ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ: ବିଜୟ

ଭୁବନେଶ୍ବର, ୧୪ା୨(ବ୍ୟୁରୋ):ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୩ ଦିନ ତଳେ କଂଗ୍ରେସରେ ମିଶିଥିବା ବେଳେ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଦିଲ୍ଲୀରୁ ସୋମବାର ଫେରିବା ପରେ ବିଜୟଙ୍କୁ ଭୁବନେଶ୍ୱର ବିମାନବନ୍ଦରଠାରେ କଂଗ୍ରେସ ନେତା ଓ କର୍ମୀ ସ୍ବାଗତ କରିବା ସହ ଏକ ରାଲି କରି କଂଗ୍ରେସ ଭବନକୁ ପାଛୋଟି ନେଇଥିଲେ। ସେଠାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଅନ୍ୟ ନେତାମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଦଳରେ ସ୍ବାଗତ କରିଛନ୍ତି। ପିସିସି ସଭାପତି ଏହି ଅବସରରେ କହିଥିଲେ, ବିଜୟଙ୍କ ଯୋଗଦାନ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିବ। ଅନ୍ୟପଟେ ଏକ ଖବରଦାତା ସମ୍ମିଳନୀ ଜରିଆରେ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ବିଜୟ କହିଛନ୍ତି, ୫-ଟି ଏକ ସ୍ଲୋଗାନ। ସବୁ ବିଭାଗର ସଚିବ ଅଛନ୍ତି, ତାହାହେଲେ ପୁଣି ୫-ଟି କାହିଁକି ଆବଶ୍ୟକ ପଡ଼ିଲା। ଯଦି ସବୁ ବିଭାଗ ଠିକ୍‌ କାମ କରୁଛନ୍ତି, ତାହାହେଲେ ଏହି ୫-ଟି କ’ଣ କରିବ। ୫-ଟିରେ ସ୍ବଚ୍ଛତା କଥା କୁହାଯାଉଛି, ହେଲେ ତାହା ବାସ୍ତବରେ ଅଛି ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେମିତି ଶାସନ ଚାଲିଛି ସବୁ ଅମଲାଙ୍କ ଭିତରେ କ୍ଷୋଭ ରହିଛି। ପୁଣି ସାଧାରଣ ଲୋକଟିଏର କିଛି ଅସୁବିଧା ହେଲେ ସେ କାହାକୁ କହିବ। ବିଧାୟକଙ୍କ ପାଖକୁ ଗଲେ, ସେ କହିବେ ଅଫିସରଙ୍କ ପାଖକୁ ଯାଅ। ଅଫିସରଙ୍କ ପାଖକୁ ଗଲେ ସେ କହିବେ ୩ୟ ମହଲା ବୁଝୁଛି। ୩ୟ ମହଲା ଅପହଞ୍ଚ, ସେଠାକୁ ଖବରଦାତାମାନଙ୍କୁ ମଧ୍ୟ ଯିବାକୁ ମନା। ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ବୋଲି ବିଜୟ କରିଛନ୍ତି।
ଅନ୍ୟପଟେ ବିଜୟଙ୍କ ମନ୍ତବ୍ୟକୁ ବିଜେଡି ପକ୍ଷରୁ ଟାର୍ଗେଟ କରାଯାଇଛି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସକ ବିଜୟ ପଟ୍ଟନାୟକଙ୍କ ଆଜି ତାଙ୍କ ପ୍ରଥମ ଖବରଦାତା ସମ୍ମିଳନୀରେ ଯେଉଁ ବକ୍ତବ୍ୟ ରଖିଲେ ତାହା ଶୁଣିଲୁ। ସେଥିରୁ ଲାଗିଲା ସେ କଂଗ୍ରେସ ନୁହେଁ, ବରଂ ଭାଜପାର ଜଣେ ମୁଖପାତ୍ର ଭାବେ କଥା ହେଉଛନ୍ତି। ସମସ୍ତେ ଭଲଭାବେ ଜାଣନ୍ତି, ସରକାରୀ ଚାକିରିରୁ ଅବସର ନେବା ପରେ ବିଜୟ ରାଜନୀତିରେ ଯୋଗଦେଇ କ୍ଷମତାରେ ରହିବା ପାଇଁ କେତେ ବ୍ୟାକୁଳ ଥିଲେ ା ଏଥିପାଇଁ ସେ ବିଜେଡିରେ ଯୋଗଦେଇ ରାଜ୍ୟ ସଭା ଯିବାକୁ ଚାହୁଁଥିଲେ ା ମାତ୍ର ତାହା ସମ୍ଭବ ନ ହେବାରୁ ସେ ଶେଷରେ ବୁଲିବୁଲି କଂଗ୍ରେସରେ ଯୋଗଦେଲେ ା
ଏବେଠୁ ଜଣାପଡୁଛି, ଭବିଷ୍ୟତରେ ସେ କଂଗ୍ରେସରେ ରହି ମଧ୍ୟ ଭାଜପାର ମୁଖପାତ୍ର ଭଳି କାମ କରିବେ ବୋଲି ଲେନିନ୍‌ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଆସନ୍ତା ୧୦ରେ କଳାହାଣ୍ଡି ଗସ୍ତ କରିବେ ମନମୋହନ ସାମଲ, ଆଗାମୀ ନିର୍ବାଚନକୁ ନେଇ ଦେବେ ଗୁରୁମନ୍ତ୍ର

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୧୦ ତାରିଖ ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି । ଉକ୍ତ ଦିନ ସେ…

ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ୍

କୋଲକାତା,୮।୭: କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି…

ଇରାନକୁ ପୁଣି ଟ୍ରମ୍ପଙ୍କ ଖୋଲା ଧମକ, କହିଲେ..’ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆବଶ୍ୟକ ପଡ଼ିଲେ ଆଜି ରାତିରେ…’

ଓ୍ବାଶିଂଟନ,୮।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସାମୁଦ୍ରିକ ସୁରକ୍ଷା ବିପନ୍ନ ହେବା ଯୋଗୁ ହର୍ମୁଜ୍ ଷ୍ଟ୍ରେଟ୍ ରେ ଶତାଧିକ ଜାହାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri