଜାତୀୟ ବିଭାଗ ଏବଂ ବିତ୍ତ ବଜାର ପରିଚାଳନା ବିଭାଗର ଦାୟିତ୍ୱରେ ସେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ସେ ୧୯୮୪ରେ ରିଜର୍ଭ ବ୍ୟାଙ୍କରେ ଯୋଗଦେଇଥିଲେ। ରାଓ ଅର୍ଥନୀତିରେ ସ୍ନାତକ ଏବଂ କୋଚିନ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ବିଭିନ୍ନ ବିଭାଗରେ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେ ରିସ୍କ ପରିଚାଳନା ବିଭାଗ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ କରିଥିଲେ। ରିଜର୍ଭ ବ୍ୟାଙ୍କର ନୂଆଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଭଳି କାର୍ଯ୍ୟାଳୟଗୁଡିକରେ ସେ ବ୍ୟାଙ୍ଗିଙ୍ଗ୍‌ ଅମ୍ବୁଡ୍‌ସମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଆର୍‌ବିଆଇରେ ୪ ଡେପୁଟି ଗଭର୍ନର ରହିବାର ନିୟମ ରହିଛି। କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରୁ ୨ ଜଣ, ଜଣେ ବାଣିଜି୍ୟକ ବ୍ୟାଙ୍କର ଏବଂ ଅନ୍ୟ ଜଣେ ଅର୍ଥନୀତିଜ୍ଞ ମୁଦ୍ରାନୀତି କମିଟି ଦାୟିତ୍ୱରେ କାର୍ଯ୍ୟ ପାଇଁ ନିଯୁକ୍ତି ପାଇଥାନ୍ତି। ରିଜର୍ଭ ବ୍ୟାଙ୍କରେ ଅନ୍ୟ ୩ ଡେପୁଟି ଗଭର୍ନର ହେଲେ ବି.ପି. କାନୁନ୍‌ଗୋ, ଏମ୍‌.କେ. ଜୈନ ଏବଂ ମାଇକେଲ ଦେବବ୍ରତ ପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ପଦକ୍ଷେପ

ଭୁବନେଶ୍ୱର, ୧।୪: କୋଭିଡ୍‌-୧୯ ଲାଗି କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ଲକ୍‌ଡାଉନ ସମୟରେ ଗ୍ରାହକଙ୍କୁ ନିରନ୍ତର ବ୍ୟାଙ୍କ ସେବା ଯୋଗାଣ ଦିଗରେ...

ହିରୋ ପକ୍ଷରୁ ସ୍ବତନ୍ତ୍ର ରିଲିଫ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୨।୪: ହିରୋ ମୋଟୋକର୍ପ ପକ୍ଷରୁ ସ୍ବତନ୍ତ୍ର ରିଲିଫ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୫ ହଜାରରୁ ଊର୍ଦ୍ଧ୍ୱ ଲିଟରର ସାନିଟାଇଜର ଲୋକଙ୍କୁ ବଣ୍ଟନ କରିଛି। କମ୍ପାନୀ ୪...

ରାଜସ୍ବ ନିଅଣ୍ଟ ୩.୯%କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ,୨୧-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସ, ମିନିମମ୍‌୍‌ ଅଲ୍ଟରନେଟ୍‌ ଟିକସ ଓ ନୂଆ ମାନୁଫାକ୍‌ଚରିଂ କମ୍ପାନୀ ପାଇଁ ଟିକସ ହ୍ରାସ ଘୋଷଣା କରିଛନ୍ତି।...

କ୍ଲୋଭିଆର ୮୯% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ,୨୧।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିର ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଅନ୍ତଃବସ୍ତ୍ର ବ୍ରାଣ୍ଡ୍‌ ‘କ୍ଲୋଭିଆ’ରେ ୯୫୦କୋଟି ଟଙ୍କା ନିବେଶ ସହିତ ୮୯% ଅଂଶଧନ କ୍ରୟ...

ଏଫ୍‌ବିବିର ଓ୍ବିକେଣ୍ଡସ୍‌ ଆର୍‌ ଟ୍ରାଏଡେଜ୍‌

ଭୁବନେଶ୍ୱର,୧୫-୬(ବ୍ୟୁରୋ): ଫ୍ୟୁଚର ଗ୍ରୁପର ଲୋକପ୍ରିୟ ଫ୍ୟାଶନ ଡେଷ୍ଟିନେଶନ ଏଫ୍‌ବିବି ପକ୍ଷରୁ ଓ୍ବିକେଣ୍ଡସ ଆର୍‌ ଟ୍ରାଏଡେଜ୍‌ ଶୁଭାରମ୍ଭ ହୋଇଛି। ଏହା ଜୁନ ୧୪(ଶୁକ୍ରବାର)ଠାରୁ ଆରମ୍ଭ ହୋଇଥିବା ବେଳେ...

ବଡ଼ ଭୁଲ ସୁଧାରିଲା ଆମାଜନ

ନୂଆଦିଲ୍ଲୀ,୬।୭: ଇ-କମର୍ସ ସଂସ୍ଥା ଆମାଜନ ମଙ୍ଗଳବାର ବଡ଼ ଭୁଲକୁ ଘଣ୍ଟାକ ମଧ୍ୟରେ ସୁଧାରିଛି। ଏକ ତୋଶିବା ୧.୮ ଟନ ଏୟାର କଣ୍ଡିଶନ (ଏସି)ର ମୂଲ୍ୟ ୯୦,୮୦୦...

୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର...

ଭାରତ ପାନାସୋନିକର ଫୋକସ୍‌ ବଜାର

ଭାରତର ଅର୍ଥନୈତିକ ଢାଞ୍ଚା ମଜଭୁତ। ବିଭିନ୍ନ କାରଣ ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ମାତ୍ର ଭାରତ ଏକ ଅଭିବୃଦ୍ଧିଶୀଳ ବଜାର । ଘରୋଇ ବଜାରର...

Advertisement
Archives

Model This Week