Odisha Elections 2024

ଘୁଷୁରି ପଲଙ୍କ ସହ ଶୈଶବ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୨ବର୍ଷର ଆଦିବାସୀ ବାଳକ ରାହୁଲ ସିଂ। ନିଜ ଘର ବାଲେଶ୍ୱର। ଘରର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ଜନ୍ମ କଲା ମା’ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର ଟେକି ଦେଇଥିଲେ। ସେଦିନଠାର ରାହୁଲ ସେହି ବ୍ୟକ୍ତିଙ୍କ ପାଖରେ ଦିନ କାଟୁଛନ୍ତି। ଅର୍ଥାତ୍‌ ସମ୍ପୃକ୍ତ ବ୍ୟକ୍ତି ଜଣେ ଘୁଷୁରି ପାଳନକାରୀ। ତାଙ୍କ ଘୁଷୁରିକୁ ଚରାଇ ନେବା ଦାୟିତ୍ୱ ରାହୁଲ ବୁଝୁଛନ୍ତି। ଯେଉଁ ବୟସରେ ପିଲାମାନେ ନିଜ ମା’ଙ୍କ ପଣତ ତଳେ ନିରାପଦରେ ରହି ସୁନେଲି ସ୍ବପ୍ନ ଦେଖିବା କଥା ସେହି ବୟସରେ ରାହୁଲଙ୍କ ଦିନ ବିତୁଛି ଗହୀରପାଟ ଘୁଷୁରି ପଲଙ୍କ ସହ। ଖରାତାତିକୁ ଖାତିର ନ କରି ରାହୁଲ ହାତରେ ପାଞ୍ଚଣ ଧରି ଘୁଷୁରି ଚରାଇବାରେ ଲାଗିଛନ୍ତି। ଏମିତି ଘୁଷୁରି ଚରାଉଥିବା ବେଳେ କେବେ କେବେ କାଳବୈଶାଖୀ ଆସେ। ବିଜୁଳି ଘଡ଼ଘଡ଼ି ମାରେ। ନିଛାଟିଆ ପଡ଼ିଆରେ ଥିବା ଗଛ ତଳେ ତାଙ୍କୁ ଆଶ୍ରୟ ନେବାକୁ ପଡ଼େ। ଏହି ସମୟରେ ତାଙ୍କର ମା’ କଥା ବହୁତ ମନେପଡ଼େ। ମନେ ମନେ ରାହୁଲ କୁହେ, ମା’ମୁଁ ତୋର କି ଦୋଷ କରିଥିଲି ମୋତେ ଏ ଦଣ୍ଡ ମିଳୁଛି।
ସୂଚନା ଅନୁଯାୟୀ,ବାଲେଶ୍ୱରର ଜଣେ ଘୁଷୁରି ପାଳନକାରୀ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ରହି ଘୁଷୁରି ଚାଷ କରୁଛନ୍ତି। ରାହୁଲଙ୍କ ମା’ ତାଙ୍କୁ କୁଆଡ଼େ ନିଜ ଦୁଃଖ ଜଣାଇଥିଲେ। ସେ ରାହୁଲଙ୍କ ମା’ଙ୍କୁ ୫୦ହଜାର ଟଙ୍କା ଦେଇ ପୁଅଙ୍କୁ ମହାକାଳପଡ଼ା ନେଇ ଆସିଥିଲେ।
ତାଙ୍କ ଆଶ୍ରାରେ ରାହୁଲ ଏବେ ଦିନ କାଟୁଛନ୍ତି। ରାହୁଲଙ୍କ ପରିବାର କହିଲେ ମା’ ରାଇମନି ସିଂ, ବାପା ବାବୁ ସିଂ ଓ ଅନ୍ୟ ୨ ଭାଇଭଉଣୀ ଅଛନ୍ତି ବୋଲି ସେ କହିଛନ୍ତି। ସବୁ ପିଲାଙ୍କ ପରି ରାହୁଲଙ୍କ ପାଠ ପଢ଼ିବାର ଆଗ୍ରହ ଅଛି। କିନ୍ତୁ ଘରର ପରିସ୍ଥିତି ମୋତେ ସଜେଇ ଦେଇଛି ଘୁଷୁରି ଚରାଳି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ କହିଛନ୍ତି, ଜିଲା ପ୍ରଶାସନ ରାହୁଲଙ୍କୁ ଉଦ୍ଧାର କରିବା ସହ ଆଦିବାସୀ ଆବାସିକ ବିଦ୍ୟାଳୟରେ ପାଠ ପଢାଇବାର ବ୍ୟବସ୍ଥା କରିବା ଉଚିତ। ବାଲେଶ୍ୱର ଜିଲାପାଳ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବାକୁ ଦାସ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri