ନିଯୁକ୍ତି ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ

ଡ. ସନ୍ତୋଷ କୁମାର ମହାପାତ୍ର

 

କରୋନା ମହାମାରୀ ସମୟରେ ‘ଆତ୍ମନିର୍ଭର ଭାରତ’ ସ୍ଲୋଗାନ ଦିଆଯାଇଥିଲା। ସେହିପରି ସ୍ବାବଲମ୍ବୀ ଓଡ଼ିଶା ବା ଆତ୍ମନିର୍ଭର ଓଡ଼ିଶା କଥା କୁହାଯାଉଛି। କିନ୍ତୁ ଚିନ୍ତାର ବିଷୟ ହେଉଛି ‘ଆତ୍ମ ନିର୍ଭର ଭାରତ’ କେବଳ ସ୍ଲୋଗାନରେ ରହିଯାଇଛି। କିନ୍ତୁ ବର୍ତ୍ତମାନ, ‘ଆତ୍ମନିର୍ଭର ବା ସ୍ବାବଲମ୍ବନ କଥା କହି ସଂଗଠିତ କ୍ଷେତ୍ରରେ ନିଯୁକ୍ତି ବା ଚାକିରି ସୃଷ୍ଟି କରିବାରେ ସରକାରଙ୍କ ବିଫଳତାକୁ ଘୋଡ଼ାଇବାକୁ ପ୍ରୟାସ କରାଯାଉଛି। ଏପରି କି ଶାସକ ଶ୍ରେଣୀ ପରୋକ୍ଷରେ ସନ୍ଦେଶ ଦେବାକୁ ଚାହାନ୍ତି ଯେ ଶିକ୍ଷିତ ବେକାରିଙ୍କ ପାଇଁ ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ଦାୟିତ୍ୱ ନୁହେଁ। ଶାସକ ଶ୍ରେଣୀ ତଥା କିଛି କିଣା ବୁଦ୍ଧିଜୀବୀଙ୍କ ତରଫରୁ କୁହାଯାଉଛି ଯେ ଜଣେ ଚାକିରି ପଛରେ ନ ଦୌଡ଼ି ନିଜେ ଔଦ୍ୟୋଗତାକୁ ଆଦରି ନେଇ ଚାକିରି ସୃଷ୍ଟି କରିବା ଉଚିତ।
ଏହାକୁ ଉପରକୁ ଶୁଣିବାକୁ ଭଲ ଲାଗୁଛି। କିନ୍ତୁ ବାସ୍ତବରେ ଜଣେ ସାଧାରଣ ଲୋକ ପାଇଁ ଉଦ୍ୟୋଗୀ ହେବା ଏତେ ସହଜ ନୁହେଁ। ଯଦି ସହଜ, ତେବେ ଛୋଟ, ବଡ଼ ଅନେକ ଘରୋଇ ଓ ସରକାରୀ ସଂସ୍ଥା, ବ୍ୟବସାୟିକ ସଂସ୍ଥା, କ୍ଷୁଦ୍ର ଉଦ୍ୟୋଗ, ଶିଳ୍ପ ରୁଗ୍ଣ କାହିଁକି ହେଉଛି ବା ବନ୍ଦ ହେଉଛି। କାହିଁକି ପୁଣି ଚାଲୁ କରାଯାଇପାରୁ ନାହିଁ। ତାହାର ମୂଳ କାରଣ ସେହି ସବୁ ସଂସ୍ଥା ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଓ ସେବାର ଚାହିଦା ବା କ୍ରେତାର ଅଭାବ। ଚାହିଦା ବା କ୍ରେତାର ଅଭାବର କାରଣ ହେଲା ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇବା। କ୍ରୟଶକ୍ତି ହ୍ରାସ ପାଇବାର ଏକ କାରଣ ହେଲା ନିଯୁକ୍ତି ସଂକୋଚନ ହେବା, ଛଟେଇ ବୃଦ୍ଧି ପାଇବା, ଲୋକଙ୍କ ହାତକୁ କାମ ନ ମିଳିବା। ଅନ୍ୟ ଏକ କାରଣ ହେଲା ନିର୍ଦ୍ଦିଷ୍ଟ ଦ୍ରବ୍ୟ ଓ ସେବା ବିକିବାକୁ ଆବଶ୍ୟକଠାରୁ ବେଶି ବିକ୍ରେତା ଅଛନ୍ତି। ମନେକର ଜଣେ ପକୁଡ଼ି, ବରା ଗୋଟିଏ ଜାଗାରେ ବିକୁଛି। ତାହାର ୫୦ ଜଣ ଗ୍ରାହକ ଅଛନ୍ତି। ସେ ମାସକୁ ୨୦ ହଜାର ଟଙ୍କା ଲାଭ କରୁଛି।
ଆତ୍ମନିର୍ଭର ହେବା ନାଁରେ ସେଠି ଆଉ ୫ ଜଣ ଶିକ୍ଷିତ ଯୁବତୀଯୁବକ ବା ଅନ୍ୟ ଲୋକ ପକୁଡ଼ି ବରା ବିକିଲେ। ଯଦି ଗ୍ରାହକ ସଂଖ୍ୟା ନ ବଢ଼ିଲା, ତେବେ ସମସ୍ତଙ୍କର ବିକ୍ରି କମ୍‌ ହେବ ଏବଂ କ୍ଷତି ସହିବେ। ଆମ ଘର ପାଖରେ ଆମେ ନିଜେ ଦେଖିଛୁ ଯେ କ୍ରେତା ଅଭାବରୁ କିପରି ଅନେକ ଦୋକାନୀ ତାଙ୍କ ବ୍ୟବସାୟ କାରବାର ବନ୍ଦ କରିଛନ୍ତି।
ପୁନଶ୍ଚ ଅନେକ ସମୟରେ ଗୋଟିଏ ସଂସ୍ଥା ଅନ୍ୟକୁ ଦୁର୍ବଳ କରି ଉଠିଥାଏ। ସାମଗ୍ରିକ ଭାବେ ଉତ୍ପାଦନ ଓ ନିଯୁକ୍ତି ବୃଦ୍ଧି ପାଏନା। ଗୋଟିଏ ସଂସ୍ଥାରେ ଯେତିକି ଉତ୍ପାଦନ ଓ ନିଯୁକ୍ତି ବୃଦ୍ଧିପାଏ, ଅନ୍ୟ କେଉଁଠି ସେତିକି ହ୍ରାସ ପାଇଥାଏ। ଅନେକେ କହନ୍ତି ଯେ ଅମକ ଘରୋଇ ସଂସ୍ଥା ଏତେ ଉତ୍ପାଦନ କରିଛି ଏବଂ ଏତେମାତ୍ରରେ ନିଯୁକ୍ତି ସୃଷ୍ଟି କରିଛି। କିନ୍ତୁ ସତ୍ୟ ହେଉଛି, ଯେତିକି ଉତ୍ପାଦନ ଓ ନିଯୁକ୍ତି ସେହି ସଂସ୍ଥା ନୂତନ ଭାବେ ସୃଷ୍ଟି କରିଛି, ଅନୁରୂପ ଭାବେ ଅନ୍ୟ କେଉଁଠି ସମ ପରିମାଣରେ ବା କମ୍‌ ବା ବେଶି ଉତ୍ପାଦନ ଓ ନିଯୁକ୍ତି ସଙ୍କୋଚନ ହୋଇଥିବ। ଆଉ କୌଣସି ଶିଳ୍ପ ଦୁର୍ବଳ ବା ରୁଗ୍‌ଣ ହୋଇଥିବ, ଏପରି କି ବନ୍ଦ ହୋଇଥିବ।
ଅନେକ ସମୟରେ କୌଣସି ସଂସ୍ଥା ବନ୍ଦ ହୋଇଯିବାର ଏକ କାରଣ ହେଲା ଯେ ସମୟ ଅନୁସାରେ ସେହି ସଂସ୍ଥା ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଅନାବଶ୍ୟକ ହୋଇପଡ଼ିବା ବା ତାହାଠାରୁ ଆଉ ଏକ ଉନ୍ନତ ମାନର ଦ୍ରବ୍ୟ ବା ସେବା ଉପଲବ୍ଧ ହେବା। ଏକଦା କୋଡାକ ରିଲ୍‌ର ଚାହିଦା ବିଶ୍ୱବ୍ୟାପୀ ଥିଲା। ଡିଜିଟାଲ କ୍ୟାମେରା, ମୋବାଇଲ ଆସିବା ପରେ ବର୍ତ୍ତମାନ ଏହାର କୌଣସି ସ୍ଥିତି ନାହିଁ। କାଇନେଟିକ୍‌ ହୋଣ୍ଡାର ଚାହିଦା ଏପରିଥିଲା ଯେ ଏହା ସହଜରେ ମିଳୁ ନ ଥିଲା, କିନ୍ତୁ ବର୍ତ୍ତମାନ ବିଲୁପ୍ତ। ବଜାଜ୍‌ ସ୍କୁଟର ଆଗରୁ ବୁକ୍‌ କରିବାକୁ ପଡ଼ୁଥିଲା, କିନ୍ତୁ ବର୍ତ୍ତମାନ ଆଉ ଦେଖିବାକୁ ମିଳୁନି।
ସମସ୍ତେ ଭଲ ବ୍ୟବସାୟ, ବାଣିଜ୍ୟ କରିପାରିବେ ନାହିଁ କି ଭଲ ଉଦ୍ୟୋଗୀ ହୋଇପାରିବେ ନାହିଁ। ସଫଳ ଉଦ୍ୟୋଗୀ ହେବାପାଇଁ ଶାସକ ଶ୍ରେଣୀର ରାଜନୈତିକ ନେତା, ପ୍ରଶାସକଙ୍କ ସମର୍ଥନ ମଧ୍ୟ ଆବଶ୍ୟକ। ଏଥିରେ ମଧ୍ୟ ଅନିଶ୍ଚିତତା ଏବଂ ଟେନ୍‌ସନ ରହିଛି। ”ଜୋର ଯା’ର ମୂଳକ ତା’ର“ନୀତି ବେଶି କାର୍ଯ୍ୟ କରିଥାଏ। ଏପରି କି ଏଥିରେ ମାନିପୁଲେସନ ଆବଶ୍ୟକ। ସମସ୍ତେ ମାନିପୁଲେସନ କରିପାରିବେ ନାହିଁ। ବହୁତ କମ ଲୋକ ଅଛନ୍ତି ଯେଉଁମାନେ ସତ୍‌ ଉପାୟରେ ସଫଳ ଶିଳ୍ପପତି ବା ବ୍ୟବସାୟୀ ହୋଇଛନ୍ତି। ଅନେକ ଅତିକମରେ ଟିକସ ଫାଙ୍କିଥାନ୍ତି। ଏହାର ଅର୍ଥ ନୁହେଁ, ଜଣେ ଭଲ ଉଦ୍ୟୋଗୀ ବା ଶିଳ୍ପପତି ବା ବ୍ୟବସାୟୀ ହେବାପାଇଁ ଚେଷ୍ଟା ନ କରୁ, କିନ୍ତୁ ଏସବୁ ସଂଗଠିତ କ୍ଷେତ୍ରରେ ସରକାର ନିଯୁକ୍ତି ସୃଷ୍ଟି କରିବାର ବିକଳ୍ପ ନୁହେଁ। ପୁନଶ୍ଚ ଜଣେ ପାଠ ପଢ଼ିଲା ବେଳେ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିଥାଏ। ସେଥିରୁ ଭଲ ଚାକିରି କରିବା ଅନ୍ୟତମ। ଚାକିରି ସୃଷ୍ଟି ନ ହେଲେ ଯୁବ ସମାଜ ପଥଭ୍ରଷ୍ଟ ହେବ ଓ ସାମାଜିକ ଅସ୍ଥିରତା ବୃଦ୍ଧିପାଇବ।
ପୁନଶ୍ଚ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି କରିବାକୁ ହେଲେ ପ୍ରଥମେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ଆବଶ୍ୟକ। ଜଣେ ଚାକିରି କଲେ ଗୋଟିଏ ଟିଭି, ଗାଡ଼ି, ଘର ତଥା ବିଭିନ୍ନ ଦ୍ରବ୍ୟ ଓ ସେବା କିଣିପାରେ। ଡ୍ରାଇଭର, ଘର କାର୍ଯ୍ୟ ପାଇଁ ମହିଳା ନିଯୁକ୍ତି ଦେଇପାରେ। ବିଭିନ୍ନ ଜିନିଷ ବେଶିମାତ୍ରାରେ କିଣିପାରେ। ଏଣୁ କ୍ରେତା ବୃଦ୍ଧି ପାଇଁ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ଆବଶ୍ୟକ। ଏଣୁ ଆତ୍ମ ନିର୍ଭର କଥା କହି ସରକାର, କମ୍ପାନୀମାନେ ଅଧିକ ନିଯୁକ୍ତି ବା ଚାକିରି ସୃଷ୍ଟି କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ମୁକ୍ତ ବୋଲି ଭାବିବା ଅନୁଚିତ। ଏକଥା ସତ୍ୟ ସମସ୍ତଙ୍କୁ ଚାକିରି ଯୋଗାଇ ଦେଇହେବ ନାହିଁ, କିନ୍ତୁ ନିଯୁକ୍ତି ବୃଦ୍ଧି ପରିବର୍ତ୍ତେ କିପରି ହ୍ରାସ କରାଯାଉଛି।
ପୁନଶ୍ଚ ବ୍ୟବସାୟ, ଉଦ୍ୟୋଗତାକୁ ଆଦରି ନେଇ ସଫଳ ହେବା ପାଇଁ ଭିନ୍ନ ଦକ୍ଷତା ଆବଶ୍ୟକ। ଯଦି ଆତ୍ମନିର୍ଭର ହେବାପାଇଁ ସୁଯୋଗ ଥା’ନ୍ତା, ତେବେ ଅଳ୍ପ କିଛି ଅର୍ଥ ପାଇଁ ଆଜି ଯୁବତୀଯୁବକ ରାଜନେତାଙ୍କ ହାତବାରିସ ହୁଅନ୍ତେ ନାହିଁ କି ସାମାଜିକ ଗଣମାଧ୍ୟମରେ ସମାଲୋଚକ, ବୁଦ୍ଧିଜୀବୀଙ୍କ ବିରୁଦ୍ଧରେ ଘୃଣା ସୃଷ୍ଟି କରନ୍ତେ ନାହିଁ। ଅବଶ୍ୟ ଘୃଣା ସୃଷ୍ଟିକରିବା, ମିଥ୍ୟା ଓ ଅର୍ଦ୍ଧସତ୍ୟ ଖବର ପ୍ରସାର କରିବା ଏକ ନିଯୁକ୍ତି ବୋଲି ବିବେଚନା କରାଯାଉଛି। କାରଣ ଏହି କାର୍ଯ୍ୟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଯୁବତୀଯୁବକଙ୍କୁ କିଛି ଅର୍ଥ ବିନିମୟରେ ନିଯୁକ୍ତି ଦେଉଛନ୍ତି , ଯାହା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳେ। କିନ୍ତୁ ଏହା ଠିକ୍‌ ନୁହେଁ। ସଂଗଠିତ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇଁ ପ୍ରଚେଷ୍ଟା ହେବା ଉଚିତ।
Email:skmohapatra67@gmail.com
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri