ମହେଶ ମୂର୍ତ୍ତିଙ୍କ ନାଁରେ ୧୦୦ ନିୟୁତ ଡଲାରର ମାନହାନି ମକଦ୍ଦମା

ସିଙ୍ଗାପୁର,୨୩।୪: ଗୋଟିଏ ଆର୍ଟିକିଲ୍‌ ପାଇଁ ନିବେଶକ ତଥା ସିଡ୍‌ଫଣ୍ଡର ସହପ୍ରତିଷ୍ଠାତା ମହେଶ ମୂର୍ତ୍ତି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ସିଙ୍ଗାପୁରର ଫ୍ୟାଶନ୍‌ ଟେକ୍ନୋଲୋଜି କମ୍ପାନୀ ଜିଲିଙ୍ଗୋର ସହପ୍ରତିଷ୍ଠାତା ଅଙ୍କିତି ବୋଷ ମହେଶଙ୍କ ନଁାରେ ୧୦୦ ନିୟୁତ ଡଲାରର ଏକ ମାନହାନି ମକଦ୍ଦମା କରିଛନ୍ତି। ମାର୍ଚ୍ଚ ୧ ତାରିଖରେ ଆଉଟ୍‌ଲୁକ୍‌ ବିଜ୍‌ନେସ୍‌ ମାଗାଜିନ୍‌ରେ ମହେଶଙ୍କ ଦ୍ୱାରା ଲିଖତ ଏକ ନିବନ୍ଧ ସ୍ଥାନ ପାଇଥିଲା। ଅଙ୍କିତି ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକଠାରୁ ବେଆଇନ ଭାବେ ଟଙ୍କା ନେଉଥିବା ମେହଶ ଉକ୍ତ ଆର୍ଟିକିଲ୍‌ରେ ଉଲ୍ଲେଖ କରିଥିଲେ।
ନିବନ୍ଧରେ ମହେଶ କୌଣସିଠାରେ ସିଧାସଳଖ ଅଙ୍କିତିଙ୍କ ନାଁ ଲେଖି ନ ଥିବାବେଳେ ତାଙ୍କୁ ଇଙ୍ଗିତ କରି ଲେଖାଯାଇଥିଲା। ଅନେକ ପ୍ରତିଷ୍ଠାତା ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକଠାରୁ ବେଆଇନ ଭାବେ ଟଙ୍କା ନେଉଛନ୍ତି। ପପୁଲାର ଫ୍ୟାଶନ ପୋର୍ଟାଲ ଚଲାଉଥିବା ‘ଜଣେ ଲେଡି’ ଏଭଳି ଟଙ୍କା ନେଉଛନ୍ତି। ମହିଳା ଜଣକ ନିଜ ଓକିଲଙ୍କୁ ଫିସ୍‌ ବାବଦକୁ ୭୦ କୋଟି ଟଙ୍କା ଦେଉଥିବାବେଳେ ଏହି ଟଙ୍କା ସିଧାସଳଖ ତାଙ୍କ ପାଖକୁ ଫେରିଯାଉଥିବା ମହେଶ ନିଜ ଆର୍ଟିକିଲ୍‌ରେ ବର୍ଣ୍ଣନା କରିଛନ୍ତି।
ଆର୍ଟିକିଲ ଜରିଆରେ ଅଣାଯାଇଥିବା ଅଭିଯୋଗ କେତେକ ଗଣମାଧ୍ୟମରେ ପ୍ରସାରିତ ମିଛ ଖବର ଉପରେ ପଯ୍ୟବସିତ। ଏ ନେଇ ଅଙ୍କିତିଙ୍କ ବିରୋଧରେ କୌଣସି ପ୍ରମାଣ କିମ୍ବା ରେକର୍ଡ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଅନ୍ୟ ସହକର୍ମୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଙ୍କିତିଙ୍କ ବିରୋଧରେ ଅଭିଯୋଗ ଆସିଥିଲା, ଯେଉଁଥିପାଇଁ ଗତବର୍ଷ ଏପ୍ରିଲରେ ତାଙ୍କୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri