ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୩ୟ ସ୍ଥାନରେ ନବୀନ, ସମ୍ପତ୍ତିର ମୂଲ୍ୟ ଏତିକି କୋଟି

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଗତ ନିର୍ବାଚନ ସମୟରେ ଦେଶର ମୁଖ୍ୟମନ୍ତ୍ରୀମାନେ ଦେଇଥିବା ସମ୍ପତ୍ତି ମୂଲ୍ୟକୁ ଭିତ୍ତିକରି ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ ମୁଖ୍ୟମନ୍ତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଜାଣନ୍ତୁ ଏହି ତାଲିକା ସମ୍ପର୍କରେ…

୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫୧୦ କୋଟି। ସେହିପରି ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ନିକଟରେ ୧୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସର୍ବାଧିକ ଧନୀ ତାଲିକାରେ ଅଛନ୍ତି। ନବୀନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ମୋଟ୍‌ ୬୩ କୋଟି ଟଙ୍କା।

୧. ଆନ୍ଧ୍ରପ୍ରଦେଶ ଜଗମୋହନ ରେଡ୍ଡୀ- ସମ୍ପତ୍ତି-୫୧୦ କୋଟି
୨. ଅରୁଣାଚଳ ପ୍ରଦେଶ -ପ୍ରେମା ଖାଣ୍ଡୁ-ସମ୍ପତ୍ତି-୧୬୩ କୋଟି
୩. ଓଡ଼ିଶା- ନବୀନ ପଟ୍ଟନାୟକ -ସମ୍ପତ୍ତି-୬୩କୋଟି
୪.ନାଗାଲଣ୍ଡ-ନିଫ୍ୟୁ ରିଓ- ସମ୍ପତ୍ତି- ୪୬ କୋଟି
୫. ପୁଡୁଚେରୀ- ଏନ୍‌ ରାଙ୍ଗା ସ୍ବାମୀ-ସମ୍ପତ୍ତି-୩୮ କୋଟି
୬. ତେଲେଙ୍ଗାନା- ଚନ୍ଦ୍ରଶେଖର ରାଓ-ସମ୍ପତ୍ତି-୨୩ କୋଟି
୭. ଛତିଶଗଡ଼- କୁମାର ବାଘେଲ- ସମ୍ପତ୍ତି-୨୩ କୋଟି
୮. ଆସାମ- ହେମନ୍ତ ବିଶ୍ୱଶର୍ମା-ସମ୍ପତ୍ତି-୧୭ କୋଟି
୯. ମେଘାଳୟ-କର୍ଣ୍ଣଡ ସଙ୍ଗମ-ସମ୍ପତ୍ତି ୧୪ କୋଟି
୧୦. ତ୍ରିପୁରା- ମାଣିକ ସାହା ସମ୍ପତ୍ତି- ୧୩ କୋଟି
୧୧. ମହାରାଷ୍ଟ୍ର-ଏକ୍‌ନାଥ ସିନ୍ଧେ-ସମ୍ପତ୍ତି-୧୧କୋଟି
୧୨. ଗୋଆ- ଡ.ପ୍ରମୋଦ ସାଓ୍ବାଦ -ସମ୍ପତ୍ତି- ୯କୋଟି
୧୩. କର୍ଣ୍ଣାଟକ- ବାସରାଜ ବାମଲ, ସମ୍ପତ୍ତି -୪କୋଟି
୧୪. ତାମିଲନାଡୁ -ଏମ୍‌ କେ ଷ୍ଟାଲିନ, ସମ୍ପତ୍ତି- ୮କୋଟି
୧୫. ଝାଡ଼ଖଣ୍ଡ- ହେମନ୍ତ ସୋରେନ, ସମ୍ପତ୍ତି – ୮କୋଟି
୧୬. ଗୁଜରାଟ- ଭୁପେନ୍ଦ୍ରଭାଲ ରାଜନାଥ ପଟେଲ, ସମ୍ପତ୍ତି ୮- କୋଟି
୧୭. ହିମାଚଳ ପ୍ରଦେଶ- ସୁକେନ୍ଦର ସିଂହ, ସମ୍ପତ୍ତି – ୭କୋଟି
୧୮. ମଧ୍ୟପ୍ରଦେଶ- ଶିବରାଜ ସିଂହ ଚୌହାନ, ସମ୍ପତ୍ତିି- ୭କୋଟି
୧୯. ରାଜସ୍ଥାନ- ଅଶୋକ ଗେହଲେଟ, ସମ୍ପତ୍ତି-୬କୋଟି
୨୦. ଉତ୍ତରାଖଣ୍ଡ-ପୁଷ୍କର ସିଂହ ଧାମି, ସମ୍ପତ୍ତି- ୪ କୋଟି
୨୧. ସିକିମ୍‌- ପ୍ରେମ ସିଂହ ତମାଙ୍ଗ ସମ୍ପତ୍ତି- ୩କୋଟି
୨୨. ମିଜୋରାମ୍‌- ଜରାମ ଥାଙ୍ଗା, ସମ୍ପତ୍ତିି- ୩କୋଟି
୨୩. ଦିଲ୍ଲୀ- ଅରବିନ୍ଦ କେଜ୍ରିଓ୍ବାଲ,ସମ୍ପତ୍ତିି- ୩ କୋଟି
୨୪. ବିହାର- ନୀତିଶ କୁମାର, ସମ୍ପତ୍ତି ୩ କୋଟି
୨୫. ପଞ୍ଜାବ-ଭଗବତ୍‌ ମାନ ସମ୍ପତ୍ତି -୧ କୋଟି
୨୬. ଉତ୍ତରପ୍ରଦେଶ- ଆଦିତ୍ୟ ନାଥ- ସମ୍ପତ୍ତି-୧ କୋଟି
୨୭. ମଣିପୁର- ବୀରେନ ସିଂହ, ସମ୍ପତ୍ତି-୧କୋଟି
୨୮. ହରିୟାଣା- ମନୋହର୍‌ ଲାଲ- ସମ୍ପତ୍ତି-୧ କୋଟି
୨୯. କେରଳ- ପିନାରାଇ ବିଜୟନ, ସମ୍ପତ୍ତି-୧କୋଟି
୩୦. ପଶ୍ଚିମବଙ୍ଗ- ମମତା ବାନାର୍ଜୀ, ସମ୍ପତ୍ତି-୧୫ଲକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri