୬ ପଞ୍ଚାୟତ ହିତାଧିକାରୀଙ୍କ ଗୋଟିଏ ମାସର ଚାଉଳ ଗାଏବ

ନବରଙ୍ଗପୁର,୨୯।୬(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଲମ୍ବିବାରେ ଲାଗିଛି ସାଧାରଣ ବଣ୍ଟନ ଚାଉଳ ଦୁର୍ନୀତି ଚେର। ପୂର୍ବରୁ ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଅମଲାଭଟ୍ଟା ପଞ୍ଚାୟତରେ ୧୫୦୪ ଗରିବ ହିତାଧିକାରୀଙ୍କ ୮୬୩ କୁଇଣ୍ଟାଲ ଚାଉଳ ହଡ଼ପ ହୋଇଥିବା ଲୋକ ଲୋଚନକୁ ଆସିଥିବା ବେଳେ ବର୍ତମାନ ମଧ୍ୟ ଉକ୍ତ ବ୍ଲକର ୬ଟି ପଞ୍ଚାୟତର ହଜାର ହଜାର ହିତାଧିକାରୀଙ୍କ ଗୋଟିଏ ମାସର ମାଗଣା ଚାଉଳ ଘୋଟଲା ହୋଇଥବା ଦେଖିବାକୁ ମିଳିଛି । ଚାଉଳ ବାଣ୍ଟିବାର ଦାୟିତ୍ୱରେ ଥିବା ଅଧିକାରୀମାନେ ମିଳିମିଶି ବାଣ୍ଟିକୁଣ୍ଟି ଖାଇଥିବା ଅଭିଯୋଗ ଆସିଛି। ଯାହାକୁ ନେଇ ହିତାଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଚାଉଳ ପ୍ରଦାନ କରିବାକୁ ଦାବି କରିଛନ୍ତି। ଯୋଗାଣ ବିଭାଗ ଏହାର ତଦନ୍ତ କରିବାକୁ ସମ୍ପୃକ୍ତ ବ୍ଲକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରାଥମିକ ତଦନ୍ତରୁ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ୬ଟି ପଞ୍ଚାୟତ ପିଇଓ ଏବଂ ଯୋଗାଣ ସହାୟକଙ୍କ ଦରମା ବନ୍ଦ କରାଯାଇଛି। ତଦାରଖରେ ଅବହେଳା ଯୋଗୁ ଯୋଗାଣ ନିରୀକ୍ଷକଙ୍କ ଦରମା ମଧ୍ୟ ବନ୍ଦ କରି ତୁରନ୍ତ ଗରିବ ହିତାଧିକାରୀଙ୍କ ଚାଉଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ଲକ ଅଧୀନ ପୂଜାରୀଗୁଡା ପଞ୍ଚାୟତ ଖୁଣ୍ଟିପଦର ଗ୍ରାମର ହିତାଧିକାରୀ ସରକାର ଦେଇଥିବା ଏପ୍ରିଲ, ମେ ଓ ଜୁନ ମାସର ଫ୍ରି ଚାଉଳ ପାଇଁ ପଞ୍ଚାୟତକୁ ଯାଇ କେବଳ ୨ମାସର ଚାଉଳ ନେଇ ଫେରିଛନ୍ତି। ଗୋଟିଏ ମାସର ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଅଧିକାରୀ ଦେଇନଥିବା ଅଭିଯୋଗ ହୋଇଛି। ଉକ୍ତ ଚାଉଳ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ିଲେ ମଧ୍ୟ ସେମାନଙ୍କ ପାଇଁ ଚାଉଳ ଆସିଲେ ଦିଆଯିବ ବୋଲି ଅଧିକାରୀମାନେ କହୁଥିବା ହିତାଧିକାରୀ ଜଣାଇଛନ୍ତି। ଉକ୍ତ ପଞ୍ଚାୟତରେ ୧୯୭୦ ହିତାଧିକାରୀ ଜୁନ୍‌ ମାସର ଚାଉଳ ପାଇ ନ ଥିବା ଖୁଣ୍ଟିପଦର ଗାଁର ସୁବାସ ହରିଜନ, ଅନଶ ସାନ୍ତା କହିଛନ୍ତି। ତେନ୍ତୁଳୀଖୁଣ୍ଟି ବ୍ଲକ କମତା ପଞ୍ଚାୟତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ନିଜର ହକ ଚାଉଳ ପାଇଁ ବାରମ୍ବାର କାର୍ଯ୍ୟାଳୟ କୁ ଦୌଡୁଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ଏହି କାମତା ପଞ୍ଚାୟତରେ ୧୧୫୯ ହିତାଧିକାରୀ ରହିଥିବା ବେଳେ କାହାକୁ ଜୁନ ମାସର ଚାଉଳ ଦିଆଯାଇନାହିଁ ତ, କାହାର ରାସନ କାର୍ଡରେ ୩ ମାସର ଚାଉଳ ନ ଦେଇ ମଧ୍ୟ ଏଣ୍ଟ୍ରି କରି ଚାଉଳ ହଡପ କରାଯାଇଥିବା ଅଭିଯୋଗ ଆସିଛି। ସେହିଭଳି କେତେଜଣ ହିତାଧିକାରୀଙ୍କ ଗୋଟିଏ କିଲୋ ଲେଖାଏ ଚାଉଳ କାଟି ଦିଆଯାଇଛି। ରାସନ କାର୍ଡକୁ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ନେଇ ଆଉ ଫେରାଉନଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କାମତା ପଞ୍ଚାୟତର ଡାଳିମ୍ବ ଗୌଡ଼, ରଶ୍ମିତା ବାଘ। ଅଞ୍ଚଳଗୁମ୍ମା, ଦିଗୀ କଂଗ୍ରା ଓ କଣ୍ଟାଗାଁ ପଞ୍ଚାୟତରେ ଅନେକ ହିତାଧିକାରୀଙ୍କୁ ଗୋଟିଏ ମାସର ଚାଉଳ ମିଳିନାହିଁ। ତୁରନ୍ତ ଚାଉଳ ଦେବାକୁ ହିତାଧିକାରୀ ରାଧାମଣି ବିଷୋୟୀ, ଅଞ୍ଚଳଗୁମ୍ମା ୱାର୍ଡସଭ୍ୟ ଦୁଲ୍ଲଭ ଯାନୀ ଦାବି କରିଛନ୍ତି।
ମେସିନ ଯୋଗୁ ଏହି ଚାଉଳ ଦୁର୍ନୀତି ପଦାକୁ ଆସିଛି। ତେନ୍ତୁଳିଖୁଣ୍ଟି ବ୍ଲକ ଯୋଗାଣ ନିରୀକ୍ଷକ ରୋହିତ ମାଝି ଓ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ହିତାଧିକାରୀଙ୍କୁ ଚାଉଳ ନ ଦେଇ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ପିଓଏସ୍‌ ମେସିନ ଅନୁଯାୟୀ ଚାଉଳ ଷ୍ଟକ ଥିବାବେଳେ ଗଦାମରେ ଚାଉଳ ନ ଥିବା ଦେଖିବାକୁ ମିଳିଛି। ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ମାସ ପାଇଁ ଉକ୍ତ ପଞ୍ଚାୟତରେ ଯେତିକି ପରିମାଣର ଚାଉଳ ଆସିଥିଲା ଏପ୍ରିଲ, ମେ ଓ ଜୁନ ମାସ ପାଇଁ ମଧ୍ୟ ସମାନ ପରିମାଣର ଆଲଟମେଣ୍ଟ କରିଛନ୍ତି। କିନ୍ତୁ, ପିଓଏସ୍‌ ମେସିନରେ ଚାଉଳ ଷ୍ଟକ ଥିବାରୁ ଆଲାଟମେଣ୍ଟ ହୋଇଥିବା ଚାଉଳର ସମାନ ପରିମାଣ ଉଠାଇ ନ ପାରି କମ ଚାଉଳ ଉଠାଇଥିଲେ। ଚାଉଳ ସଟେଜ୍‌ ହେବାରୁ ଏହି ଦୁର୍ନୀତି ସାମ୍ନାକୁ ଆସିଛି। ଅନ୍ୟପଟେ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀମାନେ କେଉଁଠି ୨ ମାସର ଚାଉଳ ଦେଇ ଆଉ ଗୋଟିଏ ମାସର ଚାଉଳ ଆସି ନ ଥିବା କହିଛନ୍ତି ତ ଅନ୍ୟ କେଉଁଠି ଚାଉଳ ନ ଦେଇ ମଧ୍ୟ କାର୍ଡରେ ଏଣ୍ଟ୍ରି କରିଥିବା ଦେଖିବାକୁ ମିଳିଛି। ଯାହାକୁ ଯୋଗାଣ ନିରୀକ୍ଷକ ରୋହିତ ମାଝି ସ୍ବୀକାର ମଧ୍ୟ କରିଛନ୍ତି। ଆନୁମାନିକ ହିସାବ କଲେ ୬ ପଞ୍ଚାୟତର ୯୯୮୧ ଜଣ ହିତାଧିକାରୀଙ୍କ ୬୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚାଉଳ ଘୋଟଲା ହୋଇଥିବା ଅଭିଯୋଗ ଆସିଛି। ନବରଙ୍ଗପୁର ଜିଲା ପ୍ରଶାସନ ଘଟଣାର ଏହାର ପ୍ରାଥମିକ ତଦନ୍ତ କରି ୫ ପଞ୍ଚାୟତ ପିଇଓ ଓ ଯୋଗାଣ ସହାୟକଙ୍କ ଦରମା ବନ୍ଦ କରିଛି। ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଏସଚଜିର ତଦନ୍ତ କରିବାକୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ତଦାରଖ କରି ନ ଥିବାରୁ ତେନ୍ତୁଳିଖୁଣ୍ଟି ବ୍ଲକ ଯୋଗାଣ ନିରୀକ୍ଷକ ରୋହିତ ମାଝିଙ୍କ ଦରମା ବନ୍ଦ କରାଯାଇଥିବା ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri