ପୂଜାପାଠ କରୁଥିବା ବ୍ରାହ୍ମଣ ପୁଅଙ୍କୁ କନ୍ୟା ମିଳୁନାହାନ୍ତି

କେନ୍ଦ୍ରପଡ଼ା,୭ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପୂଜାପାଠ କରୁଥିବା ବ୍ରାହ୍ମଣ ବରକୁ କନ୍ୟା ମିଳୁନାହାନ୍ତି। ଏଥିଯୋଗୁ ବ୍ରାହ୍ମଣ ପୁଅ ଏବେ ଯଜମାନୀ ଛାଡ଼ି ବିଦେଶରେ ଚାକିରି କରିବାକୁ ବାହାରିଲେଣି। ବ୍ରାହ୍ମଣ ଜାତିର ଝିଅ ମିଳୁ ନ ଥିବାରୁ ଏବେ ସେମାନେ ଚିନ୍ତାରେ ପଡ଼ିଛନ୍ତି। ଯଦି ଯଜମାନୀ କାମ ପାଇଁ ବ୍ରାହ୍ମଣ ନ ମିଳନ୍ତି, ତାହାଲେ ସଭ୍ୟତା ଧୀରେ ଧୀରେ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କୁହନ୍ତି, ବ୍ରାହ୍ମଣ ଜାତିର ଉତ୍ପତ୍ତି ବୈଦିକ ଯୁଗରୁ ହୋଇଛି। ବେଦରୁ ପ୍ରମାଣମିଳେ ଯେ, ଗୁଣ, କର୍ମ ଓ ବିଭାଗ ଅନୁସାରେ ବ୍ରାହ୍ମଣାଦି ଜାତିର ଉତ୍ପତ୍ତି ହୋଇଥିଲା। କାଳକ୍ରମେ ସେହି ଜାତି ବିଭାଗ ବଂଶାନୁକ୍ରମରେ ଚାଲିଲା। ପରେ ବ୍ରାହ୍ମଣଙ୍କ ପୁତ୍ର ହିଁ ବ୍ରାହ୍ମଣ ବୋଲି ପରିଚିତ ହେଲେ। ପ୍ରତ୍ୟେକ ବ୍ରାହ୍ମଣ ପରିବାର କୌଣସି ଗୋଟିଏ ବୈଦିକ ଶାଖାର କଳ୍ପସୂତ୍ରକୁ ଅବଲମ୍ବନ କରି ନିଜର ଷୋଡ଼ଶ ସଂସ୍କାର, ପୂଜାପର୍ବ, ଗାୟତ୍ରୀ ଉପାସନା, ପଇତା, ଶ୍ରାଦ୍ଧ ଆଦି କରିଥା’ନ୍ତି। ଯଦି ଯଜମାନୀ କରିବାକୁ ବ୍ରାହ୍ମଣ ନ ମିଳନ୍ତି, ତାହା ହେଲେ ଆମ ସଂସ୍କୃତି, ସଭ୍ୟତା ଲୋପ ପାଇଯିବା ସଙ୍ଗେ ସଙ୍ଗେ ହିନ୍ଦୁଧର୍ମ ପ୍ରତି ମଧ୍ୟ ବିପଦ ମାଡ଼ିଆସିବ। ପ୍ରଶାନ୍ତ ପଣ୍ଡା କହିଛନ୍ତି, ଗଁାରେ ଥିବା ମନ୍ଦିରଗୁଡ଼ିକୁ କେନ୍ଦ୍ର କରି ପାର୍ଶ୍ୱବର୍ତ୍ତୀ ବ୍ରାହ୍ମଣ ଯୁବକମାନଙ୍କୁ ଅଭିଜ୍ଞ ବ୍ରାହ୍ମଣମାନଙ୍କ ଦ୍ୱାରା ବେଦ, ଗୀତା ଓ ଯଜମାନ କର୍ମ ଇତ୍ୟାଦି ଶିକ୍ଷା ଦିଆଯିବା ଦରକାର। ଏଥିସହ ସଂସ୍କୃତ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ। ଏହାସହ ସରକାର ବ୍ରାହ୍ମଣ ଯୁବକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଭତ୍ତା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ତେବେ ବ୍ରାହ୍ମଣ ଯୁବକମାନେ ନିଜର କୌଳିକ ବୃତ୍ତିରେ ଲିପ୍ତ ରହିବା ସହ ରୋଜଗାରକ୍ଷମ ହେବେ ଏବଂ ସେମାନଙ୍କୁ ବିବାହ କରିବାକୁ ଝିଅ ମିଳିବେ। ଦିଲୀପ ଦାଶ କହିଛନ୍ତି, ସମାଜରେ ସମସ୍ତ ମାତାପିତା ଚାହାନ୍ତି ନିଜର ପିଲାଙ୍କୁ ଭଲରେ ରଖିବାକୁ। ସେଥିପାଇଁ ବ୍ୟୟବହୁଳ ଦୁନିଆରେ ନିଜର ଆର୍ଥତ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇଥା’ନ୍ତି। ଏହାକୁ ନେଇ ଝିଅଙ୍କ ପିତା ଆର୍ଥତ୍କ ସ୍ତରରେ ସ୍ବାବଲମ୍ବୀ ଥିବା ଅର୍ଥାତ୍‌ ଚାକିରି କରିଥିବା ଜ୍ୱାଇଁ ଖୋଜି ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ମାତ୍ର କୌଳିକ ବୃତ୍ତି କରୁଥିବା ବ୍ରାହ୍ମଣ ପୁଅ ପ୍ରତି ଅମଙ୍ଗ ନୀତି ଆପଣାଉଛନ୍ତି। ଏହାକୁ ନଜରକୁ ରଖି ବ୍ରାହ୍ମଣ ଯୁବକମାନେ ନିଜର କୌଳିକ ବୃତ୍ତି ଛାଡ଼ି ବିଦେଶ ଯିବାକୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଣ୍ଟା ଭିଡ଼ିଛନ୍ତି। ଏ ନେଇ ଅନନ୍ତ କୁମାର ଦାଶ, ପ୍ରତାପ କୁମାର ପାଢୀ, ସଞ୍ଜୟ ପଣ୍ଡା, ପ୍ରେମାନନ୍ଦ ଦାଶ, ବ୍ରହ୍ମାନନ୍ଦ ଦାଶ, ଭବନୀ ଶଙ୍କର ପଣ୍ଡା ପ୍ରମୁଖ କହିଛନ୍ତି, ଯଦି ସରକାର ବ୍ରାହ୍ମଣ ବୃତ୍ତି ଆପଣାଇଥିବା ଯୁବକମାନଙ୍କ ପାଇଁ ଭତ୍ତା ଯୋଜନା କରି ସେମାନଙ୍କୁ ସାମିଲ କରି ଆର୍ଥତ୍କ ସ୍ବାବଲମ୍ବୀ କରନ୍ତେ, ତେବେ ଆମ ସଂସ୍କୃତି, ସଭ୍ୟତା ପ୍ରତି ଆସୁଥିବା ବିପଦକୁ ଏଡ଼ାଇ ଦିଆଯାଇପାରନ୍ତା। ଅନ୍ୟପକ୍ଷେ ବ୍ରାହ୍ମଣ କନ୍ୟାପିତାମାନେ ସେମାନଙ୍କ ଝିଅକୁ ବ୍ରାହ୍ମଣ ବୃତ୍ତି କରୁଥିବା ପୁଅ ସହ ବିବାହ ଦେବାକୁ ଆଉ କୁଣ୍ଠାବୋଧ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?