ଜୁନାଗଡ଼ ବ୍ୟାଡ୍‌ମିଣ୍ଟନ ଆସୋସିଏଶନରେ ଫାଟ

ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ୟାଡ୍‌ମିଣ୍ଟନ ଆସୋସିଏଶନରେ ଏବେ ଫାଟ ଦେଖିବାକୁ ମିଳିଛି। ଏକାଥରକେ ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଉପସଭାପତି ଓ ସହସମ୍ପାଦକ ସମେତ ୪ଜଣ ଇସ୍ତଫା ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷ ଭାବେ ସମ୍ପାଦକ ସମୀର ସାହୁ, କାର୍ଯ୍ୟକାରୀ ସଭାପତି ସରୋଜ ପଣ୍ଡା, ଉପସଭାପତି ଜଲି ପରାଭୋଇ ଓ ସହସମ୍ପାଦକ ରଶ୍ମିତା ଶବର ପ୍ରମୁଖ ମାର୍ଚ୍ଚ ୧୩ ତାରିଖରେ ଘରୋଇ ଅସୁବିଧା କିମ୍ବା ଅନ୍ୟ କୌଣସି ଅସୁବିଧାରୁ ନିଜ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ଇସ୍ତଫାପତ୍ର ଆଜି ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନ ଥିବା ଜଣାପଡିଛ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ଅଞ୍ଚଳରେ ଖେଳର ବିକାଶ ଓ ବହୁ ମାତ୍ରାରେ ଜିଲାସ୍ତରୀୟ, ରାଜ୍ୟସ୍ତରୀୟ ତଥା ଅନ୍ତର୍ଜାତିକ ଖେଳାଳି ସୃଷ୍ଟି କରିବା ପାଇଁ ଜୁନାଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ କ୍ରିକେଟ ଷ୍ଟାଡିୟମ ପରିସରରେ ଅଢେଇ କୋଟିରୁ ଊଦ୍ଧର୍‌ବ ଟଙ୍କାରେ ଉଡେନ ସିନ୍ଥେଟିକ ବ୍ୟାଡମିଣ୍ଟନ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିରେ ଏକା ସାଙ୍ଗରେ ୩ଟି ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇପାରିବ। ଏହି ବ୍ୟାଡମିଣ୍ଟନ ଆସୋସିଏଶନ ସଭାପତି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଅଛନ୍ତି। ଗତ ଏକ ବର୍ଷ ହେବ କୌଣସି ମିଟିଂ କିମ୍ବା କୌଣସି ଟୁର୍ନାମେଣ୍ଟ ହୋଇନାହିଁ। ଫଳରେ ଅନେକ ଖେଳାଳିଙ୍କୁ କିଛି ଶିଖିବାକୁ ମିଳୁନାହିଁ। ଅନେକ ଖେଳାଳି କେବଳ ଶରୀରକୁ ଫିଟ ରଖିବା ଭଳି ବ୍ୟାୟାମ କରି ଚାଲିଯାଉଛନ୍ତି। କିଛି ସଭ୍ୟ ଅଛନ୍ତି ନିଜ ନିଜକୁ ସୁହାଇଲା ଭଳି କାମ କରୁଛନ୍ତି। କମିଟି ନିର୍ଦ୍ଦେଶ ମଧ୍ୟ ପାଳନ କରୁନାହାନ୍ତି। ଏ ନେଇ ସଭାପତି ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। କୋଟି କୋଟି ଟଙ୍କାରେ ଇନ୍‌ଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥଲେ ସୁଦ୍ଧା ଇଛାଶକ୍ତି ଅଭାବରୁ କୌଣସି ଟୁର୍ନାମେଣ୍ଟ ନ ହେବା ଖେଳାଳିଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସେହିଭଳି ଏହାର ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରୁନାହିଁ। ଏଥିରେ ଲାଗିଥିବା କିଛି ବିଦ୍ୟୁତ୍‌ ବଲ୍‌ ମଧ୍ୟ ଖରାପ ହୋଇଗଲାଣି। ତାହା ମଧ୍ୟ ଲାଗି ପାରୁନାହିଁ। ଏ ନେଇ ସମ୍ପାଦକ ସମୀର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୁଁ ବ୍ୟକ୍ତିଗତ ଭାବେ ମୋ ପରିବାରକୁ ସମୟ ଦେଇ ପାରୁ ନ ଥିବା ଯୋଗୁ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri