ଜଟିଳ ଫୁସ୍‌ଫୁସ୍‌ ସଂକ୍ରମଣରୁ ସୁସ୍ଥ ହେଲେ ୨୨ ମାସର ଶିଶୁକନ୍ୟା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଜଟିଳ ଫୁସ୍‌ଫୁସ୍‌ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଜଣେ ୨୨ ମାସର ଶିଶୁ କନ୍ୟା। ଚିକିତ୍ସା ବିଜ୍ଞାନର ଚମତ୍କାରିତା ସହ ଡାକ୍ତରଙ୍କ ନିରନ୍ତର ପରିଶ୍ରମରୁ ଏହି ସଫଳତା ମିଳିଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଢେଙ୍କାନାଳ ଜିଲାର ଶିଶୁକନ୍ୟା ଓ ପରିବାରର ସମସ୍ତ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ଶିଶୁଟିର କରୋନା ପରବର୍ତ୍ତୀ ଜଟିଳତା ଦେଖାଦେଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ। କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ତାଙ୍କୁ ଏମ୍‌ସକୁ ଅଣାଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ଶିଶୁରୋଗ ବିଭାଗ ପେଡିଆଟ୍ରିକ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ପିଆଇସିୟୁ)ରେ ଭର୍ତ୍ତି କରି ଅକ୍ସିଜେନ ଲଗାଯାଇଥିଲା। ବିଭିନ୍ନ ପରୀକ୍ଷା ପରେ ଶିଶୁଟି ‘Pulmonary alveolar proteinosis’ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ଏକ ବିରଳ ରୋଗ, ଯେଉଁଥିରେ ଦୁଗ୍ଧ ପରି ସାମଗ୍ରୀ ଉଭୟ ଫୁସ୍‌ଫୁସ୍‌ରେ ଜମା ହୋଇଯାଏ। ଏହାର ଚିକିତ୍ସା କରିବା ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ ହୋଇଥିଲା। ଏହି ଟିମ୍‌ ଶିଶୁଟିକୁ ଏକ୍‌ମୋ ଚିକିତ୍ସା ଅର୍ଥାତ୍‌ କୃତ୍ରିମ ଉପାୟରେ ଅକ୍ସିଜେନ ଯୋଗାଇ ସାଲାଇନ ଦ୍ୱାରା ଫୁସ୍‌ଫୁସ୍‌ ସଫା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଶିଶୁଟିକୁ ଏକ୍‌ମୋରେ ରଖାଯାଇଥିଲା। ଅଗଷ୍ଟ ୩୦ରେ ପ୍ରଥମ ଚିକିତ୍ସା କରାଯାଇଥିଲା। ଶିଶୁଟିର ସ୍ବାସ୍ଥ୍ୟରେ ଉନ୍ନତି ଆସିବା ପରେ ଗତ ୧୩ ତାରିଖରେ ଆଉଥରେ ସେହିଭଳି ଚିକିତ୍ସା ହୋଇଥିଲା। ଏହାପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥାରେ ଅଦ୍ଭୂତପୂର୍ବ ଉନ୍ନତି ଦେଖାଯାଇଥିଲା। ଏବେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛି। ଶିଶୁକୁ ଚିକିତ୍ସା କରିଥିବା ଡାକ୍ତରୀ ଟିମ୍‌ରେ ଶିଶୁବିଭାଗର ଡା. କ୍ରିଷ୍ଣା ମୋହନ ଗୁଲ୍ଲା, ଡା. ରଶ୍ମି ରଞ୍ଜନ ଦାସ, ଡା. ଅମିତ କୁମାର ଶତପଥୀ, ଆନାସ୍ଥେସିଆର ଡା. ସତ୍ୟଜିତ ମିଶ୍ର, ଡା. ବିକ୍ରମ କେଶରୀ ବେହେରା, କାର୍ଡିଓ ଥୋରାସିସ୍‌ ସର୍ଜରୀର ଡା. ସିଦ୍ଧାର୍ଥ କୁମାର ସାଥିଆ, ଡା. ସତ୍ୟପ୍ରିୟା ମହାନ୍ତି ଏବଂ ପେଡିଆଟ୍ରିକ୍‌ ସର୍ଜରିର ଡା. ମନୋଜ ମହାନ୍ତି ଥିଲେ। ଏତେ କମ୍‌ ବୟସର ଶିଶୁଙ୍କଠାରେ ଏଭଳି ଜଟିଳ ଚିକିତ୍ସା ପଦ୍ଧତିରେ ସଫଳତା ମିଳିବା ପ୍ରଥମ ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri