ଅଳିଆଗଦାରୁ ମିଳିଲା ୯୦୦ ବର୍ଷର କୀର୍ତ୍ତିରାଜି

ବାଲିପାଟଣା,୨୯।୮(ଅଭିମନ୍ୟୁ ନାୟକ):ରକ୍ଷଣାବେକ୍ଷଣ ଅଭାବରୁ ରାଜ୍ୟର ବହୁ ପୁରାତନ କୀର୍ତ୍ତିରାଜି ସବୁ ଧୀରେ ଧୀରେ ହଜିଗଲାଣି। ତେବେ ଏଭଳି ଏକ ପୁରାତନ କୀର୍ତ୍ତିରାଜି ଖୋର୍ଦ୍ଧା ଜିଲା ବାଲିପାଟଣା ତହସିଲ ଅନ୍ତର୍ଗତ ଗୁଆପୁର ଗ୍ରାମରେ ଥିବା ଦେଖିବାକୁ ମିଳିଛି। ଗୁଆପୁର ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଳିଆଗଦା ତଳେ ପୋତି ହୋଇ ରହିଛି ଅନେକ କୀର୍ତ୍ତିରାଜି ଓ ପ୍ରାଚୀନ ମୂର୍ତ୍ତି। କିଛିଦିନ ତଳେ ଏହି ସ୍ଥାନଟିକୁ ଗସ୍ତ କରିଥିବା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ, ଐତିହ୍ୟପ୍ରେମୀ ବିକ୍ରମ ନାୟକ ଓ ସୁମନ ପ୍ରକାଶ ସ୍ବାଇଁଙ୍କ ପ୍ରଚେଷ୍ଟାରେ ପୁରାତନ ହରପାର୍ବତୀ, ଆସ୍ତିକ ଜରତକରୁ, ଶୈବ ଦ୍ୱାରପାଳ, ଗଜଲକ୍ଷ୍ମୀ ଚିତ୍ରିତ ନବଗ୍ରହ ପ୍ୟାନେଲ ସହିତ ଅନେକ ପ୍ରସ୍ତର ଖମ୍ବ ଅଳିଆ ଗଦାରୁ ପ୍ରାପ୍ତ ହୋଇଛି। ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ରାଜ୍ୟ ସଂସ୍କୃତି ବିଭାଗ ଅଥବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଏ ସ୍ଥାନ ଉପରେ ଦୃଷ୍ଟି ପଡ଼ି ନାହିଁ। କେବଳ ‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ ଏକ ଘରଟିଏ ନିର୍ମାଣ ହୋଇଥିବାବେଳେ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଭାଙ୍ଗିଯାଇଥିବା ମନ୍ଦିରର ପୁନରୁଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି।
ସମ୍ପର୍କରେ ଐତିହ୍ୟ ଗବେଷକ ଦୀପକ ନାୟକ କୁହନ୍ତି, ଗୁଆପୁର ଗ୍ରାମର ଏହି ସ୍ଥାନରେ ପୂର୍ବରୁ ଏକ ଅତି ପ୍ରାଚୀନ ମନ୍ଦିର ଥିଲା। କୌଣସି କାରଣରୁ ସେହି ପ୍ରାଚୀନ ମନ୍ଦିରଟି ଭାଙ୍ଗି ପଡ଼ିଥିଲା। ଏହି ମନ୍ଦିର ପରିସରରୁ ଅଳିଆଗଦା ମଧ୍ୟରେ ପୋତି ହୋଇରହିଥିବା ଅନେକ ପୁରାତନ ମୂର୍ତ୍ତିସବୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କେତେକ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଆହୁରି ଅନେକ ମୂର୍ତ୍ତି ମାଟି ତଳେ ପୋତି ହୋଇରହିଛି। ମିଳିଥିବା ମୂର୍ତ୍ତି ମଧ୍ୟରୁ ହରପାର୍ବତୀଙ୍କ ଏକ ବୃହତ୍‌ ଆକୃତିର ମୂର୍ତ୍ତି ଅନ୍ୟତମ। ଆଲିଙ୍ଗନ ମୁଦ୍ରାରେ ଥିବା ଏହି ଶିବ ପାର୍ବତୀଙ୍କ ମୂର୍ତ୍ତିରେ ଉଭୟ ବାହନ ବୃଷଭ ଓ ସିଂହ ଚିହ୍ନଟ ହୋଇଛନ୍ତି। ମୂର୍ତ୍ତିଟିରେ ଦେବଦେବୀଙ୍କ ମସ୍ତକ ବିଚ୍ଛିନ୍ନ ହୋଇଯାଇଥିଲା। କିନ୍ତୁ ଅଧିକ ଖୋଜାଖୋଜି ପରେ କିଛି ଦୂରରେ ଦେବୀ ପାର୍ବତୀଙ୍କ ମସ୍ତକଟି ମିଳିଥିଲା, ଶିବଙ୍କ ମସ୍ତକ ମଧ୍ୟ ମାଟିତଳେ କୌଣସି ସ୍ଥାନରେ ପୋତି ହୋଇଥିବାର ସମ୍ଭାବନା ରହିଛି। ଏହାବ୍ୟତୀତ ପୂର୍ବ ମନ୍ଦିରର ଶ୍ରୀଗଣେଶ, କାର୍ତ୍ତିକେୟ, ଗଜଲକ୍ଷ୍ମୀ ଚିତ୍ରିତ ନବଗ୍ରହ ପ୍ୟାନେଲ, ଆସ୍ତିକ ଜରତକରୁ ମୂର୍ତ୍ତି, ଶିଳାଖଣ୍ଡ ଓ ଅନେକ ପ୍ରସ୍ତରଖମ୍ବ ଏହି ସ୍ଥାନରୁ ମିଳିଛି। ଏସବୁର ଗଠନଶୈଳୀ ଓ କାରୁକାର୍ଯ୍ୟକୁ ଦେଖିଲେ ମନ୍ଦିରଟି ପ୍ରାୟ ୧୦ମ/୧୧ଦଶ ଶତାବ୍ଦୀର ସୋମବଂଶୀ ଶାସନକାଳୀନ ହୋଇପାରେ ବୋଲି ନାୟକ କହିଛନ୍ତି।
ଗ୍ରାମର ଅଧିବାସୀ ତଥା ଏହି ମନ୍ଦିରର ପୂଜକ ବେଣୁଧର ଦାସ କହିଛନ୍ତି, ଏହି ମନ୍ଦିରରେ ପୁରୁଷାନୁକ୍ରମିକ ଭାବେ ସେବା ପୂଜା କରିଆସୁଛୁ। ପିଲାବେଳେ ଦେଖିଛୁ ମନ୍ଦିରରେ ପ୍ରାୟ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପଥରଗଢ଼ା କାନ୍ଥ ଥିଲା। ଉପରେ କୌଣସି ଛାତ କିମ୍ବା ଅମଳକ ନ ଥିଲା। ଅନେକ ପୁରୁଣା ମୂର୍ତ୍ତି ମନ୍ଦିର ପାଖ ଓ ନିକଟସ୍ଥ ପଦ୍ମପୋଖରୀ ନିକଟରେ ପଡ଼ିଥିଲା। ସେସବୁ ମୂର୍ତ୍ତି ଏବେ ମାଟିତଳେ ଥିବ। ଖନନ ହେଲେ ପୁରୁଣା ମୂର୍ତ୍ତି ମିଳିବ। ମନ୍ଦିରରେ ଛାତ ନଥିବାରୁ ବର୍ଷା ପାଣି ଭିତରକୁ ପଶୁଥିବା ପ୍ରଶାସନକୁ ଜଣାଇବା ପରେ ମନ୍ଦିର ଉପରେ ଏକ ଛୋଟ ଘର କରିବା ବ୍ୟତୀତ ଏହି ସ୍ଥାନକୁ ସରକାରୀ ଅନୁଦାନ ଆସିନାହିଁ। ସରକାର ଏହି ପ୍ରାଚୀନ ପୀଠଟିର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ଅପରପକ୍ଷେ ଏ ନେଇ ଇନ୍‌ଟାକ୍‌ ଭୁବନେଶ୍ୱର ଶାଖାର ଆବାହକ ଐତିହାସିକ ଅନିଲ ଧୀର କହିଛନ୍ତି, ଏହି ସ୍ଥାନଟି କୁଶଭଦ୍ରା ନଦୀ କୂଳରେ ଅବସ୍ଥିତ ଏକ ଐତିହ୍ୟସ୍ଥଳୀ। ପୂର୍ବରୁ ଏହି ନଦୀ ଉପତ୍ୟକାରେ ବିଭିନ୍ନ ଧର୍ମର ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ମିଳିଛି। ଏହି ସ୍ଥାନଟିର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ହସ୍ତକ୍ଷେପ ଆବଶ୍ୟକ। ମାଟି ତଳେ ପୋତି ହୋଇଥିବା ପ୍ରାଚୀନ ଅବଶେଷର ସନ୍ଧାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନ କରୁ ବୋଲି ଧୀର ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?