Posted inଖେଳ

ମରକ୍କୋ ଦଳକୁ ଭବ୍ୟ ସ୍ବାଗତ

ରାବାଟ,୨୨ା୧୨(ପି.ଟି): କାତାର ଫିଫା ବିଶ୍ୱକପ୍‌-୨୦୨୨ରେ ୪ର୍ଥ ସ୍ଥାନ ହାସଲ ସହ ଇତିହାସ ସୃଷ୍ଟି କରି ଫେରିଥିବା ମରକ୍କୋ ଦଳକୁ ମିଳିଛି ଭବ୍ୟ ସ୍ବାଗତ। ବିଶ୍ୱକପ୍‌ର ହିରୋମାନେ ରାଜଧାନୀ ରାବାଟରେ ବିମାନରୁ ଅବତରଣ କରିବା ପରେ ଫ୍ୟାନମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅଫୁରନ୍ତ ଉଦ୍ଦୀପନା। ବିଭିନ୍ନ ସଡକ ଓ ଗଳିରେ ଜାତୀୟ ପତାକା ଓ ପାରମ୍ପରିକ ବାଦ୍ୟ ସହିତ ଫ୍ୟାନମାନେ ଜାତୀୟ ଦଳର ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଏକ ଖୋଲାଛାତର ବସ୍‌ରେ ଖେଳାଳିମାନେ କଡା ସୁରକ୍ଷା ମଧ୍ୟରେ ରାବାଟ ସହର ପରିକ୍ରମା କରିଥିଲେ। ସମସ୍ତ ଖେଳାଳି ଓ କୋଚ୍‌ ଓ୍ବାଲିଦ୍‌ ରେଗରାଗୁଇ ଫ୍ୟାନ୍‌ମାନଙ୍କୁ ହାତ ହଲାଇବା ସହିତ ଫ୍ଲାଇଂ କିସ୍‌ ଦେଇଥିଲେ। ୪ ଲେନ୍‌ ବିଶିଷ୍ଟ ରାସ୍ତାକୁ ଖାଲି କରାଯାଇ ବସ୍‌ ଅତ୍ୟନ୍ତ ଧିମା ଗତିରେ ଯାତ୍ରା କରିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଜନସମୁଦ୍ର ରହିଥିବା ବେଳେ ଖେଳାଳିଙ୍କ ବସ୍‌ ରାଜା ମହମ୍ମଦ-୬ଙ୍କୁ ଭେଟିବାକୁ ରାଜପ୍ରାସାଦରେ ପହଞ୍ଚିଥିଲେ। ରାଜପ୍ରାସାଦରେ ପହଞ୍ଚିବା ପରେ ରାଜାଙ୍କ ସହିତ ଏହି ଐତିହାସିକ ସଫଳତାକୁ ସେଲିବ୍ରେଟ୍‌ କରିଥିଲେ ଖେଳାଳି। ପ୍ରଥମ ଆଫ୍ରିକୀୟ ତଥା ଆରବ ଦେଶ ଭାବରେ ମରକ୍କୋ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା।

ପୂର୍ବରୁ ଦେଶ ଉପରେ କରିଥିବା ୟୁରୋପୀୟ ଉପନିବେଶବାଦ ଶକ୍ତି ବେଲଜିୟମ, ସ୍ପେନ ଓ ପର୍ତ୍ତୁଗାଲକୁ ଦଳ ପରାସ୍ତ କରିଥିଲା। ଏହି ସଫଳତା ପରେ ମରକ୍କୋ ଜାତୀୟ ଦଳକୁ ଦେଶରେ ହିରୋର ସମ୍ମାନ ପ୍ରଦାନ କରାଯାଇଥିଲା। ମରକ୍କୋର ଏହି ସଫଳତା ସର୍ବଦା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ମରକ୍କୋବାସୀ ଫୁଟବଲକୁ ଭଲ ପାଉଥିବା ବେଳେ ଏହି ସଫଳତା ଆମକୁ ମନ୍ତ୍ରମୁଗ୍ଧ କରିଛି ବୋଲି ରେଦା ଘାଜି ନାମକ ଜଣେ ଫ୍ୟାନ୍‌ ପ୍ରକାଶ କରିଛନ୍ତି। ଦଳ ବର୍ତ୍ତମାନ ଏହାର ସ୍ତର ଏତେ ଉଚ୍ଚ ରଖିଛି ଯେ ଆମକୁ ଆଫ୍ରିକାନ୍‌ କପ୍‌ ଅଫ୍‌ ନେସନ୍ସ ନିହାତି ବିଜୟୀ ହେବାକୁ ପଡିବ ବୋଲି କହିଛନ୍ତି ଆଉ ଜଣେ ଫ୍ୟାନ। ମରକ୍କୋ ଦଳ ଏହି ବିଜୟ ପରେ ପାଲେଷ୍ଟାଇନ୍‌ ପତାକା ଧରି ସେଲିବ୍ରେସନ କରିବା ସହିତ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରିଥିଲା ବୋଲି ରାବାଟ ବାସିନ୍ଦା ଓମାର ଜୋର୍ଗେନ୍‌ ପ୍ରକାଶ କରିଛନ୍ତି। ଆଫ୍ରିକୀୟ ରାଷ୍ଟ୍ର ଭାବରେ ଆମେ ଅନେକ ରେକର୍ଡ ଭାଙ୍ଗିଛୁ। ତେବେ ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୦ରେ ଘାନା ଏକମାତ୍ର ଆଫ୍ରିକୀୟ ରାଷ୍ଟ୍ର ଭାବରେ କ୍ୱାର୍ଟର ଯାଏ ପହଞ୍ଚିଥିଲା। ବିଶ୍ୱର ଏହି ସର୍ବବୃହତ୍‌ ଫୁଟବଲ ଟୁର୍ନାମେଣ୍ଟରେ ଆମର ପ୍ରଦର୍ଶନ ଆମ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି। ଆଗାମୀ ଦିନରେ ବିଶ୍ୱ ଫୁଟବଲ ବକ୍ଷରେ ଆମକୁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ହେବ ବୋଲି ଜଣେ ଫ୍ୟାନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri