Posted inଖେଳ

ଟି୨୦ ଟିମ୍‌କୁ କାହିଁକି ଫେରିଲେ ବିରାଟ? ରାଇନା କହିଲେ…

ଇନ୍ଦୋର,୧୪।୧: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୪ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଅନ୍ତିମ ଟି୨୦ ସିରିଜ ଖେଳିବ। ସିରିଜ ଲାଗି ଦୀର୍ଘ ୧୪ ମାସର ବ୍ୟବଧାନ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। ଉଭୟ ଖେଳାଳି ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜୟ ପରଠାରୁ ଦଳରୁ ବାଦ୍‌ ପଡ଼ିଥିଲେ। ଏହାପରେ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିଥିଲେ ହେଁ ପୁଣିଥରେ ଦୁହେଁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ଏମିତିରେ ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା କୋହଲି ଟି୨୦ ଟିମ୍‌କୁ କେଉଁ କାରଣରୁ ଫେରିଛନ୍ତି ତାହା କହିଛନ୍ତି।

ରାଇନା କହିଛନ୍ତି, କୋହଲି ଦଳରେ ଥିବା ଯୋଗୁ ୧୯ ମ୍ୟାଚ୍‌ରୁ ୧୭ରେ ବିଜେତା ହୋଇଛି। ଯେତେବେଳେ ଆପଣ ରନ୍‌ ଚେସ୍‌ କରନ୍ତି ସେତେବେଳେ ମୁଣ୍ଡରେ ହିସାବ ଚାଲୁଥାଏ, ଏଥିଲାଗି ଚେସ୍‌ ମାଷ୍ଟର ବିରାଟ କୋହଲିଙ୍କୁ ଦଳକୁ ଅଣାଯାଇଛି।

କୋହଲିଙ୍କୁ କ୍ରିକେଟଜଗତର କିଙ୍ଗ ଅଫ୍‌ ଚେସ୍‌ ନାମରେ ଜଣାଶୁଣା। ଦିନିକିଆ ଏବଂ ଟି୨୦ ଫର୍ମାଟରେ ଲକ୍ଷ୍ୟକୁ ସଫଳତାପୂର୍ବକ ପିଛା କରିବା ଲାଗି ତାଙ୍କ ପାଖରେ ଯୋଗ୍ୟତା ରହିଛି। ତାଙ୍କ ଉତ୍ତରାଧିକାରୀ ଏଯାଏ ଭାରତୀୟ ଟିମ୍‌କୁ ମିଳିନାହିଁ। ଏମିତିରେ କୋହଲିଙ୍କ ଟି୨୦ ବିଶ୍ୱକପ୍‌ରେ ଦଳରେ ରହିଲେ ଖେଳାଳିଙ୍କ ସହ ଭାରତୀୟ ପ୍ରଶଂସକଙ୍କୁ ଭିନ୍ନ ପ୍ରକାର ଆତ୍ମବିଶ୍ୱାସ ଦେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri