Posted inଜାତୀୟ

ଫୁଟପାଥରେ ଯାଉଥିବା ୫ ଲୋକଙ୍କୁ ଧକ୍କା ଦେଲା କାର, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୧୯।୧୦ : କର୍ନାଟକର ମାଙ୍ଗାଲୁରୁରେ ହିଟ ଓ ରନ ମାମଲା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଠାରେ ଏକ ଫୁଟପାଥରେ ଯାଉଥିବା ପାଞ୍ଚ ଜଣଙ୍କୁ ଦ୍ରୁତ ଗତିରେ ଆସୁଥିବା କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସିସିଟିଭି ଫୁଟେଜରେ ଲୋକମାନେ ମାଙ୍ଗାଲୁରୁର ମନନାଗୁଡା ଜଙ୍କଶନ ନିକଟରେ ଏକ ଜନବହୁଳ ଫୁଟପାଥରେ ବୁଲୁଥିବା ଦେଖିବାକୁ ମିଳୁଛି। ହଠାତ ଏକ କାର ଆସି ଫୁଟପାଥରେ ଯାଉଥିବା ଦୁଇ ମହିଳା ଏବଂ ତିନି ଝିଅଙ୍କୁ ଧକ୍କା ଦେଉଛି।

ପୋଲିସ କହିଛି ହୁଣ୍ଡାଇ ଇଅନ କାରକୁ କମଲେଶ ବଲଦେବ ଚଳାଉଥିଲେ। ଭିଡିଓରେ ଦେଖାଯାଉଛି ପଛରୁ ଆସୁଥିବା କାର ପ୍ରଥମେ ଚାରି ଜଣଙ୍କୁ ଧକ୍କା ଦେଇଥିଲା। ଜଣେ ମହିଳାଙ୍କୁ ଧକ୍କା ଦେବା ପରେ ଅନ୍ୟ ଜଣେ ମହିଳାଙ୍କ ଦେହରେ ପିଟି ହୋଇଥିଲା। କାର ତାଙ୍କ ଆଡକୁ ଯାଉଥିବା ଦେଖି ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲା। କେବଳ ଏତିକି ନୁହେଁ, କାରଟି ଫୁଟପାଥରେ ଏକ ଖୁଣ୍ଟକୁ ଧକ୍କା ଦେଇଥାଏ। ପରେ କାର ଡ୍ରାଇଭର ଡିଭାଇଡରରେ ପିଟି ହେବା ପୂର୍ବରୁ ଧକ୍କା ଦେଇଥିବା ମହିଳାଙ୍କୁ କିଛି ମିଟର ଟାଣି ନେଇଥିଲା।

ଏହି ଘଟଣା ମାତ୍ର ୬ ସେକେଣ୍ଡରେ ଘଟିଥିଲା। ଆଖପାଖର ଲୋକମାନେ କିଛି ବୁଝିିବା ପୂର୍ବରୁ ଅଭିଯୁକ୍ତ ଜଣକ କାରରେ ପାଞ୍ଚ ଜଣଙ୍କୁ ଧକ୍କା ଦେଇଥିଲା ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ତିନିଜଣ ଝିଅଙ୍କ ସମେତ ଚାରିଜଣ ଆହତ ହୋଇଥିଲେ। ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତ କାରଟିକୁ ଏକ ଶୋ’ରୁମ ସମ୍ମୁଖରେ ରଖି ତାଙ୍କ ଘରକୁ ପଳାଇ ଯାଇଥିଲେ। ପୋଲିସ କହିଛି ଅଭିଯୁକ୍ତ ତାଙ୍କ ପିତାଙ୍କ ସହ ପୋଲିସ ଷ୍ଟେଶନକୁ ଆସିଥିଲେ।

ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗାଡିଗୁଡିକ ଅଟକି ଯାଇଥିଲା। ଆହତମାନଙ୍କୁ ଲୋକେ ଉଦ୍ଧାର କରିଥିଲେ। ଆହତଙ୍କୁ ଅଟୋରେ ଡାକ୍ତରଖାନା ନିଆଯାଇଥିଲା। ଏହି ଦୁର୍ଘଟଣାରେ ୨୩ ବର୍ଷିୟ ରୂପଶ୍ରୀଙ୍କର ମୃତ୍ୟୁ ଘଟିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri