ପୂଜାପାଠ କରୁଥିବା ବ୍ରାହ୍ମଣ ପୁଅଙ୍କୁ କନ୍ୟା ମିଳୁନାହାନ୍ତି

କେନ୍ଦ୍ରପଡ଼ା,୭ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପୂଜାପାଠ କରୁଥିବା ବ୍ରାହ୍ମଣ ବରକୁ କନ୍ୟା ମିଳୁନାହାନ୍ତି। ଏଥିଯୋଗୁ ବ୍ରାହ୍ମଣ ପୁଅ ଏବେ ଯଜମାନୀ ଛାଡ଼ି ବିଦେଶରେ ଚାକିରି କରିବାକୁ ବାହାରିଲେଣି। ବ୍ରାହ୍ମଣ ଜାତିର ଝିଅ ମିଳୁ ନ ଥିବାରୁ ଏବେ ସେମାନେ ଚିନ୍ତାରେ ପଡ଼ିଛନ୍ତି। ଯଦି ଯଜମାନୀ କାମ ପାଇଁ ବ୍ରାହ୍ମଣ ନ ମିଳନ୍ତି, ତାହାଲେ ସଭ୍ୟତା ଧୀରେ ଧୀରେ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କୁହନ୍ତି, ବ୍ରାହ୍ମଣ ଜାତିର ଉତ୍ପତ୍ତି ବୈଦିକ ଯୁଗରୁ ହୋଇଛି। ବେଦରୁ ପ୍ରମାଣମିଳେ ଯେ, ଗୁଣ, କର୍ମ ଓ ବିଭାଗ ଅନୁସାରେ ବ୍ରାହ୍ମଣାଦି ଜାତିର ଉତ୍ପତ୍ତି ହୋଇଥିଲା। କାଳକ୍ରମେ ସେହି ଜାତି ବିଭାଗ ବଂଶାନୁକ୍ରମରେ ଚାଲିଲା। ପରେ ବ୍ରାହ୍ମଣଙ୍କ ପୁତ୍ର ହିଁ ବ୍ରାହ୍ମଣ ବୋଲି ପରିଚିତ ହେଲେ। ପ୍ରତ୍ୟେକ ବ୍ରାହ୍ମଣ ପରିବାର କୌଣସି ଗୋଟିଏ ବୈଦିକ ଶାଖାର କଳ୍ପସୂତ୍ରକୁ ଅବଲମ୍ବନ କରି ନିଜର ଷୋଡ଼ଶ ସଂସ୍କାର, ପୂଜାପର୍ବ, ଗାୟତ୍ରୀ ଉପାସନା, ପଇତା, ଶ୍ରାଦ୍ଧ ଆଦି କରିଥା’ନ୍ତି। ଯଦି ଯଜମାନୀ କରିବାକୁ ବ୍ରାହ୍ମଣ ନ ମିଳନ୍ତି, ତାହା ହେଲେ ଆମ ସଂସ୍କୃତି, ସଭ୍ୟତା ଲୋପ ପାଇଯିବା ସଙ୍ଗେ ସଙ୍ଗେ ହିନ୍ଦୁଧର୍ମ ପ୍ରତି ମଧ୍ୟ ବିପଦ ମାଡ଼ିଆସିବ। ପ୍ରଶାନ୍ତ ପଣ୍ଡା କହିଛନ୍ତି, ଗଁାରେ ଥିବା ମନ୍ଦିରଗୁଡ଼ିକୁ କେନ୍ଦ୍ର କରି ପାର୍ଶ୍ୱବର୍ତ୍ତୀ ବ୍ରାହ୍ମଣ ଯୁବକମାନଙ୍କୁ ଅଭିଜ୍ଞ ବ୍ରାହ୍ମଣମାନଙ୍କ ଦ୍ୱାରା ବେଦ, ଗୀତା ଓ ଯଜମାନ କର୍ମ ଇତ୍ୟାଦି ଶିକ୍ଷା ଦିଆଯିବା ଦରକାର। ଏଥିସହ ସଂସ୍କୃତ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ। ଏହାସହ ସରକାର ବ୍ରାହ୍ମଣ ଯୁବକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଭତ୍ତା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ତେବେ ବ୍ରାହ୍ମଣ ଯୁବକମାନେ ନିଜର କୌଳିକ ବୃତ୍ତିରେ ଲିପ୍ତ ରହିବା ସହ ରୋଜଗାରକ୍ଷମ ହେବେ ଏବଂ ସେମାନଙ୍କୁ ବିବାହ କରିବାକୁ ଝିଅ ମିଳିବେ। ଦିଲୀପ ଦାଶ କହିଛନ୍ତି, ସମାଜରେ ସମସ୍ତ ମାତାପିତା ଚାହାନ୍ତି ନିଜର ପିଲାଙ୍କୁ ଭଲରେ ରଖିବାକୁ। ସେଥିପାଇଁ ବ୍ୟୟବହୁଳ ଦୁନିଆରେ ନିଜର ଆର୍ଥତ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇଥା’ନ୍ତି। ଏହାକୁ ନେଇ ଝିଅଙ୍କ ପିତା ଆର୍ଥତ୍କ ସ୍ତରରେ ସ୍ବାବଲମ୍ବୀ ଥିବା ଅର୍ଥାତ୍‌ ଚାକିରି କରିଥିବା ଜ୍ୱାଇଁ ଖୋଜି ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ମାତ୍ର କୌଳିକ ବୃତ୍ତି କରୁଥିବା ବ୍ରାହ୍ମଣ ପୁଅ ପ୍ରତି ଅମଙ୍ଗ ନୀତି ଆପଣାଉଛନ୍ତି। ଏହାକୁ ନଜରକୁ ରଖି ବ୍ରାହ୍ମଣ ଯୁବକମାନେ ନିଜର କୌଳିକ ବୃତ୍ତି ଛାଡ଼ି ବିଦେଶ ଯିବାକୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଣ୍ଟା ଭିଡ଼ିଛନ୍ତି। ଏ ନେଇ ଅନନ୍ତ କୁମାର ଦାଶ, ପ୍ରତାପ କୁମାର ପାଢୀ, ସଞ୍ଜୟ ପଣ୍ଡା, ପ୍ରେମାନନ୍ଦ ଦାଶ, ବ୍ରହ୍ମାନନ୍ଦ ଦାଶ, ଭବନୀ ଶଙ୍କର ପଣ୍ଡା ପ୍ରମୁଖ କହିଛନ୍ତି, ଯଦି ସରକାର ବ୍ରାହ୍ମଣ ବୃତ୍ତି ଆପଣାଇଥିବା ଯୁବକମାନଙ୍କ ପାଇଁ ଭତ୍ତା ଯୋଜନା କରି ସେମାନଙ୍କୁ ସାମିଲ କରି ଆର୍ଥତ୍କ ସ୍ବାବଲମ୍ବୀ କରନ୍ତେ, ତେବେ ଆମ ସଂସ୍କୃତି, ସଭ୍ୟତା ପ୍ରତି ଆସୁଥିବା ବିପଦକୁ ଏଡ଼ାଇ ଦିଆଯାଇପାରନ୍ତା। ଅନ୍ୟପକ୍ଷେ ବ୍ରାହ୍ମଣ କନ୍ୟାପିତାମାନେ ସେମାନଙ୍କ ଝିଅକୁ ବ୍ରାହ୍ମଣ ବୃତ୍ତି କରୁଥିବା ପୁଅ ସହ ବିବାହ ଦେବାକୁ ଆଉ କୁଣ୍ଠାବୋଧ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri