Posted inଜାତୀୟ

ପ୍ରତି ୮ ମିନିଟ୍‌ରେ ଜଣେ ପିଲା ନିଖୋଜ ହେଉଛନ୍ତି

ନୂଆଦିଲ୍ଲୀ,୧୯ା୧୧: ଦେଶରେ ପ୍ରତି ୮ ମିନିଟ୍‌ରେ ଜଣେ ପଲା ନିଖୋଜ ହେଉଥିବା ଖବର ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଦେଶରେ ପୋଷ୍ୟଗ୍ରହଣ ପ୍ରକ୍ରିୟା ଜଟିଳ ହୋଇଥିବାବେଳେ ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ଆର୍‌. ମହାଦେବନଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି, ଦେଶରେ ପ୍ରତି ୮ ମିନିଟ୍‌ରେ ଜଣେ ଶିଶୁ ନିଖୋଜ ହେଉଥିବା ସେ ଏକ ଖବରକାଗଜରୁ ପଢ଼ିଛନ୍ତି। ତେବେ ଏହା ସତ କି ନୁହେଁ, ସେ ତାହା ଜାଣି ନାହାନ୍ତି। ତେବେ ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ପୋଷ୍ୟଗ୍ରହଣ ପ୍ରକ୍ରିୟା ଜଟିଳ ହୋଇଥିବାରୁ ଲୋକେ ପିଲା ପାଇବା ପାଇଁ ବେଆଇନ ପନ୍ଥା ଆପଣାଉଛନ୍ତି। ନିଖୋଜ ପିଲା ସମ୍ପର୍କିତ ମାମଲାଗୁଡ଼ିକର ପରିଚାଳନା ପାଇଁ ନୋଡାଲ ଅଫିସର ନିଯୁକ୍ତି ନିମନ୍ତେ ୬ ସପ୍ତାହ ସମୟ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ନିବେଦନ କରିଥିଲେ। ୬ ସପ୍ତାହ ସମୟ ଦେବାକୁ ଖଣ୍ଡପୀଠ ମନା କରିବା ସହ ଡିସେମ୍ବର ୯ ସୁଦ୍ଧା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ଶିଶୁ ମାମଲା ପରିଚାଳନା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜଣେ ଲେଖାଏ ନୋଡାଲ ଅଫିସର ନିୟୋଜିତ କରିବାକୁ ପରାମର୍ଶ ଦେବା ଲାଗି ଗତ ଅକ୍ଟୋବର ୧୪ରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିଲା ନିଖୋଜ ନେଇ ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମିଶନ ବାତ୍ସଲ୍ୟ ପୋର୍ଟାଲରେ ଅଭିଯୋଗ ଆସିଲେ, ସମ୍ପୃକ୍ତ ନୋଡାଲ ଅଫିସରଙ୍କୁ ଜଣାଇବା ପାଇଁ କୁହାଯାଇଥିଲା।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

ସ୍ପେନରେ ନିଶା କାରବାରକୁ ଶକ୍ତ ଝଟକା, ୪୧ ଟନ କୋକେନ ଜବତ, ୭୭ ଗିରଫ

ମାଡ୍ରିଡ,୯।୫: ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି। କେବଳ ଏହି ଅପରେଶନଗୁଡ଼ିକ ମଧ୍ୟରୁ…

ସର୍ବସାଧାରଣ ପୋଖରୀ ଜବରଦଖଲ, ଆନ୍ଦୋଳନ ନିଷ୍ପତ୍ତି

ନୂଆପଡ଼ା,୯ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଭଏଁଷାଦାଦର ଗଁାରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ…

କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ: ଚେକ ବାଉନ୍ସ ମାମଲାରେ …

କେସିଙ୍ଗା,୯।୫(ତୁମେଶ୍ୱର ସାହୁ,): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ଦୀପ୍ତି ସେଠଙ୍କ ନେତୃତ୍ୱରେ…

ଘାଇରେ ଭାସୁଛି ମୃତଦେହ: ଚନ୍ଦ୍ରଗିରିରେ ଚାଞ୍ଚଲ୍ୟ

ମୋହନା,୯।୫( ମନ୍ମଥ ମିଶ୍ର ): ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା…

ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା…

ବିପୁଳ ପରିମାଣର ଗଞ୍ଜେଇ ଜବତ: ଏକାବେଳକେ ସ୍ବାମୀଙ୍କ ସହ ୨ ସ୍ତ୍ରୀଙ୍କୁ ମାଡ଼ିବସିଲା ପୋଲିସ…

ପଦ୍ମପୁର ,୮।୫ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଳପୁର ଥାନା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୪ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri