Odisha Elections 2024

ଏସ୍‌ବିଆଇ ଟ୍ରାଞ୍ଜିଟ୍‌ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୯ା୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏସ୍‌ବିଆଇ ଟ୍ରାଞ୍ଜିଟ୍‌ କାର୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ୍‌ ଫିନଟେକ୍‌ ଫେଷ୍ଟ-୨୦୨୩ ଅବସରରେ ଦେଶର ପ୍ରଥମ ଟ୍ରାଞ୍ଜିଟ୍‌ କାର୍ଡର ଉନ୍ମୋଚନ କରାଯାଇଥିଲା। ଏପରିକି ଏହି କାର୍ଡ ଏକ ରୂପେ ନ୍ୟାସନାଲ୍‌ କମନ ମୋବିଲିଟି କାର୍ଡ (ଏନ୍‌ସିଏମ୍‌ସି) ପ୍ରିପେଡ୍‌ କାର୍ଡ ଭଳି କାର୍ଯ୍ୟ କରିବ। ଯାହା ଗ୍ରାହକମାନଙ୍କ ଯାତାୟାତ ଅନୁଭୂତିକୁ ନିରବଚ୍ଛିନ୍ନ କରିବା ସହିତ ସେଥିରେ ଉନ୍ନତି ଆଣିବ ଏବଂ ଗୋଟିଏ କାର୍ଡ ଜରିଆରେ ମେଟ୍ରୋ, ବସ୍‌, ଜଳପଥରେ ଗମନାଗମନ, ପାର୍କିଂ ଆଦିରେ ସହଜ ଡିଜିଟାଲ୍‌ ପେମେଣ୍ଟକୁ ଏହା ସୁନିଶ୍ଚିତ କରିବ। ଏହି କାର୍ଡକୁ ରିଟେଲ୍‌ ଓ ଇ-କମର୍ସ ପେମେଣ୍ଟ ପାଇଁ ବ୍ୟବହାର କରାଯାଇପାରିବ। ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି, ଗ୍ରାହକମାନଙ୍କ ଦୈନନ୍ଦିନ ଜୀବନ ଓ ବ୍ୟାଙ୍କିଙ୍ଗ୍‌କୁ ସହଜ କରିବା ଲାଗି ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ। ଏପରିକି ରୂପେ ଓ ଏନ୍‌ସିଏମ୍‌ସି ପ୍ରଯୁକ୍ତି ସହିତ ଦେଶର ପ୍ରଥମ ଟ୍ରାଞ୍ଜିଟ୍‌ କାର୍ଡର ଯାତାୟାତ ଅନୁଭୂତିରେ ବିପ୍ଳବ ଆଣିବ ଏବଂ ଗୋଟିଏ ଦେଶ ଗୋଟିଏ କାର୍ଡ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଛି। ସେହିଭଳି ଆମେ ଗର୍ବର ସହିତ ଏକ କାର୍ଡ ଉପସ୍ଥାପନ କରୁଛୁ, ଯାହା ଆମ ଗ୍ରାହକମାନଙ୍କ ଜୀବନକୁ ସହଜ କରିବ ଏବଂ ଆମ ଦେଶର ଅଭିବୃଦ୍ଧିରେ ଯୋଗଦାନ ପ୍ରଦାନ କରିବ। ନବସୃଜନ ଓ ଗ୍ରାହକ କୈନ୍ଦ୍ରୀକତା ଉପରେ ନିରନ୍ତର ଓ ନିରବଚ୍ଛିନ୍ନ ଗୁରୁତ୍ୱ ପ୍ରଦାନ କରି ଏସ୍‌ବିଆଇ ୨୦୧୯ରେ ଯାତାୟାତ ଅପରେଟରମାନଙ୍କ ସହିତ ଏନ୍‌ସିଏମ୍‌ସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା।
ଏହି ଏନ୍‌ସିଏମ୍‌ସି କାର୍ଯ୍ୟକ୍ରମର ଅଂଶ ଭାବେ ଏସ୍‌ବିଆଇ ପକ୍ଷରୁ ସଫଳତାର ସହ ନାଗପୁର ମେଟ୍ରୋ, ନୋଏଡା ମେଟ୍ରୋ, ଏମ୍‌ଏମ୍‌ଆଡିଏ ମେଟ୍ରୋ ଲାଇନ୍‌ ୨ଏ ଓ ୭, କାନପୁର ମେଟ୍ରୋ ଓ ଚେନ୍ନାଇ ମେଟ୍ରୋରେ ସିଟି୧କାର୍ଡ, ନାଗପୁର ମେଟ୍ରୋ ମହାକାର୍ଡ, ମୁମ୍ବାଇ୧ କାର୍ଡ, ଗୋ-ସ୍ମାର୍ଟ କାର୍ଡ ଓ ସିଙ୍ଗାରା ଚେନ୍ନାଇ କାର୍ଡର ଶୁଭାରମ୍ଭ କରାଯାଇଥିଲା। ଏମ୍‌ଏମ୍‌ଆର୍‌ସି ମେଟ୍ରୋ ଲାଇନ୍‌-୩ ଓ ଆଗ୍ରା ମେଟ୍ରୋରେ ଏସବିଆଇ ପକ୍ଷରୁ ଏନ୍‌ସିଏମ୍‌ସିଭିତ୍ତିକ ଟିକେଟ୍‌ ସମାଧାନକୁ କାର୍ଯ୍ୟକାରୀ କରାଯାଉଛି, ଯାହା ସର୍ବସାଧାରଣଙ୍କ ପାଇଁ ଖୁବଶୀଘ୍ର ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri