Odisha Elections 2024

ଓଡ଼ିଆ ଅସ୍ମିତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲାଗିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୪।୫(ସୁନିତ୍‌ ମିଶ୍ର): ଓଡ଼ିଆ ସମାଜ ସମ୍ମୁଖରେ ଓଡ଼ିଆ ଭାଷା, ଐତିହ୍ୟ, ଗୌରବ, ଅସ୍ମିତା ଓ ସଂସ୍କୃତି ଉପରେ ବଡ଼ ପ୍ରଶ୍ନଚିହ୍ନ ଲାଗିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଯେଉଁ ସମାଜର ଐତିହ୍ୟ ହଜାର ହଜାର ବର୍ଷ ତଳର, ତା’ର ସୁରକ୍ଷାକୁ ଅକ୍ଷୁଣ୍ଣ ରଖିବା ପାଇଁ ଭାଜପା ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବେ ଓଡ଼ିଆ ଅସ୍ମିତା ଏବଂ ରାଜ୍ୟରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରକ୍ରିୟାକୁ କଣ୍ଠରୋଧ କରାଯିବାର ଅପଚେଷ୍ଟାକୁ ସଫଳ ହେବାକୁ ଦେବ ନାହିଁ। ଚଳିତ ନିର୍ବାଚନ ଓଡ଼ିଆ ଅସ୍ମିତା, ଅସ୍ତିତ୍ୱ, ଓଡ଼ିଶାର ଭବିଷ୍ୟତ, ନୂଆପିଢ଼ିଙ୍କ ସୁରକ୍ଷା ନିର୍ବାଚନର ବିଷୟବସ୍ତୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓଡ଼ିଶାରେ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି। ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ। ଓଡ଼ିଶାର ବିକାଶ ସବୁ ଦିଗରୁ ନିମ୍ନଗାମୀ ହୋଇଛି। ଭାଜପାକୁ ଆଶୀର୍ବାଦ କଲେ ଓଡ଼ିଶାକୁ ବିକଶିତ ଭାରତର ୧ ନମ୍ବର ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି। ଏହି କଥା କହିବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ଥରେ ନୁହେଁ ମୋଦି ଓଡ଼ିଶାରେ ରହିବେ ଏବଂ ବାରମ୍ବାର ରାଜ୍ୟ ଗସ୍ତ କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ବର୍ତ୍ତମାନର ମୂଳ ପ୍ରଶ୍ନ ହେଉଛି ଓଡ଼ିଆ ଭାଷା ଓ ଅସ୍ମିତା, ଯାହା ଏକ ବଡ଼ ପ୍ରଶ୍ନବାଚୀରେ ଅଛି। ଜଣେ ଓଡ଼ିଆ ଭାବେ ବାହାର ରାଜ୍ୟରୁ ତାଙ୍କୁ ରାଜ୍ୟ ସଭାକୁ ନିର୍ବାଚତ କରିବା ଗୌରବର ବିଷୟ। ବର୍ତ୍ତମାନ ତାଙ୍କ ଉପରେ ଓଡ଼ିଆ ନେତା ଭାବେ ପ୍ରଶ୍ନ ଉଠିଛି, ଯାହାର ସାର୍ଟିଫିକେଟ୍‌ ଓଡ଼ିଆ ଲୋକମାନେ ଦେବେ। କିନ୍ତୁ ଏବେ ଓଡ଼ିଶାର ନେତୃତ୍ୱ କିଏ ନେବ ତାହା ଏକ ପ୍ରଶ୍ନବାଚୀ। ବିଜେଡିର ନେତୃତ୍ୱ ଜଣେ ବାହାରର ନେତା ନେଉଛନ୍ତି। ଓଡ଼ିଆ ସ୍ବାଭିମାନକୁ ଆଘାତ କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି। କୋଭିଡ୍‌ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା କିଏ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା କିଏ କରିଥିଲେ। ଓଡ଼ିଶା ସରକାରଙ୍କ ସତ୍ୟପାଠ କ’ଣ ଥିଲା, ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ ଉତ୍ତର ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଭାବେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ଶ୍ରୀମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବା ନାଁରେ ହଜାର ହଜାର ବର୍ଷ ତଳର ଐତିହ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରାଯାଇଛି। ଏହାବ୍ୟତୀତ ପାଇକ ବିଦ୍ରୋହର ଅଗ୍ରଣୀ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ବୀରତ୍ୱକୁ ନେଇ ଏକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଜମି ଦେବା ଲାଗି ଅନୁରୋଧ କରାଯାଇଥିଲା, ଯେଉଁଥିପାଇଁ ଇଣ୍ଡିଆନ ଅଏଲ ୯୦ କୋଟି ଟଙ୍କାର ବ୍ୟୟବରାଦ କରିସାରିଥିଲା। ରାଜ୍ୟ ସରକାର ବାହାନା ଦେଖାଇ ଏହାକୁ ବନ୍ଦ କରିଦେଲେ। ରାଜ୍ୟର ସରକାରୀ ଦପ୍ତରରେ ୧ ଲକ୍ଷ ପଦବୀ ଖାଲି ଅଛି। ଓଡ଼ିଶାର ପ୍ରାୟ ୧ କୋଟି ଲୋକ ବାହାରେ କାମ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ଯେଉଁ ଆସନରୁ ପ୍ରତିନିଧିତ୍ୱ କଲେ, ହିଞ୍ଜିଳି ଏବଂ ଏବେ ପ୍ରାର୍ଥୀ ହୋଇଥିବା ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଦୀର୍ଘ ୨୪ ବର୍ଷ ଶାସନରେ ପ୍ରଶ୍ନ କଲେ ଗାଳି ହେଉଛି। ଚଳିତ ଥର ନିର୍ବାଚନ ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ ଏବଂ ଓଡ଼ିଶାର ଭବିଷ୍ୟତ, ନୂଆପିଢ଼ିଙ୍କ ପାଇଁ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସଙ୍କ ପୁଅଙ୍କ ପିଏଙ୍କ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପିଏଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

ଏମ୍‌ବିକେ, ଆଶାକର୍ମୀଙ୍କୁ ଧମକ ଦେଉଛନ୍ତି ଭାଜପା ନେତା

ଭୁବନେଶ୍ୱର, ୧୮।୫ (ବନ୍ଦନା ସେଠୀ): ସମ୍ବଲପୁରରେ ଭାଜପା ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ...

ଆଜି ଆସିବେ ସଚିନ ପାଇଲଟ

ଭୁବନେଶ୍ୱର, ୧୮।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri