ଏଇ ଭାରତରେ

ବୃତ୍ତି ପାଇଁ ସଂଗ୍ରାମ କରିଛନ୍ତି ଆସାମର ଦିଗନ୍ତ ଦାସ। ବୃତ୍ତିକୁ ବି ସମ୍ମାନ ଦେଇଛନ୍ତି ଓ ସେହି ଆୟରେ ସେ ଆଗକୁ ବଢ଼ି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି। ଦିଗନ୍ତ ଏବେ ୪ଟି ସହରକୁ ଫ୍ରେସ୍‌ ପରଟା ଯୋଗାଇ ଦେଉଛନ୍ତି। ଏଭଳି ଖାଦ୍ୟ ବ୍ୟବସାୟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଦିଗନ୍ତ ଏଥିରେ ସଫଳ ହେବା ସହ ୨୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ପ୍ରତିଦିନ ୧,୫୦୦ରୁ ଅଧିକ ପରଟା ତାଙ୍କ ଟିମ୍‌ ମାଧ୍ୟମରେ ସୋନିତପୁର, ଲକ୍ଷିମପୁର, ଧିମାଜି ଓ ଦିବ୍ରୁଗଡ଼କୁ ପଠାଉଛନ୍ତି। ଦିଗନ୍ତଙ୍କ ବୟସ ଏବେ ୩୨। ଏହି ଯୁବ ଉଦ୍ୟୋଗୀ ପ୍ରଥମେ ଜଣେ ଖଣି ଶ୍ରମିକ ଥିଲେ। ପରେ ସୁରକ୍ଷା ଗାର୍ଡ ଭାବେ କାମ କରିଥିଲେ। ଏହି ସମୟରେ ସେ ଏଭଳି ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ ଓ ଏବେ ସେ ଏଥିରେ ସଫଳତା ପାଇପାରିଛନ୍ତି। ଦିଗନ୍ତ ଏହି କାର୍ଯ୍ୟ କୋଭିଡ୍‌ ମହାମାରୀ ପୂର୍ବରୁ ଆରମ୍ଭ କରିଥିଲେ ମଧ୍ୟ ମହାମାରୀ ସମୟରେ ବହୁ ଆହ୍ବାନର ସମ୍ମୁଖୀନ ହୋଇଥିଲେ। ପରେ ପୁଣି ନିଜ କାର୍ଯ୍ୟକୁ ବଢ଼ାଇ ଏବେ ୪ଟି ସହରକୁ ତାଙ୍କ ପରଟା ଯୋଗାଉଛନ୍ତି ଓ ଆଗକୁ ଏହାକୁ ଅନ୍ୟ ସବୁ ସହରକୁ ସମ୍ପ୍ରସାରିତ କରିବେ ବୋଲି କହନ୍ତି ଦିଗନ୍ତ। ସେ ଏହି ଖାଦ୍ୟ ବ୍ୟବସାୟ ‘ଡେଲି ଫ୍ରେସ୍‌ ଫୁଡ୍‌’ ୟୁନିଟ୍‌ ମାଧ୍ୟମରେ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri