୧୦ବର୍ଷର ପୁଅ ହୃତ୍‌ପିଣ୍ଡରେ ଛିଦ୍ର

ସିମୁଳିଆ, ୮।୧୧(ଡି.ଏନ.ଏ.) କଥାରେ ଅଛି ଦୁଃଖ ଯେତେବେଳେ ଆସେ ନିଜର ବନ୍ଧୁ ବାନ୍ଧବଙ୍କୁ ନେଇଆସେ। ଏଭଳି ଏକ ଦୁଃଖର ପାହାଡ ଛିଣ୍ଡିପଡିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଭଗିଆ ଗ୍ରାମର ଭାରତୀ ଦେବନାଥ(୩୦)ଙ୍କ ପରିବାରରେ। ଗତ ୩ବର୍ଷ ପୂର୍ବେ ତାଙ୍କ ସ୍ବାମୀ ଯଶୋବନ୍ତ ଦୁରାରୋଗରେ ଆଖି ବୁଜିବା ପରେ ଏକମାତ୍ର ୧୦ବର୍ଷର ପୁଅ ସନ୍ତୋଷଙ୍କ ହୃତପିଣ୍ଡରେ ଛିଦ୍ର। ସେ ଏବେ ଜୀବନ ସହ ସଂଘର୍ଷ କରୁଛି। ଡାକ୍ତରଙ୍କ ସୂଚନା ଅନୁସାରେ ସନ୍ତୋଷଙ୍କ ହୃତପିଣ୍ଡରେ ଛିଦ୍ର ହେବା ସହ ଶିରା ପ୍ରଶିରାଗୁଡ଼ିକ ଗୁଡ଼ାଇ ହୋଇରହିଛି। ଫଳରେ ସନ୍ତୋଷ ସାଧାରଣ ପିଲାଙ୍କ ପରି ବୁଲାଚଲା କିମ୍ବା ଖେଳକୁଦ କରିପାରୁନାହାନ୍ତି। ଅଳ୍ପ ରାସ୍ତା ଚାଲିଲେ ଧଇଁସଇଁ ହୋଇଯାଉଛନ୍ତି। ଗତ କିଛି ଦିନ ପୂର୍ବେ ସେ ପାରାଲିସିସରେ ଆକ୍ରାନ୍ତ ହୋଇ ମୁହଁ ବଙ୍କା ମଧ୍ୟ ହୋଇଯାଇଥିଲା। ଏ ସମ୍ପର୍କରେ ଭାରତୀ କହନ୍ତି ପୁଅକୁ ଦୁଇବର୍ଷ ବୟସରୁ ଥଣ୍ଡା ଜ୍ୱର ଆରମ୍ଭ ହୋଇଥିଲା ା ପ୍ରଥମେ ସିମୁଳିଆ ଓ ପରେ ସୋର, ଭଦ୍ରକ, ବାଲେଶ୍ୱର, କଟକ ଶିଶୁ ଭବନରେ ଡାକ୍ତରଙ୍କୁ ଦେଖାଇବାରୁ ପୁଅର ହୃତପିଣ୍ଡରେ ଛିଦ୍ର ଥିବା ଜଣାପଡ଼ିଥିଲା। ତେବେ ବୟସ କମ୍‌ ଯୋଗୁ ଅପରେଶନ ସମ୍ଭବ ନୁହେଁ ବୋଲି ଡାକ୍ତର କହିବା ସହିତ ୮/୯ ବର୍ଷ ବୟସ ହେଲେ ଅପରେଶନ କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ। ତେବେ ମାତ୍ର ୧ଗୁଣ୍ଠ ଜମି ତାଙ୍କର ଏକମାତ୍ର ସମ୍ବଳ। ରାଶନ କାର୍ଡରେ ମାସିକ ୩୫ କି.ଗ୍ରା. ଚାଉଳ ଓ ମାସିକ ୫ଶହ ଟଙ୍କା ବିଧବା ଭତ୍ତାରେ ତାଙ୍କ ପରିବାର ଚଳୁଛି। ଅପରେଶନ ପାଇଁ ଅତିକମ୍‌ରେ ୭ରୁ ୮ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ା ତେବେ ଚିକିତ୍ସା ପାଇଁ ଅର୍ଥ ଆସିବ କେଉଁଠୁ। ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ତାଙ୍କୁ ସହଯୋଗର ହାତ ବଢ଼ାଇଲେ ତାଙ୍କ ପୁଅର ଅପରେସନ ହୋଇପାରନ୍ତା ବୋଲି ଭାରତୀ ନିବେଦନ କରିଛନ୍ତି ା ଭାରତୀଙ୍କୁ ମୋବାଇଲ ଫୋନ (ନଂ ୯୮୫୩୬୬୯୫୨୩)ରେ ଯୋଗାଯୋଗ କିମ୍ବା ତାଙ୍କର ସିମୁଳିଆ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ(ନଂ. ୩୨୦୨୩୮୨୦୬୬୭) ମାଧ୍ୟମରେ ସାହାଯ୍ୟ କରାଯାଇ ପାରିବ ା


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri