ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି ବିଧାନସଭା ଆସନ। ଇତିମଧ୍ୟରେ ବିଜେଡି ପକ୍ଷରୁ ଢେଙ୍କାନାଳ ଜିଲାର ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ଢେଙ୍କାନାଳ ପାଇଁ ବିଧାୟକ ସୁଧୀର କୁମାର ସାମଲ, କାମାକ୍ଷାନଗରରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପରଜଙ୍ଗ ନିର୍ବାଚନମଣ୍ଡଳୀ ପାଇଁ ଦଳ ବିଧାୟକ ଡା. ନୃସିଂହ ଚରଣ ସାହୁଙ୍କ ନାମ ଘୋଷଣା କରିଛି। ହେଲେ ସଂରକ୍ଷିତ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଏଯାଏ ପ୍ରକାଶ କରିପାରି ନାହିଁ। ଏଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁ ନ ଥିବାରୁ ଏ କ୍ଷେତ୍ରରେ ବିଳମ୍ବ ହେଉଥିବା କୁହାଯାଉଛି।
ହିନ୍ଦୋଳ ନିର୍ବାଚନମଣ୍ଡଳୀରୁ ବିଧାୟିକା ସୀମାରାଣୀ ନାଏକ ୨ଥର ବିଜୟୀ ହୋଇଛନ୍ତି। ସେ ୨୦୧୪ରୁ ଲଗାତର ଜିତି ଆସୁଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ହେବାକୁ ଆଶାବାଦୀ ରହିଛନ୍ତି। ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ମହେଶ୍ୱର ନାଏକଙ୍କ ଝିଅ ନମିତା ନାଏକଙ୍କୁ ନେଇ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ହେଉଛି। ନମିତା ବିଜେଡି ରାଜ୍ୟ ମହିଳା ସଙ୍ଗଠନ କର୍ମକର୍ତ୍ତା ଥିବାରୁ ତାଙ୍କ ନାମକୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ଫଳରେ ଦଳୀୟ ସମର୍ଥକମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ସେହିପରି ପୂର୍ବତନ ବିଧାୟକ ତ୍ରିନାଥ ନାଏକଙ୍କ ପୁଅ ଅଶୋକ ନାଏକଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତ୍ରିନାଥ ୧୯୭୭, ୧୯୮୦ ଏବଂ ୧୯୯୦ରେ ଏହି ଆସନରୁ ବିଧାୟକ ନିର୍ବାଚିତ ହେବା ସହ ମନ୍ତ୍ରୀ ହୋଇଥିଲେ। ତେଣୁ ତାଙ୍କ ପୁଅ ଅଶୋକଙ୍କୁ ନେଇ ସମର୍ଥକମାନେ ଆଶାବାଦୀ ରହିଛନ୍ତି। ତେବେ ବିଜେଡି ଏଠାରୁ କୁହାକୁ ପ୍ରାର୍ଥୀ କରିବ ସେ ନେଇ ବିଚାର ବିମର୍ଶ ଚଳାଉଥିବା ବେଳେ ଦଳୀୟ ସମର୍ଥକଙ୍କ ମଧ୍ୟରେ ଏ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଓଲଟିଲା ଅଟୋ, ୧୮ ଆହତ

ଝରିଗାଁ,୧୨ା୫: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଘାଟିରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି...

କେନାଲ ହିଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ

ଦିଗପହଣ୍ଡି/ଚିକିଟି,୧୨ା୫(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମ ନିକଟ ରାସ୍ତା କଡ଼ କେନାଲ ହିଡ଼ରୁ ଜଣେ...

କଳାହାଣ୍ଡି: ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ଭବାନୀପାଟଣା,୧୨ା୫(ଉତ୍ତମ କୁମାର ଦାଶ): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ଲୋକ ସଭା କ୍ଷେତ୍ର ରହିଛି। ଶନିବାର...

ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଆଜି ଦୁଇ ଲୋକ ସଭା ଆସନରେ ମାଗିବେ ଭୋଟ

ଭୁବନେଶ୍ୱର,୧୨।୫: ପ୍ରଚାର ପାଇଁ ବଲାଙ୍ଗିର ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଥମେ କଳାହାଣ୍ଡି ଜିଲା ଉତ୍କେଲା...

ସ୍ବାମୀ ବିଜେଡିରେ, ଭାଜପାରେ ସ୍ତ୍ରୀଙ୍କ ପ୍ରଚାର

ମାଲାକନଗିରି, ୧୨ା୫(ଦୁର୍ଯ୍ୟୋଧନ ପାତ୍ର୍ର)ସ୍ବାମୀ ଓ ସ୍ତ୍ରୀ ଅଲଗା ଦଳରେ ସାମିଲ ହୋଇ ପ୍ରଚାର କରୁଥିବା ମାଲକାନଗିରି ପୌର ପରିଷଦରେ ଦେଖିବାକୁ ମିଳିଛି। ପୌର ପରିଷଦ ଅଧ୍ୟକ୍ଷ...

ଭାତହାଣ୍ଡି ଖାଲି କରିଦେଇଛି ବିଜେଡି: ମୋଦି

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)ପ୍ରକୃତି ସବୁକିଛି ଦେଇଛି। ଏଠାରେ ଅପାର ଧନସମ୍ପଦ, ପ୍ରାକୃତିକ ସମ୍ପଦ ଭରି ରହିଛି। ତଥାପି ବିଜେଡି ସରକାର ରାଜ୍ୟରେ ଦାରିଦ୍ର୍ୟକୁ ହଟାଇ ପାରିନାହିଁ ଏବଂ...

ବିଜେଡିର କାଉଣ୍ଟଡାଉନ୍‌ ଆରମ୍ଭ: ମୋଦି

ବଲାଙ୍ଗୀର, ୧୨ା୫(ବୀରେନ୍ଦ୍ର କୁମାର ଝାଙ୍କର)ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଜୁନ୍‌ ୪ ହେଉଛି ବିଜେଡିର ଏକ୍ସପାଏରୀ ଡେଟ୍‌। ଜୁନ୍‌ ୧୦ରେ ଓଡ଼ିଶା ମାଟିରେ...

ମାଗଣା ବିଜୁଳି ବିରୋଧୀଙ୍କୁ କରେଣ୍ଟ ମାରୁଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ସୁନ୍ଦରଗଡ ୧୨ା୫(ଅନିଲ ଦାସ/ଜୟନାରାୟଣ ମେଣ୍ଡୁଳି)ଜୁଲାଇ ମାସରୁ ଓଡ଼ିଶାର ଜନସାଧାରଣଙ୍କୁ ଆଉ ବିଜୁଳି ବିଲ୍‌ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri