Posted inଖେଳ

ମରକ୍କୋ ଦଳକୁ ଭବ୍ୟ ସ୍ବାଗତ

ରାବାଟ,୨୨ା୧୨(ପି.ଟି): କାତାର ଫିଫା ବିଶ୍ୱକପ୍‌-୨୦୨୨ରେ ୪ର୍ଥ ସ୍ଥାନ ହାସଲ ସହ ଇତିହାସ ସୃଷ୍ଟି କରି ଫେରିଥିବା ମରକ୍କୋ ଦଳକୁ ମିଳିଛି ଭବ୍ୟ ସ୍ବାଗତ। ବିଶ୍ୱକପ୍‌ର ହିରୋମାନେ ରାଜଧାନୀ ରାବାଟରେ ବିମାନରୁ ଅବତରଣ କରିବା ପରେ ଫ୍ୟାନମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅଫୁରନ୍ତ ଉଦ୍ଦୀପନା। ବିଭିନ୍ନ ସଡକ ଓ ଗଳିରେ ଜାତୀୟ ପତାକା ଓ ପାରମ୍ପରିକ ବାଦ୍ୟ ସହିତ ଫ୍ୟାନମାନେ ଜାତୀୟ ଦଳର ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଏକ ଖୋଲାଛାତର ବସ୍‌ରେ ଖେଳାଳିମାନେ କଡା ସୁରକ୍ଷା ମଧ୍ୟରେ ରାବାଟ ସହର ପରିକ୍ରମା କରିଥିଲେ। ସମସ୍ତ ଖେଳାଳି ଓ କୋଚ୍‌ ଓ୍ବାଲିଦ୍‌ ରେଗରାଗୁଇ ଫ୍ୟାନ୍‌ମାନଙ୍କୁ ହାତ ହଲାଇବା ସହିତ ଫ୍ଲାଇଂ କିସ୍‌ ଦେଇଥିଲେ। ୪ ଲେନ୍‌ ବିଶିଷ୍ଟ ରାସ୍ତାକୁ ଖାଲି କରାଯାଇ ବସ୍‌ ଅତ୍ୟନ୍ତ ଧିମା ଗତିରେ ଯାତ୍ରା କରିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଜନସମୁଦ୍ର ରହିଥିବା ବେଳେ ଖେଳାଳିଙ୍କ ବସ୍‌ ରାଜା ମହମ୍ମଦ-୬ଙ୍କୁ ଭେଟିବାକୁ ରାଜପ୍ରାସାଦରେ ପହଞ୍ଚିଥିଲେ। ରାଜପ୍ରାସାଦରେ ପହଞ୍ଚିବା ପରେ ରାଜାଙ୍କ ସହିତ ଏହି ଐତିହାସିକ ସଫଳତାକୁ ସେଲିବ୍ରେଟ୍‌ କରିଥିଲେ ଖେଳାଳି। ପ୍ରଥମ ଆଫ୍ରିକୀୟ ତଥା ଆରବ ଦେଶ ଭାବରେ ମରକ୍କୋ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା।

ପୂର୍ବରୁ ଦେଶ ଉପରେ କରିଥିବା ୟୁରୋପୀୟ ଉପନିବେଶବାଦ ଶକ୍ତି ବେଲଜିୟମ, ସ୍ପେନ ଓ ପର୍ତ୍ତୁଗାଲକୁ ଦଳ ପରାସ୍ତ କରିଥିଲା। ଏହି ସଫଳତା ପରେ ମରକ୍କୋ ଜାତୀୟ ଦଳକୁ ଦେଶରେ ହିରୋର ସମ୍ମାନ ପ୍ରଦାନ କରାଯାଇଥିଲା। ମରକ୍କୋର ଏହି ସଫଳତା ସର୍ବଦା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ମରକ୍କୋବାସୀ ଫୁଟବଲକୁ ଭଲ ପାଉଥିବା ବେଳେ ଏହି ସଫଳତା ଆମକୁ ମନ୍ତ୍ରମୁଗ୍ଧ କରିଛି ବୋଲି ରେଦା ଘାଜି ନାମକ ଜଣେ ଫ୍ୟାନ୍‌ ପ୍ରକାଶ କରିଛନ୍ତି। ଦଳ ବର୍ତ୍ତମାନ ଏହାର ସ୍ତର ଏତେ ଉଚ୍ଚ ରଖିଛି ଯେ ଆମକୁ ଆଫ୍ରିକାନ୍‌ କପ୍‌ ଅଫ୍‌ ନେସନ୍ସ ନିହାତି ବିଜୟୀ ହେବାକୁ ପଡିବ ବୋଲି କହିଛନ୍ତି ଆଉ ଜଣେ ଫ୍ୟାନ। ମରକ୍କୋ ଦଳ ଏହି ବିଜୟ ପରେ ପାଲେଷ୍ଟାଇନ୍‌ ପତାକା ଧରି ସେଲିବ୍ରେସନ କରିବା ସହିତ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରିଥିଲା ବୋଲି ରାବାଟ ବାସିନ୍ଦା ଓମାର ଜୋର୍ଗେନ୍‌ ପ୍ରକାଶ କରିଛନ୍ତି। ଆଫ୍ରିକୀୟ ରାଷ୍ଟ୍ର ଭାବରେ ଆମେ ଅନେକ ରେକର୍ଡ ଭାଙ୍ଗିଛୁ। ତେବେ ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୦ରେ ଘାନା ଏକମାତ୍ର ଆଫ୍ରିକୀୟ ରାଷ୍ଟ୍ର ଭାବରେ କ୍ୱାର୍ଟର ଯାଏ ପହଞ୍ଚିଥିଲା। ବିଶ୍ୱର ଏହି ସର୍ବବୃହତ୍‌ ଫୁଟବଲ ଟୁର୍ନାମେଣ୍ଟରେ ଆମର ପ୍ରଦର୍ଶନ ଆମ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି। ଆଗାମୀ ଦିନରେ ବିଶ୍ୱ ଫୁଟବଲ ବକ୍ଷରେ ଆମକୁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ହେବ ବୋଲି ଜଣେ ଫ୍ୟାନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?