ଅଳିଆଗଦାରୁ ମିଳିଲା ୯୦୦ ବର୍ଷର କୀର୍ତ୍ତିରାଜି

ବାଲିପାଟଣା,୨୯।୮(ଅଭିମନ୍ୟୁ ନାୟକ):ରକ୍ଷଣାବେକ୍ଷଣ ଅଭାବରୁ ରାଜ୍ୟର ବହୁ ପୁରାତନ କୀର୍ତ୍ତିରାଜି ସବୁ ଧୀରେ ଧୀରେ ହଜିଗଲାଣି। ତେବେ ଏଭଳି ଏକ ପୁରାତନ କୀର୍ତ୍ତିରାଜି ଖୋର୍ଦ୍ଧା ଜିଲା ବାଲିପାଟଣା ତହସିଲ ଅନ୍ତର୍ଗତ ଗୁଆପୁର ଗ୍ରାମରେ ଥିବା ଦେଖିବାକୁ ମିଳିଛି। ଗୁଆପୁର ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଳିଆଗଦା ତଳେ ପୋତି ହୋଇ ରହିଛି ଅନେକ କୀର୍ତ୍ତିରାଜି ଓ ପ୍ରାଚୀନ ମୂର୍ତ୍ତି। କିଛିଦିନ ତଳେ ଏହି ସ୍ଥାନଟିକୁ ଗସ୍ତ କରିଥିବା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ, ଐତିହ୍ୟପ୍ରେମୀ ବିକ୍ରମ ନାୟକ ଓ ସୁମନ ପ୍ରକାଶ ସ୍ବାଇଁଙ୍କ ପ୍ରଚେଷ୍ଟାରେ ପୁରାତନ ହରପାର୍ବତୀ, ଆସ୍ତିକ ଜରତକରୁ, ଶୈବ ଦ୍ୱାରପାଳ, ଗଜଲକ୍ଷ୍ମୀ ଚିତ୍ରିତ ନବଗ୍ରହ ପ୍ୟାନେଲ ସହିତ ଅନେକ ପ୍ରସ୍ତର ଖମ୍ବ ଅଳିଆ ଗଦାରୁ ପ୍ରାପ୍ତ ହୋଇଛି। ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ରାଜ୍ୟ ସଂସ୍କୃତି ବିଭାଗ ଅଥବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଏ ସ୍ଥାନ ଉପରେ ଦୃଷ୍ଟି ପଡ଼ି ନାହିଁ। କେବଳ ‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ ଏକ ଘରଟିଏ ନିର୍ମାଣ ହୋଇଥିବାବେଳେ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଭାଙ୍ଗିଯାଇଥିବା ମନ୍ଦିରର ପୁନରୁଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି।
ସମ୍ପର୍କରେ ଐତିହ୍ୟ ଗବେଷକ ଦୀପକ ନାୟକ କୁହନ୍ତି, ଗୁଆପୁର ଗ୍ରାମର ଏହି ସ୍ଥାନରେ ପୂର୍ବରୁ ଏକ ଅତି ପ୍ରାଚୀନ ମନ୍ଦିର ଥିଲା। କୌଣସି କାରଣରୁ ସେହି ପ୍ରାଚୀନ ମନ୍ଦିରଟି ଭାଙ୍ଗି ପଡ଼ିଥିଲା। ଏହି ମନ୍ଦିର ପରିସରରୁ ଅଳିଆଗଦା ମଧ୍ୟରେ ପୋତି ହୋଇରହିଥିବା ଅନେକ ପୁରାତନ ମୂର୍ତ୍ତିସବୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କେତେକ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଆହୁରି ଅନେକ ମୂର୍ତ୍ତି ମାଟି ତଳେ ପୋତି ହୋଇରହିଛି। ମିଳିଥିବା ମୂର୍ତ୍ତି ମଧ୍ୟରୁ ହରପାର୍ବତୀଙ୍କ ଏକ ବୃହତ୍‌ ଆକୃତିର ମୂର୍ତ୍ତି ଅନ୍ୟତମ। ଆଲିଙ୍ଗନ ମୁଦ୍ରାରେ ଥିବା ଏହି ଶିବ ପାର୍ବତୀଙ୍କ ମୂର୍ତ୍ତିରେ ଉଭୟ ବାହନ ବୃଷଭ ଓ ସିଂହ ଚିହ୍ନଟ ହୋଇଛନ୍ତି। ମୂର୍ତ୍ତିଟିରେ ଦେବଦେବୀଙ୍କ ମସ୍ତକ ବିଚ୍ଛିନ୍ନ ହୋଇଯାଇଥିଲା। କିନ୍ତୁ ଅଧିକ ଖୋଜାଖୋଜି ପରେ କିଛି ଦୂରରେ ଦେବୀ ପାର୍ବତୀଙ୍କ ମସ୍ତକଟି ମିଳିଥିଲା, ଶିବଙ୍କ ମସ୍ତକ ମଧ୍ୟ ମାଟିତଳେ କୌଣସି ସ୍ଥାନରେ ପୋତି ହୋଇଥିବାର ସମ୍ଭାବନା ରହିଛି। ଏହାବ୍ୟତୀତ ପୂର୍ବ ମନ୍ଦିରର ଶ୍ରୀଗଣେଶ, କାର୍ତ୍ତିକେୟ, ଗଜଲକ୍ଷ୍ମୀ ଚିତ୍ରିତ ନବଗ୍ରହ ପ୍ୟାନେଲ, ଆସ୍ତିକ ଜରତକରୁ ମୂର୍ତ୍ତି, ଶିଳାଖଣ୍ଡ ଓ ଅନେକ ପ୍ରସ୍ତରଖମ୍ବ ଏହି ସ୍ଥାନରୁ ମିଳିଛି। ଏସବୁର ଗଠନଶୈଳୀ ଓ କାରୁକାର୍ଯ୍ୟକୁ ଦେଖିଲେ ମନ୍ଦିରଟି ପ୍ରାୟ ୧୦ମ/୧୧ଦଶ ଶତାବ୍ଦୀର ସୋମବଂଶୀ ଶାସନକାଳୀନ ହୋଇପାରେ ବୋଲି ନାୟକ କହିଛନ୍ତି।
ଗ୍ରାମର ଅଧିବାସୀ ତଥା ଏହି ମନ୍ଦିରର ପୂଜକ ବେଣୁଧର ଦାସ କହିଛନ୍ତି, ଏହି ମନ୍ଦିରରେ ପୁରୁଷାନୁକ୍ରମିକ ଭାବେ ସେବା ପୂଜା କରିଆସୁଛୁ। ପିଲାବେଳେ ଦେଖିଛୁ ମନ୍ଦିରରେ ପ୍ରାୟ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପଥରଗଢ଼ା କାନ୍ଥ ଥିଲା। ଉପରେ କୌଣସି ଛାତ କିମ୍ବା ଅମଳକ ନ ଥିଲା। ଅନେକ ପୁରୁଣା ମୂର୍ତ୍ତି ମନ୍ଦିର ପାଖ ଓ ନିକଟସ୍ଥ ପଦ୍ମପୋଖରୀ ନିକଟରେ ପଡ଼ିଥିଲା। ସେସବୁ ମୂର୍ତ୍ତି ଏବେ ମାଟିତଳେ ଥିବ। ଖନନ ହେଲେ ପୁରୁଣା ମୂର୍ତ୍ତି ମିଳିବ। ମନ୍ଦିରରେ ଛାତ ନଥିବାରୁ ବର୍ଷା ପାଣି ଭିତରକୁ ପଶୁଥିବା ପ୍ରଶାସନକୁ ଜଣାଇବା ପରେ ମନ୍ଦିର ଉପରେ ଏକ ଛୋଟ ଘର କରିବା ବ୍ୟତୀତ ଏହି ସ୍ଥାନକୁ ସରକାରୀ ଅନୁଦାନ ଆସିନାହିଁ। ସରକାର ଏହି ପ୍ରାଚୀନ ପୀଠଟିର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ଅପରପକ୍ଷେ ଏ ନେଇ ଇନ୍‌ଟାକ୍‌ ଭୁବନେଶ୍ୱର ଶାଖାର ଆବାହକ ଐତିହାସିକ ଅନିଲ ଧୀର କହିଛନ୍ତି, ଏହି ସ୍ଥାନଟି କୁଶଭଦ୍ରା ନଦୀ କୂଳରେ ଅବସ୍ଥିତ ଏକ ଐତିହ୍ୟସ୍ଥଳୀ। ପୂର୍ବରୁ ଏହି ନଦୀ ଉପତ୍ୟକାରେ ବିଭିନ୍ନ ଧର୍ମର ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ମିଳିଛି। ଏହି ସ୍ଥାନଟିର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ହସ୍ତକ୍ଷେପ ଆବଶ୍ୟକ। ମାଟି ତଳେ ପୋତି ହୋଇଥିବା ପ୍ରାଚୀନ ଅବଶେଷର ସନ୍ଧାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନ କରୁ ବୋଲି ଧୀର ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri