ଭଲ ଖାଇବା, ଭଲ ଖୁଆଇବା

ଭଲ ଖାଇବା ଓ ଭଲ ଖୁଆଇବା’ ହିଁ ଗୋଟେ ସମ୍ବେଦନଶୀଳ, ଦାୟିତ୍ୱବାନ ସମାଜର ମୂଳ ଭିତ୍ତି। ବ୍ୟକ୍ତି, ଗୋଷ୍ଠୀ, ସମାଜ ଓ ପରିବେଶର ଦୀର୍ଘସ୍ଥାୟୀ ମଙ୍ଗଳକୁ ନିଶ୍ଚିତ କରିବାକୁ ହେଲେ ଭଲ ଖାଇବା ଓ ଭଲ ଖୁଆଇବା ବିଚାରକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସର୍ବପ୍ରଥମ ଦାୟିତ୍ୱ ଆସୁଛି ଉତ୍ପାଦକ ଗୋଷ୍ଠୀ ତଥା ଚାଷୀମାନଙ୍କର ଏବଂ ପରେ ପରେ ଖାଉଟିଙ୍କର। ଉଭୟ ସଚେତନ ହୋଇ ସେହି ଦିଗରେ କାର୍ଯ୍ୟ କଲେ ଭଲ ଖାଇବା ଓ ଭଲ ଖୁଆଇବା ନିଶ୍ଚିତ କରିବା ପାଇଁ ବିଳମ୍ବ ହେବ ନାହିଁ। ସୁସ୍ଥ ଜୀବନଯାପନ ପାଇଁ ଭଲ ଖାଦ୍ୟଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ। ତେଣୁ ଆଜିକାଲି ଖାଦ୍ୟକୁ ଔଷଧ ଭାବେ ପରିଗଣନା କରାଯାଉଛି।
ଏକ ଉନ୍ନତ ତଥା ବିକଶିତ ସମାଜ ଗଢ଼ିବା ପାଇଁ ସ୍ବାସ୍ଥ୍ୟ ଓ ପୁଷ୍ଟି ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିକାଲି ବିଶ୍ୱ ସ୍ତରରେ ବିକାଶର ପରିମାପକ ଭାବେ ବସ୍ତୁଗତ ବିକାଶ ଅପେକ୍ଷା ସ୍ବାସ୍ଥ୍ୟ ଓ ପୁଷ୍ଟିର ସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରି କି କେବଳ ଖାଦ୍ୟର ଉପଲବ୍ଧତା ଯେ ଖାଦ୍ୟ ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ, ତାହା ଅନ୍ତର୍ଜାତୀୟ ସ୍ତରୀୟ ଅନେକ ସର୍ବେକ୍ଷଣରେ ଭାରତ ପଛରେ ପଡ଼ିବା ଘଟଣାରୁ ସ୍ପଷ୍ଟ ହେଉଛି। ବିଶ୍ୱ ଖାଦ୍ୟ ସୂଚକାଙ୍କରେ ଭାରତ ପଛରେ ପଡ଼ିବା ଏକ ମୁଖ୍ୟ କାରଣ ହେଉଛି ଆମ ଜନସଂଖ୍ୟା ଏବଂ ଶିଶୁମାନଙ୍କ ମଧ୍ୟରେ ଥିବା ଅପପୁଷ୍ଟିର ପରିସ୍ଥିତି। ଏହି ଅପପୁଷ୍ଟି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଆମକୁ ଆମ ଖାଦ୍ୟର ଗୁଣବତ୍ତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
ଆମ ଶାରୀରିକ ଓ ମାନସିକ ସୁସ୍ଥତା ସର୍ବାଧିକ, ଯାହା ଉପରେ ନିର୍ଭରଶୀଳ, ତାହା ହେଉଛି ‘ନିରାପଦ ଖାଦ୍ୟ’। ଖାଦ୍ୟର ଭୂମିକା କେବଳ ପେଟ ଭରିବାରେ ସୀମିତ ନୁହେଁ। ଭଲ ତଥା ନିରାପଦ ଖାଦ୍ୟ ଆମକୁ ରୋଗରୁ ଦୂରେଇ ରଖିବା ସହିତ, ସ୍ବାସ୍ଥ୍ୟ ଓ ପୁଷ୍ଟି ସୁରକ୍ଷା ଏବଂ ମାନସିକ ଭାବେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ନିରାପଦ ଖାଦ୍ୟ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ। ନିରାପଦ ଖାଦ୍ୟ ମଣିଷ ତଥା ଜୀବଜନ୍ତୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହା ପରିବେଶ ତଥା ପ୍ରକୃତି ଲାଗି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
ଭଲ ଖାଇବା ଓ ଭଲ ଖୁଆଇବା ଚିନ୍ତାଧାରାକୁ ବ୍ୟାପକ ଭାବେ କାର୍ଯ୍ୟରେ ପରିଣତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏଥିପାଇଁ ଉତ୍ପାଦକ ସମୂହ ତଥା ଚାଷୀମାନଙ୍କୁ ଦେଶୀ ବିହନରେ ଚାଷ କରିବା ସହିତ ଚାଷରେ ରାସାୟନିକ ସାର ଓ ବିଷର ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବାକୁ ହେବ। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଜୈବ ପଦାର୍ଥ ସବୁକୁ ବିନିଯୋଗ କରି ଜୈବିକ ଖତ ସାର ପ୍ରସ୍ତୁତ କରି ଚାଷରେ ବ୍ୟବହାର କରିବା ଦ୍ୱାରା ଭଲ ଅମଳ ହେବା ସହିତ ମାଟି ଓ ପରିବେଶର ସୁରକ୍ଷା ହୋଇଥାଏ। ରାସାୟନିକ ସାର ଓ ବିଷ ଦ୍ୱାରା ଫସଲ ପ୍ରତ୍ୟକ୍ଷ ଭାବେ ବିଷାକ୍ତ ହେବା ସହିତ ଏହି ସବୁ ବିଷ ମାଟିରେ ବର୍ଷ ବର୍ଷ ଧରି ରହୁଥିବାରୁ ଫସଲକୁ ସେହି ବିଷ ଯାଇଥାଏ। ଏତେ ପରିଶ୍ରମ କରି ଚାଷ କରି ଟଙ୍କା ଖର୍ଚ୍ଚ କରି ବିଷ ଖାଇବାରେ ଓ ଅନ୍ୟମାନଙ୍କୁ ଖୁଆଇବାରେ କି ଲାଭ! ଜମିରେ ଏକକ ଫସଲ ନ କରି ମିଶ୍ରିତ ଚାଷ ଓ ବଦଳ ଫସଲ କରିବା ଦ୍ୱାରା ମୃତ୍ତିକାର ଉର୍ବରତା ରକ୍ଷା ହୋଇଥାଏ। ଫସଲରେ ବ୍ୟବହାର କରାଯାଉଥିବା କୀଟନାଶକ ଓ ତୃଣନାଶକର ପ୍ରଭାବରେ ଖାଦ୍ୟ ବିଷାକ୍ତ ହୋଇଯାଏ। ଏହା ମାଟି ଓ ପବନରେ ମଧ୍ୟ ବିଷ ଭରିଦେଇଥାଏ। ତେଣୁ ନିରାପଦ ଖାଦ୍ୟ ପାଇବା ପାଇଁ ଫସଲରେ ଜୈବିକ ଉପାୟରେ ରୋଗପୋକ ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ହେବ। ଏଥିପାଇଁ ଆମ ଚାଷୀମାନଙ୍କ ପାଖରେ ପାରମ୍ପରିକ ଭାବେ ଅନେକ ଉପାୟ ରହିଛି। ସେସବୁକୁ ପୁନର୍ବାର ଫେରେଇ ଆଣିବାକୁ ହେବ। ହାଇବ୍ରିଡ୍‌ ଓ ହାଇ-ୟିଲ ବିହନ ଅଧିକ ପରିମାଣରେ ରାସାୟନିକ ସାର ଓ ବିଷ ଦାବି କରିଥାଏ, ଯାହା ମାଟିର ଉର୍ବରତାକୁ ହ୍ରାସ କରିବା ସହିତ ଖାଦ୍ୟକୁ ବିଷାକ୍ତ କରିଥାଏ। ତେଣୁ ନିରାପଦ ଖାଦ୍ୟର ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଆମକୁ ଦେଶୀ ବିହନ ପାଖକୁ ଫେରିବାକୁ ପଡ଼ିବ। ଏହା ଦ୍ୱାରା ଚାଷୀମାନଙ୍କର ବଜାର ନିର୍ଭରଶୀଳତା କମ୍‌ ହେବା ସହିତ ଚାଷରେ ଖର୍ଚ୍ଚ ମଧ୍ୟ କମିବ। ଦେଶୀ ବିହନରୁ ଜୈବିକ ଉପାୟରେ ଉତ୍ପାଦିତ ହେଉଥିବା ଫସଲରେ ପୋଷକ ତତ୍ତ୍ୱ ଅଧିକ ଥାଏ ଏବଂ ଏହା ଅଧିକ ସ୍ବାଦଯୁକ୍ତ ମଧ୍ୟ ହୋଇଥାଏ। ସେଥିପାଇଁ ଆମକୁ ବିହନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହିତ ପାରମ୍ପରିକ ଭାବେ ବିହନ ଅଦଳବଦଳ ବ୍ୟବସ୍ଥାକୁ ପୁନର୍ବାର ଆରମ୍ଭ କରିବାକୁ ହେବ। ଜୈବିକ ଉପାୟରେ ନିରାପଦ ଖାଦ୍ୟ ଉତ୍ପାଦନକୁ ନିଶ୍ଚିତ କରିବା ପାଇଁ ଗୃହପାଳିତ ପଶୁ ସମ୍ପଦ ଯଥା ଗାଈ, ଛେଳି, ମେଣ୍ଢା ଆଦି ଘରେ ରଖିବାର ଅଭ୍ୟାସ ଆରମ୍ଭ କରିବା ଦରକାର।
ଭଲ ଖାଇବା ଓ ଭଲ ଖୁଆଇବା ବିଚାରକୁ ବ୍ୟାପକ କରିବା ନିମନ୍ତେ ଖାଉଟିମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଓ ଜୈବିକ ଉପାୟରେ ଉତ୍ପାଦିତ ହୋଇଥିବା ଖାଦ୍ୟକୁ ଅଧିକ ମହତ୍ତ୍ୱ ଦେବାର ଆବଶ୍ୟକତା ରହିଛି । ସଂପ୍ରତି ଫାଷ୍ଟଫୁଡ୍‌ ତଥା ପ୍ୟାକେଟ ଖାଦ୍ୟର ସଂସ୍କୃତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା ଖାଦ୍ୟ ନାମରେ ଆମେ ସ୍ବାସ୍ଥ୍ୟ ଅନୁପଯୋଗୀ ଜିନିଷ ଖାଇବା ସହିତ ଆମ ଉତ୍ପାଦକ ସମୂହ ତଥା ଚାଷୀମାନଙ୍କୁ ମଧ୍ୟ ନିରୁତ୍ସାହିତ କରୁଛନ୍ତି। ଏହା ଯଦି ଜାରି ରହେ, ତେବେ ଚାଷୀମାନେ ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ ହେବେ ଓ ଆସନ୍ତା କିଛିଦିନ ମଧ୍ୟରେ ଆମେ ଖାଦ୍ୟ ପାଇଁ ବଜାର ଉପରେ ନିର୍ଭରଶୀଳ ହୋଇଯିବା। ଏହା ଟଙ୍କା ଦେଇ ବିଷ କିଣି ଖାଇବା ପରି ହେବ । ତେଣୁ କେବଳ ଚାଷୀମାନେ ନୁହନ୍ତି ଭଲ ଖାଇବା ଓ ଭଲ ଖୁଆଇବା ପାଇଁ ଖାଉଟିମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି । ଖାଉଟିମାନେ ବୁଝିବା ଦରକାର ଯେ, ସେମାନେ ଖାଉଛନ୍ତି ସ୍ବାସ୍ଥ୍ୟ ଓ ପୁଷ୍ଟି ରକ୍ଷା ପାଇଁ। ତେଣୁ ବଜାରରେ ନିଜର ଖାଦ୍ୟ ଚୟନ କଲାବେଳେ ଖାଉଟିମାନେ ଯଦି ଭଲ ଖାଇବା ତଥା ସୁଖାଦ୍ୟ ଉପରେ ଗୁରୁତ୍ୱ ଦେବେ ତେବେ ଚାଷୀମାନେ ନିଶ୍ଚିତ ଭାବେ ନିରାପଦ ଖାଦ୍ୟ ଉତ୍ପାଦନ ପାଇଁ ତାଙ୍କ ଦେହରୁ ଝାଳ ବୁହାଇବେ। ଆଜି ସମୟ ଆସିଛି, ଭଲ ଖାଇବା ଓ ଭଲ ଖୁଆଇବା ସମସ୍ତଙ୍କ ପାଇଁ ଏକ ମନ୍ତ୍ର ଭଳି ହେବା ଉଚିତ। ଏଥିପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା ସହିତ ଆମକୁ ଖାଦ୍ୟ ଚୟନର ଅଭ୍ୟାସ ବଦଳେଇବାକୁ ପଡ଼ିବ।

ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri