ଭାରତର ସବୁଠୁ ଧନୀ ମହିଳା କିଏ ଜାଣନ୍ତି

ନୂଆଦିଲ୍ଲୀ,୨୬।୩: ବିଶ୍ୱର ଧନୀ ତାଲିକାରେ ମହିଳାମାନେ ପୁରୁଷଙ୍କଠାରୁ ପଛରେ ନାହାନ୍ତି। ଆମେରିକା, ଜର୍ମାନୀ, ଇଟାଲୀ ଏବଂ ଭାରତ ସମେତ ଅନ୍ୟାନ୍ୟ ଦେଶରୁ ମହିଳାମାନେ ଧନୀ ତାଲିକାରେ ସାମିଲ ଅଛନ୍ତି। ଫୋର୍ବସ ବିଲିୟନେୟାର ତାଲିକାରେ ଆମେରିକାରେ କେବଳ ୯୨ ବିଲିୟନେୟାର ମହିଳା ଥିବାବେଳେ ଚାଇନାରେ ୪୬, ଜର୍ମାନୀରେ ୩୬, ଇଟାଲୀରେ ୧୬ ଏବଂ ଭାରତରେ ୯ ଜଣ ସାମିଲ ଅଛନ୍ତି। ଫୋର୍ବସ ବିଲିୟନେୟାର ତାଲିକା ଅନୁଯାୟୀ, ଦୁନିଆର ସବୁଠାରୁ ଧନୀ ମହିଳା ହେଉଛନ୍ତି ଫ୍ରାନ୍ସର ଲ’ଅରିଆଲ କମ୍ପାନୀର ମାଲିକ ଫ୍ରାଙ୍କୋଇସ ବେଟେନକୋର୍ଟ ମେରେସ। ଫ୍ରାଙ୍କୋଇସ ବେଟେନକୋର୍ଟଙ୍କ ସମ୍ପତ୍ତି ୮୫.୯ ବିଲିୟନ ଡଲାର। ଦୁନିଆର ସବୁଠାରୁ ଧନୀ ତାଲିକାରେ ସେ ୧୨ ନମ୍ବରରେ ଅଛନ୍ତି। ଫୋର୍ବସର ବିଲିୟନେୟାର ତାଲିକାରେ ମୁକେଶ ଅମ୍ବାନୀ ୧୩ ନମ୍ବରରେ ଅଛନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ହେଉଛି ୭୮.୮ ବିଲିୟନ ଡଲାର। ମୁକେଶ ଅମ୍ବାନୀ ବର୍ତ୍ତମାନ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। ମୁକେଶ ଅମ୍ବାନୀଙ୍କ ପରେ ଗୌତମ ଆଦାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି।
ଭାରତର ସବୁଠାରୁ ଧନୀ ମହିଳା ହେଉଛନ୍ତି ସାବିତ୍ରୀ ଜିନ୍ଦଲ। ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଓପି ଜିନ୍ଦଲଙ୍କ ସ୍ତ୍ରୀ। ୨୦୦୫ରେ ହେଲିକପ୍ଟର ଦୁର୍ଘଟଣାରେ ଓପି ଜିନ୍ଦଲଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବ୍ୟବସାୟର ଦାୟିତ୍ୱ ନେଇଥିଲେ। ତେବେ ତାଙ୍କ ବ୍ୟବସାୟ ଚାରି ପୁଅଙ୍କ ମଧ୍ୟରେ ବିଭକ୍ତ ହୋଇଛି। ସାବିତ୍ରୀ ଜିନ୍ଦଲ ତାଙ୍କ ବଡ ପୁଅର ବ୍ୟବସାୟର ଦାୟିତ୍ୱ ନିଅନ୍ତି।
ଫୋର୍ବସ ତାଲିକା ଅନୁଯାୟୀ ସାବିତ୍ରୀ ଜିନ୍ଦଲ ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତିର ମୂଲ୍ୟ ୧୬.୪ ବିଲିୟନ ଡଲାର୍‌ (୧୩,୫୦୪ କୋଟି) ଅଟେ। ସେ ବିଶ୍ୱର ଧନୀ ତାଲିକାରେ ୧୦୧ ନମ୍ବରରେ ଅଛନ୍ତି। ତାଙ୍କ କମ୍ପାନୀ ଇସ୍ପାତ, ବିଦ୍ୟୁତ, ଭିତ୍ତିଭୂମି ଏବଂ ସିମେଣ୍ଟର ବ୍ୟବସାୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri