Posted inଫୁରସତ

ବରଫ ଝଡ଼ ବେଳେ କାର୍‌ରେ ବୁଲୁଥିଲେ ଏହି ବ୍ୟକ୍ତି, ଗାଡ଼ିକୁ ଟ୍ରକ୍‌ ଧକ୍କା ମାରିବା ପରେ ଘଟିଲା ଏପରି..

କଥାରେ ଅଛି ରଖେ ହରି ତ ମାରେ କିଏ। ସେଭଳି କିଛି ଘଟିଛି ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଦୀର୍ଘ ୧୦ ଘଣ୍ଟା ଧରି ବରଫ ତଳେ କାର୍‌ ଭିତରେ ଫସି ରହିଥିଲେ ସେ। ହେଲେ ସୌଭାଗ୍ୟବଶତଃ ସେ ନୂଆ ଜୀବନ ପାଇଛନ୍ତି।

ଘଟଣାଟି ଏପରି। ଶୀତ ଦିନ ହୋଇଥିବାରୁ ଆମେରିକାରେ ସମୟ ସମୟରେ ବରଫ ଝଡ଼ ହେଉଛି। ଏହି ସମୟରେ ଘରୁ ବାହାରକୁ ବାହାରିବା ବିପଦଜ୍ଜନକ ହୋଇଥିବା ବେଳେ ଓବେଗା ସହରର କେଭିନ୍‌ କ୍ରିସେନ ନାମକ ଜଣେ ବ୍ୟକ୍ତି କାର୍‌ ଯୋଗେ ଯାତ୍ରା କରୁଥିଲେ। ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେବା ପରେ ସେ ଏକ ଖାଲରେ ପଡ଼ିଯାଇଥିଲେ। ତାଙ୍କ ଗାଡିଟି ବରଫ ପାହାଡ଼ ଭିତରେ ପଶିଯାଇଥିଲା। କାର ଭିତରୁ ବାହାରିବା ସମ୍ଭବ ହୋଇ ନ ଥିଲା। ଦଶ ଘଣ୍ଟା ଯାଏ ସେ ସେଠାରେ ଫସି ରହିଥିଲେ।

ରାତି ଅଧରେ ଏଭଳି ଘଟିବା ଯୋଗୁ କେଭିନ ୯୧୧ ନମ୍ବର ସହ ଯୋଗାଯୋଗ କରିଥିଲେ। ପ୍ରଥମେ ବିଫଳ ହେବା ପରେ କିଛି ଘଣ୍ଟା ପରେ ତାଙ୍କୁ ବଞ୍ଚାନ୍ତୁ, ସେ ଫସି ରହିଛନ୍ତି ବୋଲି ଅଧିକାରୀମାନଙ୍କୁ ଜଣାଇଥିଲେ। ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି କାର୍‌ ଡୋର୍‌ ଭାଙ୍ଗି ତାଙ୍କୁ ବାହାର କରିଥିଲେ। ସେତେବେଳକୁ କେଭିନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ କରିଥିଲା। ଏପରିକି ଯଦି ଆଉ ଗୋଟିଏ ଘଣ୍ଟା ଡେରି ହୋଇଥାନ୍ତା ତେବେ ହୁଏତ ସେ ଜୀବନ ହାରି ଥାନ୍ତେ ବାଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼କୁ ଜେଲଦଣ୍ଡ !

ଲକ୍ଷ୍ନୌ, ୧୭।୬: ମଣିଷଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହେବା କଥା ଶୁଣାଅଛି। ତେବେ ମାଙ୍କଡ଼କୁ ଆଜୀବନ ଜେଲଦଣ୍ଡା ଦେଶ କରାଯିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।...

ମହାକାଶଚାରୀ ଯାତ୍ରୀମାନେ କିପରି ଧୁଅନ୍ତି ନିଜର କେଶ: ଜାରି ହେଲା ଭିଡ଼ିଓ

ଛୋଟବେଳେ ପିଲାଙ୍କୁ ବଡ଼ ହେଲେ କ’ଣ ହେବ ପଚାରିଲେ ଏହାର ପ୍ରତି ଉତ୍ତରରେ ଅଧିକାଂଶ ପିଲା ମହାକାଶଚାରୀ ହେବେ ବୋଲି ଉତ୍ତର ଦେଇଥାନ୍ତି। ସେହିପରି ସ୍ପେସ୍‌ରେ...

ସଚେତନତାର ନିଆରା ଷ୍ଟାଇଲ୍‌

ନୂଆଦିଲ୍ଲୀ: କଥାରେ ଅଛି କଠିନ ପରିଶ୍ରମ ବଳରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏମିତିକି ଛୋଟ ଏବଂ ଦୁର୍ବଳ ବି ଅନେକ ସମୟରେ ସବଳ ଉପରେ...

ବିମାନର ୨ ଝରକାକୁ ଦେଖି ଭୟଭୀତ ହେଲେ କର୍ମଚାରୀ

କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଏଭଳି ଘଟଣା ଘଟିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଠାରେ...

ମାଙ୍କଡ଼ ଏପରି କରି ମାସ୍କ୍‌ ପିନ୍ଧିବା ଲାଗି ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ, ୯।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ମାଙ୍କଡ଼ ମୁହଁରେ କନାକୁ ଢ଼ାଙ୍କି ବୁଲୁଥିବାରୁ ଦୃଶ୍ୟ...

ବିବାହର ୧୭ ଦିନ ପରେ ସ୍ବାମୀ ନେଲେ ଏଭଳି ନିଷ୍ପତ୍ତି; ନବବିବାହିତା ସ୍ତ୍ରୀଙ୍କୁ ପ୍ରେମିକଙ୍କ ପାଖକୁ ପଠାଇବାକୁ …

ରାଞ୍ଚି: ପ୍ରେମରେ ପାଗଳ ପ୍ରେମୀଙ୍କ ଅନେକ କାହାଣୀ ଆପଣ ଶୁଣିଥାଇପାରନ୍ତି, ହେଲେ ରାଞ୍ଚିର ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ସ୍ତ୍ରୀଙ୍କୁ ତାଙ୍କ...

ଯେଉଁଠି କ୍ଷୀର ବିକିବା ମନା

କ୍ଷୀର ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହା ସମସ୍ତଙ୍କୁ ଜଣା। ପ୍ରତ୍ୟେକ ଘରେ ରାତି ପାହିବା ମାତ୍ରକେ କ୍ଷୀର ଆବଶ୍ୟକତା ପଡ଼ିଥାଏ। ଯଦି ସକାଳୁ କ୍ଷୀରବାଲା...

ସର୍ବସାଧାରଣଙ୍କ ପାଇଁ କାଚରେ ତିଆରି ହେଲା ଶୌଚାଳୟ: ଏହାର ଉଦ୍ଦେଶ୍ୟ ଜାଣିଲେ କରିବେ ପ୍ରଶଂସା

ନିଜର ଉନ୍ନତମାନର ଏବଂ ଜ୍ଞାନ କୌଶଳ ପାଇଁ ସାରା ବିଶ୍ୱରେ ପରିଚିତ ଜାପାନ। ଏବେ ସେ ଏମିତି ଏକ ଶୌଚାଳୟ ତିଆରି କରିଛି, ଯାହା ବିଷୟରେ...

Advertisement


Archives

Model This Week