ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ ଜାରି ରହିଛି। ଏହି ସମୟରେ ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଢାକା ମେଟ୍ରୋପଲିଟାନ ପୋଲିସ (ଡିଏମପି) କହିଛି ଯେ ଘଟଣା ପରେ ବାଂଲାଦେଶୀ ରାଜନୈତିକ କର୍ମୀ ଉସମାନ ହାଦିଙ୍କ ହତ୍ୟାକାଣ୍ଡର ଦୁଇ ପ୍ରମୁଖ ସନ୍ଦିଗ୍ଧ ବ୍ୟକ୍ତି ମେଘାଳୟ ସୀମା ଦେଇ ଭାରତ ପଳାଇ ଯାଇଛନ୍ତି ।
ଅତିରିକ୍ତ କମିଶନର ଏସଏନ ନଜରୁଲ ଇସଲାମ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି – ଫୈସଲ କରିମ ମାସୁଦ ଏବଂ ଆଲମଗିର ଶେଖ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ମୈମନସିଂର ହାଲୁଆଘାଟ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ।


