Posted inଫୁରସତ

୩ ବର୍ଷର ବାଳକ ଚଳାଉଛି ସୁପର୍‌ କାର୍‌

ବୟସ ମାତ୍ର ୩ ବର୍ଷ। ଯେଉଁ ବୟସରେ ସେ ନିଜ କୁନି କୁନି ହାତରେ ଖେଳଣା କାର୍‌ ଚଳାଇବା କଥା, ସେଇ ବୟସରେ ସେ ଚଳାଉଛି ସୁପର୍‌ କାର୍‌ । ଜ୍ୟେନ୍‌ ସୋଫୁଓଗ୍ଲୁ ନାମକ ଏହି ବାଳକଟି ଏକ ବିସ୍ମୟଠୁ କମ୍‌ ନୁହେଁ। କାର୍‌ ସିଟ୍‌ରେ ବସି ଷ୍ଟିୟରିଂ ହୁଇଲ୍‌ ଧରିଲେ ଓ୍‌ିଣ୍ଡସିଲ୍ଡ ଦେଇ ବାହାରକୁ ଦେଖିପାରେନା ଜ୍ୟେନ୍‌। ଗୋଡ କ୍ଲଚ୍‌, ବ୍ରେକ ପାଖକୁ ବି ପହଞ୍ଚେନା। ତଥାପି ବାପାଙ୍କ ସୁପର୍‌ କାର୍‌ ଫରାରୀ ଏସ୍‌ଏଫ୍‌ ୯୦କୁ ପେସାଦାର କାର୍‌ ଚାଳକ ଭାବେ ବେଶ୍‌ ଆରାମରେ ଗ୍ୟାରେଜ୍‌ରୁ ବାହାର କରିପାରେ। ଏହି କାମକୁ ଜ୍ୟେନ୍‌ କାର୍‌ରେ ଲାଗିଥିବା ଗୋପ୍ରୋ କ୍ୟାମେରା, ଯାହାକି କାର୍‌ ଭିତରେ ଥିବା ଟାବଲେଟ୍‌ ସହ ଲିଙ୍କ୍‌ ଥାଏ ତା’ ସାହାଯ୍ୟରେ କରିପାରୁଛି। ସୁପର୍‌ କାର୍‌ ଚଳାଇବାକୁ ଯେଉଁଠି ବୟସ୍କ ଗାଡି ଚାଳକ ଡରି ଯାଆନ୍ତି, ସେଠି କୁନି ଜ୍ୟେନ୍‌ ବେଶ ସହଜରେ କରି ଦେଇପାରୁଛି। ତେବେ ଏହି କାମକୁ ସହଜରେ କରିପାରିବା ପଛରେ ତାଙ୍କ ବାପା କେନାନ ସୋଫୁଓଗ୍ଲୁଙ୍କ ହାତ ଅଛି। କେନାନ ହେଉଛନ୍ତି ତୁର୍କର ମୋଟର ସାଇକେଲ ଓ ସୁପର୍‌ କାର୍‌ ରେସର୍‌। ତାଙ୍କ ନାମରେ ପାଞ୍ଚୋଟି ସୁପରସ୍ପୋର୍ଟସ୍‌ ଓ୍ବାର୍ଲଡ ଚାମ୍ପିୟନ ଟାଇଟଲ୍‌ ଥିବାର ରେକର୍ଡ ଅଛି। ତାଙ୍କର ପୁଅଭାବେ ଜ୍ୟେନ୍‌ ଛୋଟବେଳୁ ସ୍ପୋର୍ଟସ୍‌ କାର୍‌ ଦେଖିଛି। ଆଉ ଜ୍ୟେନ୍‌ଙ୍କୁ ତାଙ୍କ ବାପା କେନାନ ବାଇକ୍‌ ସହ ସ୍ପୋର୍ଟସ୍‌ କାର୍‌ ଚଳାଇବା ବି ଶିଖାଇଛନ୍ତି। ତେବେ ଏତେ ଛୋଟ ପିଲାକୁ ସ୍ପୋର୍ଟସ୍‌ କାର୍‌ ଓ ବାଇକ ଚଳାଇବାକୁ ଦେଉଥିବାରୁ ଅନେକେ ତାଙ୍କୁ ନିନ୍ଦା କରନ୍ତି। ହେଲେ କେନାନ କୁହନ୍ତି, ‘ମୋ ପୁଅ ଗାଡି ଚଳାଇବାବେଳେ ମୁଁ ସବୁବେଳେ ପାଖରେ ଥାଏ, ସବୁ ସତର୍କତା ଅବଲମ୍ବନ କରେ। ଯେମିତିକି ତା’ର କିଛି କ୍ଷତି ହେବନି।’


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri