ଭିସା ନିୟମ ବଦଳାଇଲା ଆମେରିକା: ଏବେ ସାର୍ବଜନୀନ କରିବାକୁ ହେବ ସୋସିଆଲ ମିଡିଆ ଆକାଉଣ୍ଟ, ପରିଚୟକୁ…

ନୂଆଦିଲ୍ଲୀ,୨୪।୬: ଆମେରିକା ଭିସା ଯାଞ୍ଚ ପ୍ରକ୍ରିୟାରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ଏବେ F, M, ଏବଂ J କାଟେଗୋରୀର ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟର ଗୋପନୀୟତା ସେଟିଂସ ’ସାର୍ବଜନୀନ’ କରିବାକୁ ପଡିବ। ଏହାର ଉଦ୍ଦେଶ୍ୟ ହେଉଛି ଭିସା ଆବେଦନକାରୀଙ୍କ ପରିଚୟକୁ ଭଲ ଭାବରେ ଯାଞ୍ଚ କରିବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା। ଏହି ନୂତନ ନିୟମ ତତ୍କାଳ ଲାଗୁ କରାଯାଇଛି। ଏନେଇ ଆମେରିକା ଦୂତାବାସ ପକ୍ଷରୁ Xରେ ଏହି ସୂଚନା ଦିଆଯାଇଛି।

ସାଧାରଣତଃ ବିଦେଶୀ ନାଗରିକମାନଙ୍କୁ F, M, ଏବଂ J ଭିସା ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଇଥାଏ। ଏଫ୍‌ ଭିସା ପାଠ ପଢ଼ୁଥିବା ଛାତ୍ରୀଛାତ୍ର, ଧନ୍ଦାମୂଳକ ଛାତ୍ରୀଛାତ୍ରଙ୍କୁ ଏମ୍‌ ଭିସା ଏବଂ ଏକ୍ସଚେଞ୍ଜ ଭିଜିଟର, ରିସର୍ଚ୍ଚର ଓ ଇଣ୍ଟର୍ଣ୍ଣମାନଙ୍କୁ ଜେ ଭିସା ପ୍ରଦାନ କରାଯାଇଥାଏ। ଏବେ ନୂତନ ନିୟମ ନେଇ ଆମେରିକା ଦୂତାବାସ ଭାରତ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ, ପ୍ରତ୍ୟେକ ଭିସା ଆବେଦନ ଏକ ଜାତୀୟ ସୁରକ୍ଷା ନିଷ୍ପତ୍ତି। ଆମେରିକା ୨୦୧୯ ମସିହାରୁ ଭିସା ଆବେଦନ ଫର୍ମରେ ସୋସିଆଲ ମିଡିଆ ୟୁଜରନେମ ମାଗୁଛି, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ସାର୍ବଜନୀନ କରିବା ବାଧ୍ୟତାମୂଳକ କରାଯାଇଛି। ଯାହା ଦ୍ୱାରା ଆବେଦନକାରୀଙ୍କ ସମ୍ପୂର୍ଣ୍ଣ ତଦନ୍ତ କରାଯାଇପାରିବ। ଆବେଦନକାରୀଙ୍କ ସମ୍ପର୍କରେ ଅନଲାଇନରେ ଅଫିସରମାନେ ସହଜରେ ଜାଣିପାରିବେ। ଏହା ସହିତ ଆମେରିକା କହିଛି ଯେ ସେମାନେ ସମସ୍ତ ଉପଲବ୍ଧ ସୂଚନା ଯାଞ୍ଚ ପରେ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଲୋକମାନେ ଆମେରିକା ଆସିପାରିବେ ନାହିଁ।

ଯଦିଓ ଆମେରିକା ଯାତ୍ରା କରିବା ପାଇଁ ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ ଭିସା ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଅନେକ ଛାତ୍ର, କାର୍ଯ୍ୟରତ ବୃତ୍ତିଗତ ଏବଂ ପର୍ଯ୍ୟଟକଙ୍କୁ ଆମେରିକା ଯିବାର ଯୋଜନା ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏହା ବ୍ୟତୀତ ସୋସିଆଲ ମିଡିଆକୁ ସାର୍ବଜନୀନ କରିବାର ନିୟମ ଅନେକ ଲୋକଙ୍କ ଗୋପନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇପାରେ। ଏହି ନୂତନ ନିୟମ ଏବଂ ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି ଆମେରିକାର ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା, ଯାହା ଦାରା ସମସ୍ତ ଭିସା ଆବେଦନକାରୀ ଦେଶ ପାଇଁ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ପ୍ରମାଣିତ ହେବେ।

ସୂଚନାଯୋଗ୍ୟ ଯେ ଆମେରିକା ତାର ଭିସା ସମ୍ପର୍କିତ ସୁରକ୍ଷା ଏବଂ ତଦନ୍ତ ପ୍ରକ୍ରିୟାକୁ ନିରନ୍ତର କଡ଼ାକଡ଼ି କରିବାକୁ ଚେଷ୍ଟା କରୁଛି। ଏହା ପୂର୍ବରୁ ଜୁନ ୯ ରେ ମଧ୍ୟ ଆମେରିକା ୧୨ ଟି ଦେଶର ନାଗରିକଙ୍କୁ ଆମେରିକାର ଭିସା ଦେବା ଉପରେ ସମ୍ପୂର୍ଣ୍ଣ ନିଷେଧ କରିଛି। ଏହି ୧୨ ଟି ଦେଶର ତାଲିକାରେ ଆଫଗାନିସ୍ତାନ, ମିଆଁମାର, ଚାଡ, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ଅନ୍ତର୍ଭୁକ୍ତ।
ସେହି ସମୟରେ, ଅନ୍ୟ ସାତଟି ଦେଶ ପାଇଁ କିଛି ଭିସା ବର୍ଗରେ କଡ଼ା ନିୟମ ଲାଗୁ କରାଯାଇଛି। ଏଥିରେ ବୁରୁଣ୍ଡି, କ୍ୟୁବା, ଲାଓସ, ସିଏରା ଲିଓନ, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ। ତେବେ ଆମେରିକା ଏହି ପଦକ୍ଷେପ ସେହି ଦେଶଗୁଡ଼ିକ ବିଷୟରେ ନେଇଛି ଯାହାକୁ ସେ ତାର ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ବିପଦପୂର୍ଣ୍ଣ ବୋଲି ବିବେଚନା କରେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ଗୋଲ୍ଡ କାର୍ଡ ଲଞ୍ଚ୍‌କଲେ ଟ୍ରମ୍ପ୍‌: ଜାଣନ୍ତୁ…

ଓ୍ବାଶିଂଟନ୍‌,୧୧ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ୧ ନିୟୁତ ଡଲାର ମୂଲ୍ୟର ‘ଟ୍ରମ୍ପ୍‌ ଗୋଲ୍ଡ କାର୍ଡ’ ଲଞ୍ଚ୍‌ କରିଛନ୍ତି। ଏହି ଭିଜା କାର୍ଯ୍ୟକ୍ରମ ଆପ୍ରବାସୀଙ୍କୁ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri