ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ ନେତାଙ୍କ ଉପରେ କ୍ରମାଗତ ଭରସା କରି ଚାଲିଥିବା ଦେଖିବାକୁ ମିଳୁଛି। କେବଳ ୨୦୧୯ରେ ଏହି ପ୍ରୟୋଗ ସଫଳ ହୋଇଥିଲା। ଚଳିତ ନିର୍ବାଚନରେ ବିଜେଡି କୁଚିଣ୍ଡାରୁ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ କଂଗ୍ରେସର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ବିଜେଡିରେ ଯୋଗଦେବା ପରେ ଉପରଲିଖିତ ଚର୍ଚ୍ଚା ପୁଣି ଜୋର ଧରିଛି ।
ଦେଖିଲେ ୨୦୦୦ ମସିହା ପୁର୍ବରୁ ଏହି ସିଟ୍‌ କଂଗ୍ରେସର ଗଡ଼ ଭାବେ ପରିଗଣିତ ହେଉଥିଲା । ୨୦୦୦ରେ ବିଜେଡି-ଭାଜପା ମିଳିତ ଭାବେ ନିର୍ବାଚନ ଲଢ଼ିଥିବା ବେଳେ ଏହି ଆସନ ଭାଜପା ଅଧୀନରେ ରହିଥିଲା। ବିଜେଡି ସହଯୋଗରେ ଭାଜପା ପ୍ରାର୍ଥୀ ରବିନାରାୟଣ ନାଏକ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ଭାଜପା ସହିତ ମେଣ୍ଟ ଭାଙ୍ଗିବା କାରଣରୁ ବିଜେଡି ପ୍ରଥମ ଥର କୁଚିଣ୍ଡା ବିଧାନସଭାରେ ନିଜର ପ୍ରାର୍ଥୀ ଦେଇଥିଲା । ସେତେବେଳ ବିଜେଡିର ସଙ୍ଗଠନ କୁଚିଣ୍ଡାରେ ଆଦୌ ମଜଭୁତ ନ ଥିବା ବେଳେ ଆମଦାନୀ ନେତାଙ୍କ ଉପରେ ବିଶ୍ୱାସ ରଖି ଭାଜପା ନେତା ତଥା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କୁ ଦଳ ଟିକେଟ ଦେଇ ପ୍ରାର୍ଥୀ କରିଥିଲା। ସେହି ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ଦ୍ୱାରା ଏହାର ଫାଇଦା କଂଗ୍ରେସକୁ ଯାଇଥିଲା। କଂଗ୍ରେସର ରାଜେନ୍ଦ୍ର ଛତ୍ରିଆ ଭାଜପାର ରବିନାରାୟଣ ନାଏକଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ପୁଣି ଆମଦାନୀ ନେତାଙ୍କୁ ସୁଯୋଗ ଦେଇଥିଲା। ଭାଜପାର ସମିତିସଭ୍ୟ ଭୁବନେଶ୍ୱର କିଷାନଙ୍କୁ ବିଜେଡି ସେତେବେଳେ ଟିକେଟ ଦେଇଥିଲା। ସେହି ନିର୍ବାଚନରେ ଭାଜପା ପ୍ରାର୍ଥୀ ରବିନାରାୟଣ ବିଜେଡିର ଭୁବନେଶ୍ୱରଙ୍କୁ ପରାଜିତ କରିଥିଲେ ।
ସେତେବେଳେ କୁଚିଣ୍ଡାରେ ବିଜେଡି ସଙ୍ଗଠନ ଦୁର୍ବଳ ରହିଥିବା ବେଳେ ହଠାତ୍‌ ଭାଜପାରୁ ଆସି ବିଜେଡିରେ ଭୁବନେଶ୍ୱର କିଷାନ ଦଳୀୟ ସଂଗଠନ ସଜାଡ଼ିବାକୁ ସୁଯୋଗ ପାଇପାରି ନ ଥିଲେ। ତେବେ ସେ ପାଞ୍ଚବର୍ଷ ଧରି ସଙ୍ଗଠନ କରି ୨୦୧୯ରେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବେଳେ ଏହି ନିର୍ବାଚନରେ ବିଜେଡି ତା’ର ପୁରୁଣା ନୀତି ଦୋହରାଇଥିଲା। ଭାଜପାରୁ ଆମଦାନୀ ହୋଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ନାଏକଙ୍କୁ ବିଜେଡି ଟିକେଟ ଦେଇଥିଲା। ଫଳସ୍ବରୂପ, ବିଜେଡିର ବିଜୟ ହୋଇଥିଲା। କିଶୋର ବିଧାୟକ ହେବା ପରେ ଦଳୀୟ ସଙ୍ଗଠନ ମଜଭୁତ ହେବା ପରିବର୍ତ୍ତେ ଦଳର ପୁରୁଣା କର୍ମୀ ଓ ନେତାଙ୍କ ସହ ତାଙ୍କର ସମ୍ପର୍କ ସେତେଟା ମଧୁର ରହିପାରି ନ ଥିଲା । ପାଞ୍ଚ ବର୍ଷ ମଧ୍ୟରେ ବିଜେଡି ନେତାଙ୍କ ମଧ୍ୟରେ ନେତୃତ୍ୱ ନେବାକୁ ନେଇ ବଳ କଷାକଷି ଲାଗି ରହିଥିଲା। ଏହା ଭିତରେ ବିଜେଡିରେ କଂଗ୍ରେସରୁ ଆମଦାନୀ ହୋଇଥିବା ଶୋଭାରାମ ପଧାନଙ୍କୁ ଦଳ ସମ୍ବଲପୁର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦ ଦେବା ପରେ ସେ ବିଜେଡି ଟିକେଟ ପାଇଁ ଆଶାବାଦୀ ରହିଥିଲେ। ତାଙ୍କ ବ୍ୟତୀତ ଭୁବନେଶ୍ୱର କିଷାନ, ବାମରାରୁ ସଦାନନ୍ଦ କୁଜୁର ଏବଂ ସପ୍ତମ ଥର ଦଳ ପରିବର୍ତ୍ତନ କରି ପୁଣିଥରେ ବିଜେଡିରେ କିଛିଦିନ ପୂର୍ବରୁ ସାମିଲ ହୋଇଥିବା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଟିକେଟ ଦୌଡ଼ରେ ଅଛନ୍ତି। ବିଜେଡି ବାରମ୍ବାର ଆମଦାନୀ ହୋଇ ଆସିଥିବା ନେତାଙ୍କୁ କୁଚିଣ୍ଡାରୁ ଟିକେଟ ଦେଉଥିବାରୁ ଅନ୍ୟ ଦଳର ନେତାମାନେ ଟିକେଟ ଆଶାରେ ବିଜେଡିରେ ଯୋଗଦାନ କରିବା ଦ୍ୱାରା ଏବେ ବିଜେଡି ନେତାଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ବାଛିବା କଷ୍ଟକର ହୋଇପଡିଛି।
ଦଳର ବିଧାୟକ ରହିଥିବା ସତ୍ତ୍ୱେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି । ଇତିମଧ୍ୟରେ କୁଚିଣ୍ଡାର ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରିଆ ବିଜେଡିରେ ଯୋଗଦେବା ପରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ରାଜେନ୍ଦ୍ର କିଛିଦିନ ହେବ ବିଜେଡି ନେତାଙ୍କ ଯୋଗାଯୋଗରେ ରହିଥିବା ବେଳେ ଟିକେଟ ପ୍ରତିଶ୍ରୁତି ପାଇ ଦଳରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି ।
କୁଚିଣ୍ଡାରେ ବିଜେଡି ସବୁବେଳେ ଆମଦାନୀ ନେତାଙ୍କ ଉପରେ ଭରସା କରୁଥିବାରୁ ରାଜେନ୍ଦ୍ର ଟିକେଟ ପାଇବା ଅସମ୍ଭବ ଲାଗୁନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri