Posted inଜାତୀୟ

ପୁରୁଷ ବିବାହିତ ଜାଣି ସମ୍ପର୍କ ରଖିଥିଲେ ବଳାତ୍କାର ଅଭିଯୋଗ ଗ୍ରହଣୀୟ ନୁହେଁ

କୋଚି,୯।୧୦: ପୁରୁଷ ବିବାହିତ ଥିବା ଜାଣି ମଧ୍ୟ ମହିଳା ଯଦି ତାଙ୍କ ସହ ଯୌନ ସମ୍ପର୍କ ଜାରି ରଖିଥାନ୍ତି, ତେବେ ମିଥ୍ୟା ବିବାହ ପ୍ରତିଶ୍ରୁତିରେ ବଳାତ୍କାର ଅଭିଯୋଗକୁ ଗ୍ରହଣ କରାଯିବ ନାହିଁ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯୋଡ଼ିଙ୍କ ମଧ୍ୟରେ ଏଭଳି ଯୌନ ସମ୍ପର୍କକୁ କେବଳ ପ୍ରେମ ଓ ଆବେଗ କୁହାଯିବ, କିନ୍ତୁ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଆଧାରିତ ବୋଲି କୁହାଯିବ ନାହିଁ। ଜଷ୍ଟିସ୍‌ କୌସେର ଏଡ଼ାଗାପାଥ୍‌ଙ୍କ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ମହିଳା ଜଣକ ୨୦୧୦ରୁ ଆବେଦନକାରୀଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ପୁରୁଷ ଜଣକ ବିବାହିତ ବୋଲି ସେ ୨୦୧୩ରେ ଜାଣିବାକୁ ପାଇଲେ। ଏହା ସତ୍ତ୍ୱେ ସେ ତାଙ୍କ ସହ ୨୦୧୯ ପର୍ଯ୍ୟନ୍ତ ଯୌନ ସମ୍ପର୍କ ଜାରି ରଖିଥିଲେ ବୋଲି ସ୍ବୀକାର କରିଛନ୍ତି। ତେଣୁ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ପୁରୁଷ ଜଣକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ବିବାହ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିବା ପରେ ଯଦି ପ୍ରତିଶ୍ରୁତି ଭଙ୍ଗ କରାଯାଏ, ତେବେ ଆଇପିସିର ଧାରା ୩୭୬ରେ ବଳାତ୍କାର ମାମଲା ରୁଜୁ ହୋଇପାରିବ। ଏଠାରେ ମହିଳା ଜଣକ ପୁରୁଷଙ୍କୁ ବିବାହିତ ଜାଣି ମଧ୍ୟ ସମ୍ପର୍କ ରଖିଥିବାରୁ ଏଠାରେ ମିଥ୍ୟା ବିବାହ ପ୍ରତିଶ୍ରୁତିର ଆଳ ଦେଖାଯାଇପାରିବ ନାହିଁ। ଆବେଦନକାରୀଙ୍କ ବିରୋଧରେ ଆଇପିସିର ଧାରା ୩୭୬ ସମେତ, ୪୦୬ ଏବଂ ୪୨୦ରେ ରୁଜୁ ହୋଇଥିବା ମାମଲା ଖାରଜ କରିଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ/ଔରଙ୍ଗାବାଦ,୧୯ା୩: ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ସକାଳ ୫ଟା ୩୦ରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଏଥିପାଇଁ ତିହାର...

ବିଏସ୍‌ପିକୁ ଝଟ୍‌କା: ଏଏପିରେ ଯୋଗଦେଲେ ନାଥୁରାମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାର ୫ଦିନ ପୂର୍ବରୁ ବିଏସ୍‌ପିକୁ ବଡ଼ ଝଟ୍‌କା ଲାଗିଛି। କରାଓ୍ବଲ ନଗରରୁ ବିଏସ୍‌ପି ପ୍ରାର୍ଥୀ ଥିବା ନାଥୁରାମ କଶ୍ୟପ ଆମ...

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌ ମିଳିବା ଘଟଣା: ୪ ଅଫିସର ନିଲମ୍ବିତ

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ...

ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି, ଭୋଟ ଦେବାକୁ ସମସ୍ତଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…

ଅଗରତାଲା,୧୬।୨ : ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି। ୨୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ...

ଭାରତରେ ୧୦ ହଜାର ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର: ରିପୋର୍ଟ

ଓ୍ବାଶିଂଟନ,୧୬।୪: ଭାରତରେ ଏବେ ୬ ଲକ୍ଷ ଡାକ୍ତର ଓ ୨୦ ଲକ୍ଷ ନର୍ସ କମ୍‌ ଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଗବେଷକଙ୍କ କହିବା କଥା ହେଲା...

ପେଟରୁ ବାହାରିଲା ଚାମୁଚ, ସ୍କୃ-ଡ୍ରାଇଭର, ଟୁଥ୍‌ ବ୍ରସ୍‌ ଓ ଛୁରୀ

ଶିମଲା,୨୫।୫: ହିମାଚଳପ୍ରଦେଶ ହୈରତ୍‌ଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ପେଟରୁ ୮ ଷ୍ଟିଲ୍‌ ଚାମୁଚ, ୨ ସ୍କୃ-ଡ୍ରାଇଭର, ୨ ଟୁଥ୍‌ ବ୍ରସ୍‌ ଏବଂ ଗୋଟିଏ ଛୁରୀ ଅପରେଶନ୍‌...

ଏଣିକି ରାଜଧାନୀରେ ପାର୍କିଂ ହେବ ମହଙ୍ଗା: ୧୦ ଘଣ୍ଟା ପାଇଁ ଦେବାକୁ ପଡ଼ିବ ୧୦ହଜାର ଟଙ୍କା

ନୂଆଦିଲ୍ଲୀ,୧୭।୧୦: ଦିନକୁ ଦିନ ବିଶ୍ୱରେ ଗ୍ଲୋବାଲ ଓ୍ବାର୍ମିଂ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୃଥିବୀରେ ପରିବେଶ ପ୍ରଦୂଷଣ ମାତ୍ରା ମଧ୍ୟ ବୃଦ୍ଧି ପାଉଛି। ପରିବେଶ ପ୍ରଦୂଷଣ...

ଜେଲ୍‌ ଭିତରେ କେକ୍‌ କାଟି ଜନ୍ମଦିନ ପାଳିଲେ ଅପରାଧୀ: ଭିଡିଓ ଭାଇରାଲ

ପାଟନା,୧।୯: ବିହାର ଆଇନ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏଠାରେ ଥିବା ସୀତାମରହି ଜେଲ୍‌ରେ ଜଣେ ଅପରାଧୀ ଜେଲ୍‌ ଭିତରେ କେକ୍‌ କାଟି...

Advertisement
Archives

Model This Week