Odisha Elections 2024

୪ ମାସରେ ହସ୍ପିଟାଲ ରାସ୍ତାକାମ ସରିବ

କଟକ ଅଫିସ,୨୧ା୪: ମଙ୍ଗଳାବାଗ ଥାନା ପ୍ରାଣୀଧନ ନିର୍ଦ୍ଦେଶାଳୟ ପରିସରକୁ ସ୍ଥାନାନ୍ତର କରାଯିବ। ଓଏମ୍‌ପି ଛକ ନିକଟ ଅଧ ଏକର ଜମିରେ ବ୍ଲଡ୍‌ ବ୍ୟାଙ୍କ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ ହେବ। ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏହାକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ତଥା ପ୍ରକଳ୍ପ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଅନିଲ କୁମାର ସାମଲ ଏସ୍‌ସିବି ମେଡିକାଲ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।
୨୦୨୩ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏଥିସହ ହସ୍ପିଟାଲର ୨ ପଟରେ ଆରମ୍ଭ ହୋଇଥିବା ୪ ଲେନ୍‌ କାର୍ଯ୍ୟ ଆସନ୍ତା ୪ ମାସ ମଧ୍ୟରେ ଶେଷ ହେବ ବୋଲି ସାମଲ ସୂଚନା ଦେଇଛନ୍ତି। ହସ୍ପିଟାଲର ୪ ପାଖରୁ ଗୋଟିଏ ପଟରେ ତାଳଦଣ୍ଡା କେନାଲ ରାସ୍ତା ରହିଥିବାବେଳେ ଅନ୍ୟ ପଟରେ ରିଂବନ୍ଧ ରାସ୍ତା ରହିଛି। ସେହିପରି ଅନ୍ୟ ଦୁଇ ପଟରୁ ଲେଫ୍ଟ ଆକ୍‌ସେସ୍‌ ରୋଡ୍‌ ଏବଂ ରାଇଟ୍‌ ଆକ୍‌ସେସ୍‌ ରୋଡ କାର୍ଯ୍ୟ ଆରମ୍ଭ ହୋଇଛି। ଲେଫ୍ଟ ଆକ୍‌ସେସ ଓ ରାଇଟ୍‌ ଆକ୍‌ସେସ୍‌ ରୋଡ ପାଇଁ ଜମି ଅଧିଗ୍ରହଣ ସରିଥିବାବେଳେ ବାକି ୨ଟି ଜମିର ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ସେହିପରି ନୂତନ ରେଡ୍‌କ୍ରସ୍‌ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ ହେବା ପରେ ଉକ୍ତ ପୁରୁଣା ବିଲ୍ଡିଂକୁ ଭାଙ୍ଗି ଦିଆଯିବ ବୋଲି ସାମଲ କହିଛନ୍ତି। ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ୧୩ଟି କାର୍ଯ୍ୟ (ରେସିଡେନ୍ସିଆଲ) ନାଗାର୍ଜୁନ ନାମକ ସଂସ୍ଥାକୁ ଦିଆଯାଇଥିଲାବେଳେ କ୍ଲିନିକାଲ ବ୍ଲକର ୪ଟି ପ୍ରକଳ୍ପକୁ ଏଲ୍‌ଆଣ୍ଡ୍‌ଟିକୁ ଦିଆଯାଇଛି। ୨୮୮୦ କୋଟି ଟଙ୍କା ବ୍ୟୟରେ ଏସ୍‌ସିବିର କ୍ଲିନିକାଲ ବ୍ଲକ କାର୍ଯ୍ୟ ଜାରି ରହିଛି। ବ୍ଲଡବ୍ୟାଙ୍କ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ପିଡବ୍ଲ୍ୟୁଡି ଦ୍ୱାରା କରାଯାଉଥିବା ସମ୍ପର୍କରେ ସାମଲ ସୂଚନା ଦେଇଛନ୍ତି। ଏହି ପରିଦର୍ଶନବେଳେ ଏଡିଏମ୍‌(ରେଭିନ୍ୟୁ) ପୂର୍ଣ୍ଣଚନ୍ଦ୍ର ମିଶ୍ର୍ର, କଟକ ସଦର ତହସିଲଦାରଙ୍କ ସମେତ ଏସ୍‌ସିବି ମେଡିକାଲ ରେଜିଷ୍ଟ୍ରାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri