୧୦ବର୍ଷର ପୁଅ ହୃତ୍‌ପିଣ୍ଡରେ ଛିଦ୍ର

ସିମୁଳିଆ, ୮।୧୧(ଡି.ଏନ.ଏ.) କଥାରେ ଅଛି ଦୁଃଖ ଯେତେବେଳେ ଆସେ ନିଜର ବନ୍ଧୁ ବାନ୍ଧବଙ୍କୁ ନେଇଆସେ। ଏଭଳି ଏକ ଦୁଃଖର ପାହାଡ ଛିଣ୍ଡିପଡିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଭଗିଆ ଗ୍ରାମର ଭାରତୀ ଦେବନାଥ(୩୦)ଙ୍କ ପରିବାରରେ। ଗତ ୩ବର୍ଷ ପୂର୍ବେ ତାଙ୍କ ସ୍ବାମୀ ଯଶୋବନ୍ତ ଦୁରାରୋଗରେ ଆଖି ବୁଜିବା ପରେ ଏକମାତ୍ର ୧୦ବର୍ଷର ପୁଅ ସନ୍ତୋଷଙ୍କ ହୃତପିଣ୍ଡରେ ଛିଦ୍ର। ସେ ଏବେ ଜୀବନ ସହ ସଂଘର୍ଷ କରୁଛି। ଡାକ୍ତରଙ୍କ ସୂଚନା ଅନୁସାରେ ସନ୍ତୋଷଙ୍କ ହୃତପିଣ୍ଡରେ ଛିଦ୍ର ହେବା ସହ ଶିରା ପ୍ରଶିରାଗୁଡ଼ିକ ଗୁଡ଼ାଇ ହୋଇରହିଛି। ଫଳରେ ସନ୍ତୋଷ ସାଧାରଣ ପିଲାଙ୍କ ପରି ବୁଲାଚଲା କିମ୍ବା ଖେଳକୁଦ କରିପାରୁନାହାନ୍ତି। ଅଳ୍ପ ରାସ୍ତା ଚାଲିଲେ ଧଇଁସଇଁ ହୋଇଯାଉଛନ୍ତି। ଗତ କିଛି ଦିନ ପୂର୍ବେ ସେ ପାରାଲିସିସରେ ଆକ୍ରାନ୍ତ ହୋଇ ମୁହଁ ବଙ୍କା ମଧ୍ୟ ହୋଇଯାଇଥିଲା। ଏ ସମ୍ପର୍କରେ ଭାରତୀ କହନ୍ତି ପୁଅକୁ ଦୁଇବର୍ଷ ବୟସରୁ ଥଣ୍ଡା ଜ୍ୱର ଆରମ୍ଭ ହୋଇଥିଲା ା ପ୍ରଥମେ ସିମୁଳିଆ ଓ ପରେ ସୋର, ଭଦ୍ରକ, ବାଲେଶ୍ୱର, କଟକ ଶିଶୁ ଭବନରେ ଡାକ୍ତରଙ୍କୁ ଦେଖାଇବାରୁ ପୁଅର ହୃତପିଣ୍ଡରେ ଛିଦ୍ର ଥିବା ଜଣାପଡ଼ିଥିଲା। ତେବେ ବୟସ କମ୍‌ ଯୋଗୁ ଅପରେଶନ ସମ୍ଭବ ନୁହେଁ ବୋଲି ଡାକ୍ତର କହିବା ସହିତ ୮/୯ ବର୍ଷ ବୟସ ହେଲେ ଅପରେଶନ କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ। ତେବେ ମାତ୍ର ୧ଗୁଣ୍ଠ ଜମି ତାଙ୍କର ଏକମାତ୍ର ସମ୍ବଳ। ରାଶନ କାର୍ଡରେ ମାସିକ ୩୫ କି.ଗ୍ରା. ଚାଉଳ ଓ ମାସିକ ୫ଶହ ଟଙ୍କା ବିଧବା ଭତ୍ତାରେ ତାଙ୍କ ପରିବାର ଚଳୁଛି। ଅପରେଶନ ପାଇଁ ଅତିକମ୍‌ରେ ୭ରୁ ୮ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ା ତେବେ ଚିକିତ୍ସା ପାଇଁ ଅର୍ଥ ଆସିବ କେଉଁଠୁ। ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ତାଙ୍କୁ ସହଯୋଗର ହାତ ବଢ଼ାଇଲେ ତାଙ୍କ ପୁଅର ଅପରେସନ ହୋଇପାରନ୍ତା ବୋଲି ଭାରତୀ ନିବେଦନ କରିଛନ୍ତି ା ଭାରତୀଙ୍କୁ ମୋବାଇଲ ଫୋନ (ନଂ ୯୮୫୩୬୬୯୫୨୩)ରେ ଯୋଗାଯୋଗ କିମ୍ବା ତାଙ୍କର ସିମୁଳିଆ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ(ନଂ. ୩୨୦୨୩୮୨୦୬୬୭) ମାଧ୍ୟମରେ ସାହାଯ୍ୟ କରାଯାଇ ପାରିବ ା


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri