ଭିଜା ରାଜଧାନୀରେ ଚଳଚଞ୍ଚଳ ମଣିଷ

ମନରେ ଥିଲା ବାତ୍ୟାର ଭୟ। କୋହଲା ପାଗକୁ ବର୍ଷା ବି ଲାଗି ରହିଥିଲା। ରାତି ପାହିଥିଲେ ମଧ୍ୟ ଅନ୍ଧାର ଡରାଉଥିଲା। ରବିବାର ହୋଇଥିବାରୁ ଚାକିରିଆଙ୍କ ଅଫିସ୍‌ ଚିନ୍ତା ନ ଥିଲା। କିନ୍ତୁ ରାଜଧାନୀର ସେମାନଙ୍କ ଆଖରୁ ରାତିରୁ ନିଦ ଉଭେଇ ଯାଇଥିଲା। ବେପାର ଓ ରୋଜଗାରକୁ ନେଇ ଚିନ୍ତା ବଢ଼ି ଚାଲିଥିଲା। କିଏ ପରିବାର ଚଳାଇବା କଥା ଭାବୁଥିଲା ତ ଆଉ କାହାର ମନକୁ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଉଚ୍ଛନ୍ନ କରୁଥିଲା। ସକାଳ ହୋଇଥିଲେ ମଧ୍ୟ ଘରୁ ବାହାରିବାକୁ ତୁହାକୁତୁହା ବର୍ଷାକୁ କୋହଲା ପବନ ବାଟ ଓଗାଳୁଥିଲା। ବେପାର ନ ହେବା ଚିନ୍ତାରେ ଅନେକେ ଘରୁ ବାହାରି ନ ଥିଲେ। ହେଲେ ସେହି ମଣିଷମାନେ କିନ୍ତୁ ସାହସ ଜୁଟାଇ ଆସିଥିଲେ ନିଜ କର୍ତ୍ତବ୍ୟସ୍ଥଳକୁ। ବର୍ଷା ଧାରାରେ ଯେତେବେଳେ ରାଜଧାନୀ ଭିଜି ଥରି ଉଠୁଥିଲା, ସହରର ଅଧିକାଂଶ ଦୋକାନ ବନ୍ଦ ରହିଥିଲା, ସେତେବେଳେ ଜରୁରୀ ଆବଶ୍ୟକତା କରୁଥିବା ଲୋକଙ୍କ ପାଇଁ ଏହି କର୍ମତତ୍ପର ମଣିଷମାନେ ସାହା ପାଲଟିଥିଲେ। ଏହି ମଣିଷଙ୍କ ସମ୍ପର୍କରେ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ବୁଲି ବୁଲି ଅଳିଆ ଉଠାଉଥିଲେ ଶିବରାମ
ସକାଳ ୭ଟା ପାଖାପାଖି। କୋହଲା ପାଗ ଓ ବର୍ଷା ଯୋଗୁ ଯେତେବେଳେ ସାରା ସହର କମ୍ବଳ ଭିତରେ ଘୋଡ଼ାଇ ହୋଇଥିଲା, ସେତେବେଳେ ଘରକୁ ଘର ବୁଲି ହୁଇସିଲ ଓ ସଚେତନତାର ଗୀତ ବଜାଇ ଅଳିଆ ଉଠାଉଥିଲେ ବିଏମ୍‌ସିର ସଫେଇ କର୍ମଚାରୀ ଶିବରାମ ନାୟକ। ନୟାପଲ୍ଲୀରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଶିବରାମ କୁହନ୍ତି, କାମ ଆଗରେ ଏସବୁ କିଛି ନୁହଁ। ବର୍ଷା ପାଗରେ ଘରେ ଅଳିଆ ରହିଲେ ଲୋକଙ୍କୁ ଅପରିଷ୍କାର ଲାଗିବ। ଦାୟିତ୍ୱରେ ବନ୍ଧା ଏ ଜୀବନକୁ ଆଗକୁ ନେବାର ଅଛି।
ମାଛ ବିକୁଥିଲେ
କୁମାରୀ ମାଉସୀ
ଦେହରେ ବର୍ଷା ପାଣି ପଡ଼ି ନିଗିଡି ପଡୁଥିଲା। ଥଣ୍ଡା ପବନରେ ଥରି ଯାଉଥିଲେ ମଧ୍ୟ ରସୁଲଗଡ଼ ସବରସାହି ଗଳିର ଏକ ସ୍ଥାନରେ ବସି ମାଛ ବିକୁଥିଲେ ୪୦ ବର୍ଷୀୟ କୁମାରୀ ମାଉସୀ। ମୁଣ୍ଡ ଉପରେ ଥିଲା ତମ୍ବୁ। ହେଲେ କଣାରେ ଗଳୁଥିଲା ପାଣି, ଆଉ ପବନ ବି ଉଡାଇ ନେଇ ଭିଜାଉଥିଲା। ସେ ସକାଳ ୭ଟା ୩୦ରୁ ଆସି ଥିଲେ। ରବିବାର ଆମିଷ ବାର ଥିବାରୁ ବିଭିନ୍ନ ପ୍ରକାର ମାଛ, ଚିଙ୍ଗୁଡିକୁ ସଜାଇ ରଖିଥିଲେ। ସେ କୁହନ୍ତି, ବର୍ଷା, ବାତ୍ୟା , ପବନ ତ ଆସିବ। ହେଲେ ଯାହା ପାଇଁ ମୋ ପରିବାର ଚଳୁଛି ତାହା ନ ହେଲେ ପରିବାର ଉପାସ ରହିଯିବ। ତା’ ଛଡା ମୁଁ ଏହି ଜାଗାରେ ବହୁତ ଦିନ ବେପାର କଲିଣି। ମୁଁ ଯଦି ନ ଆସିବି ମୋ ଗରାଖ ନିରାଶ ହୋଇ ଫେରିଯିବେ। ବର୍ଷା ସତ୍ତ୍ବେ ବି ଆଜି ମୋର ଭଲ ବେପାର ହୋଇଛି।
ବର୍ଷାକୁ ଖାତିର କରି ନ ଥିଲେ ଡେଲିଭରି ବୟ ନିକୁଞ୍ଜ
ଜୋର ବର୍ଷା ହେଉ କି ଝିପିଝିପି। ଏହି ପାଗରେ ବାଇକ ଚଲାଇବା ଯାହା ବି ହେଲେ କଷ୍ଟ। କେତେବେଳେ ମୁହଁକୁ ବର୍ଷା ଛିଟା ତ ଆଉ କେତେବେଳେ ଅସହ୍ୟ ଥଣ୍ଡା ପବନ। ଏଥିସହ କରୋନା, ଥଣ୍ଡା, ଜ୍ୱର, କାଶର ଆଶଙ୍କା। ଏତେ ସବୁକୁ ଖାତିର ନ କରି ଗ୍ରାହକଙ୍କୁ ଠିକ ସମୟରେ ଖାଇବା ଦେବାକୁ ଧାଇଁ ଯାଉଥିଲେ ନିକୁଞ୍ଜ ଜେନା। ଡୋମିନସ ଡେଲିଭରି ବୟ ନିକୁଞ୍ଜ କୁହନ୍ତି, ବର୍ଷାକୁ ଡରିଲେ କ’ଣ ହେବ। ରବିବାର ଭଲ ବେପାର ହେବ ବୋଲି ଭାବିଥିଲି। ହେଲେ ଆଶାନୁରୂପକ ଅର୍ଡର ଆସି ନ ଥିଲା। ତଥାପି ଏଭଳି ସ୍ଥିତିରେ ନିଜକୁ ପ୍ରସ୍ତୁତ ରହିବାକୁ ପଡିଥିଲା।

ଗ୍ରାହକ ଅପେକ୍ଷାରେ ରିକ୍ସା ମଉସା ରଘୁନାଥ

ସକାଳୁ ବର୍ଷା ଟିକେ କମିବା ପରେ ଦିନ ୧୧ଟା ୩୦ରେ ରିକ୍ସା ଧରି ବାହରି ଆସିଥିଲେ ୭୫ ବର୍ଷୀୟ ରଘୁନାଥ ସାହୁ। ଥଣ୍ଡା ପବନ ଆଗରେ ବାର୍ଦ୍ଧକ୍ୟକୁ ବେଖାତିର କରି ରସୁଲଗଡ଼ ଓଭରବ୍ରିଜ ତଳେ ଛିଡ଼ା ହୋଇଥିଲେ ଯାତ୍ରୀଙ୍କ ଅପେକ୍ଷାରେ। ହେଲେ ଦିନଟିଏ ବିତି ଯାଇଥିଲେ ମଧ୍ୟ ଟଙ୍କାଟିଏ ରୋଜଗାର ହୋଇ ନ ଥିଲା । ତଥାପି ମନରେ ସାହସ ବାନ୍ଧି ବସି ରହିବି ଓ ଆସନ୍ତାକାଲି ପୁଣି ଦି ପଇସା ରୋଜଗାର ହେବାର ଆଶା ଅଛି ବୋଲି ରିକ୍ସା ମଉସା କହିଛନ୍ତି।

ପରିବା ପସରା ମେଲି ବସିଥିଲେ ଭାସ୍କର ଭାଇ

ସବୁ ଆଶଙ୍କା, ଭୟ ଭିତରେ ବି ବାଇଗଣ, ଜହ୍ନି, ଭେଣ୍ଡି, କାକୁଡ଼ି, ପୋଟଳ ଆଦି ପରିବା ଧରି ରାସ୍ତା କଡ଼ରେ ବସିଥା’ନ୍ତି ଭାସ୍କର ଭାଇ। ପିନ୍ଧିଥିବା ପୋଷାକ ବି ଓଦା ହୋଇଯାଇଥାଏ। ତାଙ୍କୁ ପଚାରିବାରୁ ସେ ଥରିଲା କଣ୍ଠରେ କୁହନ୍ତି, ବେପାର ବିଶେଷ ଭଲ ହୋଇନାହିଁ। ଯାହାବି ହେଉଛି ତାହା ଯଦି ନ ହେବ ଘରେ ସ୍ତ୍ରୀ, ପିଲା ଖାଇବେ କ’ଣ? ପୁଣି କାଲିକୁ ତ ପରିବା ନଷ୍ଟ ହୋଇଯିବ। ଏ ଦେହ ବର୍ଷା, ଖରା, ଶୀତ ସବୁ ସହିଛି। ଏସବୁ ମୋର ଦେହସୁହା ହୋଇଯାଇଛି।

ସତରେ ଜୀବନ ଜିଇବା କେଡ଼େ କଷ୍ଟ। କିଏ ଏହାକୁ ସହଜ ଭାବି ପରସ୍ଥିତି, ଘାତ ପ୍ରତିଘାତ ନ ମାନି ଆଗକୁ ଚାଲିଛି ତ ଆଉ କିଏ ମଝିରେ ଅଟକି ଯାଇଛି। ସମାଜରେ ଏମାନଙ୍କ ଆବଶ୍ୟକତା ଢେର ବେଶି। ସବୁ ପରିସ୍ଥିତିରେ ଆମକୁ ସେବା ଯୋଗାଇ ଆସୁଥିବା ଏହି ମଣିଷମାନେ ସତରେ ମହାନ୍‌।

ରିପୋର୍ଟ: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri