Posted inଖେଳ

ନ୍ୟୁଜିଲାଣ୍ଡ ଲାଗି ଇତିହାସ ରଚିବା ସୁଯୋଗ

ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ଏବେ ଆସୁଛି ନକ୍‌ଆଉଟ ପର୍ଯ୍ୟାୟ। ସୁପର-୧୨ରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଭିତ୍ତିରେ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ଏ’ରୁ ଆସିଛନ୍ତି ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଏବଂ ଗ୍ରୁପ୍‌ ‘ବି’ରୁ ଭାରତ ଓ ପାକିସ୍ତାନ। ରେକର୍ଡ ଅନୁସାରେ ପୂର୍ବରୁ ଭାରତ, ପାକିସ୍ତାନ ଓ ଇଂଲଣ୍ଡ ଥରେ ଲେଖାଏ ଚାମ୍ପିୟନ ହୋଇସାରିଛନ୍ତି। ଯଦି ଏହି ୩ ଦଳ ମଧ୍ୟରୁ କେଉଁ ଦଳ ଟାଇଟଲ ବିଜୟୀ ହେବ ତେବେ ଓ୍ବେଷ୍ଟଇଣ୍ଡିଜ ରେକର୍ଡ ସହ ସମକକ୍ଷ ହେବ। କାରଣ ଟୁର୍ନାମେଣ୍ଟ ଇତିହାସରେ ଏକମାତ୍ର ଦଳ ଭାବେ ଓ୍ବେଷ୍ଟଇଣ୍ଡିଜ ୨୦୧୨ ଓ ୨୦୧୬ରେ ୨ ଥର ଚାମ୍ପିୟନ ହୋଇଛି। ମାତ୍ର ଦୁର୍ଭାଗ୍ୟ ଯେ ଏହି ଦଳ ଏଥର ସୁପର-୧୨ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। ଭାରତ ୨୦୦୭, ପାକିସ୍ତାନ ୨୦୦୯ ଓ ଇଂଲଣ୍ଡ ୨୦୧୦ରେ ଚାମ୍ପିୟନ ହୋଇଥିଲେ। ବାକି ରହିଲା ନ୍ୟୁଜିଲାଣ୍ଡ। ଏହି ଦଳ କେବେହେଲେ ଟ୍ରଫି ଜିତିବାର ସୌଭାଗ୍ୟ ପାଇନାହିଁ। ତେଣୁ ଏଥର ଦଳ ନିକଟରେ ଇତିହାସ ରଚିବାର ସୁଯୋଗ ରହିଛି। ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ପ୍ରତିଯୋଗିତାର ସମସ୍ତ ସଂସ୍କରଣରେ ଭାଗ ନେଇଆସିଥିଲେ ହେଁ ୨୦୨୧ରେ ସର୍ବାଧିକ ରନରଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ଏହି ସଂସ୍କରଣରେ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ହର୍ଡଲ୍ସ ଅତିକ୍ରମ କରିପାରି ନ ଥିଲା। ଗତ ନଭେମ୍ବର ୧୪ରେ ଦୁବାଇରେ ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୭୨ ରନ୍‌ କରିଥିବାବେଳେ ଅଷ୍ଟ୍ରେଲିଆ ୧୮.୫ ଓଭରରେ ମାତ୍ର ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରିଯାଇଥିଲା। ଫଳରେ କେନ୍‌ ଓ୍ବିଲିୟମସନ୍‌ଙ୍କ ଦଳର ଟ୍ରଫି ଜିତିବା ଆଶା ଅଧୁରା ରହିଯାଇଥିଲା। ଦଳ ୨ ଥର ୨୦୦୭ ଓ ୨୦୧୬ରେ ସେମିଫାଇନାଲରୁ ବିଦାୟ ନେଇଥିଲା। ଅନ୍ୟ ସମସ୍ତ ସଂସ୍କରଣରେ ଦଳର ଅଭିଯାନ ରାଉଣ୍ଡ-୨ରୁ ଶେଷ ହୋଇଥିଲା। ତେଣୁ ଏଥର ଦଳ ନିକଟରେ ପୂର୍ବ ରେକର୍ଡରେ ଉନ୍ନତି ଆଣିବାର ସୁଯୋଗ ରହିଛି।
୩ ବିଜୟ, ୧ ପରାଜୟ
ଚଳିତ ସଂସ୍କରଣରେ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ସିଧାସଳଖ ସୁପର-୧୨ ଖେଳିଥିଲା। ସିଡ୍‌ନୀରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ତଥା ଘରୋଇ ଅଷ୍ଟ୍ରେଲିଆକୁ ୮୯ ରନ୍‌ରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିବାବେଳେ ପରବର୍ତ୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬୫ ରନ୍‌ରେ ହରାଇ ଆଗକୁ ବଢ଼ିଥିଲା। ମାତ୍ର ଏହାର ବିଜୟରେ ବ୍ରେକ୍‌ ଲଗାଇଥିଲା ଇଂଲଣ୍ଡ। ବ୍ରିସ୍‌ବେନଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ୨୦ ରନ୍‌ରେ ହାରିଯାଇଥିଲା ନ୍ୟୁଜିଲାଣ୍ଡ। ତେବେ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩୫ ରନ୍‌ରେ ହରାଇ ଏହି ଦଳ ଗ୍ରୁପ୍‌ ଟପ୍ପର ଭାବେ ସେମିଫାଇନାଲରେ ପହଞ୍ଚତ୍ଥିଲା। ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ ଗ୍ରୁପ୍‌ ‘ବି’ର ଦ୍ୱିତୀୟ ସ୍ଥାନୀୟ ଦଳ ପାକିସ୍ତାନକୁ ଭେଟିବ। ପାକିସ୍ତାନ ବାଧା ଅତିକ୍ରମ କରିପାରିଲେ ଦଳ ଦ୍ୱିତୀୟ ଥର ପାଇଁ ପ୍ରତିଯୋଗିତାର ଫାଇନାଲ ଖେଳିବ।
ନଜରରେ ଗ୍ଲେନ୍‌ ଫିଲିପ୍ସ
ଏଥର ନ୍ୟୁଜିଲାଣ୍ଡକୁ ସେମି ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବ୍ୟାଟର ଗ୍ଲେନ୍‌ ଫିଲିପ୍ସ। ସେ ଗୋଟିଏ ଶତକ ହାସଲ କରିବା ସହ ୪ ମ୍ୟାଚ୍‌ରୁ ୪୮.୭୫ ଆଭରେଜ୍‌ରେ ଦଳ ପକ୍ଷରୁ ସର୍ବାଧିକ ୧୯୫ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ ହାର ରହିଛି ୧୬୩.୮୬। ସେହିପରି ଡେଭନ କନ୍‌ଓ୍ବେ ୪୧.୩୩ ଆଭରେଜ୍‌ରେ ୧୨୪ ଓ ଓ୍ବିଲିୟମସନ ୩୩ ଆଭରେଜ୍‌ରେ ୧୩୨ ରନ୍‌ କରି ପଛରେ ରହିଛନ୍ତି। ବୋଲିଂରେ ମିଚେଲ ସାଣ୍ଟନର ସର୍ବାଧିକ ୮ଟି, ଟିମ୍‌ ସୌଦୀ ଓ ଲୋକି ଫର୍ଗୁସନ ୭ଟି ଲେଖାଏ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଇଶ୍‌ ସୋଧୀ ୬ଟି ଲେଖାଏ ଉଇକେଟ ନେଇ ନ୍ୟୁଜିଲାଣ୍ଡ ସଫଳତାରେ ଭାଗୀଦାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?