Posted inଜାତୀୟ

ମୋବାଇଲରେ କାର୍ଟୁନ ଦେଖୁଦେଖୁ ବାଲ୍‌କୋନିରୁ ଖସିପଡ଼ିଲେ ୨ ବର୍ଷର ଶିଶୁ

ମୁମ୍ବାଇ,୧୫ା୯: ଆଜିକାଲି ଛୋଟପିଲାଙ୍କୁ ଭୁଲାଇବା ପାଇଁ ମାତାପିତା ମୋବାଇଲର ସାହାରା ନେଉଛନ୍ତି। ମାତ୍ର ଏହି ମୋବାଇଲ ବେଳେବେଳେ ପିଲାଙ୍କ ପାଇଁ କାଳ ସାଜୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ସୁରଟରେ। ସହରର ପ୍ରତାପନଗରରେ ଥିବା ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ୨ ବର୍ଷର ଶିଶୁ ପଡ଼ିଯାଇଥିବା ସିସିଟିଭିରେ କଏଦ ହୋଇଛି। ଶିଶୁଟି ମୋବାଇଲରେ କାର୍ଟୁନ ଦେଖୁଥିବା ସମୟରେ ତଳକୁ ଖସି ପଡ଼ିଥିଲା। ଶବ୍ଦ ଶୁଣି ଜଣେ ବ୍ୟକ୍ତି ପିଲାଟିକୁ ପଡ଼ିବା ସମୟରେ ଧରି ନେଇଛନ୍ତି। ସେହି ବ୍ୟକ୍ତି ଜଣକ ଜାଣି ନ ଥିଲେ ପିଲାଟି କାହାର କେମିତି ପଡ଼ିଲା। ସେ ଏତେତେଣେ ଦୌଡ଼ିବାରେ ଲାଗିଲେ। ଯାହାକି ସିସିଟିଭିରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଆପାର୍ଟମେଣ୍ଟରେ ରହୁଥିବା ଓ୍ବାଶିମ୍‌ ଅନ୍‌ସାରୀ କାମ କରିବାକୁ କେଉଁଆଡ଼େ ଚାଲିଯାଇଥିଲେ। ଘରେ ତାଙ୍କ ସ୍ତ୍ରୀ ଏବଂ ଦୁଇବର୍ଷର ପୁଅ ଓ୍ବାରିସ ଥିଲେ। ଓ୍ବାଶିମ୍‌ଙ୍କ ସ୍ତ୍ରୀ ପୁଅକୁ କାର୍ଟୁନ ଦେଖିବାକୁ ମୋବାଇଲ ଧରାଇ ବାଥ୍‌ରୁମ ଯାଇଥିଲେ। ଏହି ସମୟରେ ଶିଶୁପୁତ୍ରଟି ବାଲ୍‌କୋନିରୁ ଖସି ପଡ଼ିଥିଲା। ତଳେ ଯାଉଥିବା ଜଣେ ବ୍ୟକ୍ତି ପିଲାଟିକୁ କୋଳେଇ ନେଇଥିଲେ। ତଥାପି ପିଲାଟିକୁ ଆଘାତ ଲାଗିଛି। ସେ ହସ୍ପିଟାଲରେ ଭର୍ତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ: ୨ ଦିନ ଭିତରେ ଲକ୍‌ଡାଉନ୍‌ ନିଷ୍ପତ୍ତି

ମୁମ୍ବାଇ,୧୧।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ସରକାର ରବିବାର ରାଜ୍ୟ କୋଭିଡ ଟାସ୍କ ଫୋର୍ସ ସହିତ ଏକ ଗୁରୁତ୍ୱପୂର୍ଣ୍ଣ...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଲଣ୍ଡନରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୭।୬: ଏୟାର ଇଣ୍ଡିଆର ବିମାନ ୧୯୧ ମୁମ୍ବଇ-ନ୍ୟୁୟର୍କ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନଟିକୁ ଲଣ୍ଡନର ଷ୍ଟାଣ୍ଟେଡ ବିମାନ ବନ୍ଦରରେ ଜରୁରୀ ଅବତରଣ...

ଏପ୍ରିଲ ୧ରୁ ଆରମ୍ଭ ହେବ ୩ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଆସନ୍ତା ଏପ୍ରିଲ ୧ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୪୫ ଓ ତା’ଠାରୁ ଊର୍ଦ୍ଧ୍ୱ...

ଗରିବଙ୍କ ପେଟକୁ ଦାନା ଦେଉଛି ‘ରୁଟି ବ୍ୟାଙ୍କ’

ଅହମ୍ମଦାବାଦ,୧୮।୫: ଗୁଜରାଟ ରାଜକୋଟରେ ଗରିବଙ୍କୁ ପେଟର ଭୋକ ଦାଉରୁ ରକ୍ଷା କରିବା ପାଇଁ ‘ରୁଟି ବ୍ୟାଙ୍କ’ ସାଜିଛି ସାହା ଭରସା। ଶ୍ରୀ ବୋଲବାଳା ଚାରିଟେବୁଲ୍‌ ଟ୍ରଷ୍ଟ୍‌...

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ: ହେଲେ ବି ଲିଭୁନି ଜୁଇ…

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

୭ ଲୋକ ଜୀଅନ୍ତା ଜଳିଗଲେ

କୋଲକତା,୨୨।୩: ପଶ୍ଚିମବଙ୍ଗର ବୀରଭୂମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୭ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ...

ଅନ୍ୟ ମହିଳାଙ୍କ ସହ ଡାନ୍ସ କରିବା ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ଉଦୟପୁର,୨୭।୫: ରାଜସ୍ଥାନର ଉଦୟପୁରରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପନଓ୍ବାଡା ପୋଲିସ ଷ୍ଟେଶନ ନିକଟବର୍ତ୍ତି ଅଞ୍ଚଳରେ ବାସ...

ତାମିଲସାଇ ହେଲେ ପୁଡୁଚେରୀର ନୂଆ ଉପ ରାଜ୍ୟପାଳ

ପୁଡୁଚେରୀ,୧୮।୨: ତାମିଲସାଇ ସୌନ୍ଦରାରାଜନ ପୁଡୁଚେରୀର ନୂଆ ଉପ ରାଜ୍ୟପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ସହିତ ତାଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ପ୍ରଦାନ...

Advertisement
Archives

Model This Week