ରାହୁଲଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ: ବିଧାନସଭାରେ ଝଡ଼

ଭୁବନେଶ୍ବର, ୨୫ା୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଶୁକ୍ରବାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି ଆଲୋଚନା ସମୟରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା ଆରମ୍ଭ କରିଥିଲେ। ବାଚସ୍ପତି ପ୍ରଥମେ ଗୃହକୁ ୪ଟା ୬ ମିନିଟ୍‌ ସମୟରେ ୨୦ ମିନିଟ୍‌ ଲାଗି ମୁଲତବୀ ରଖିଥିଲେ। ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଭାଜପା ବିରୋଧୀ ସ୍ଲୋଗାନ ଦେଇ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା ଆରମ୍ଭ ହୋଇଥିଲା। ପୁଣିଥରେ ୪ଟା ୫୬ ପର୍ଯ୍ୟନ୍ତ ବାଚସ୍ପତି ୩୦ ମିନିଟ୍‌ ପାଇଁ ମୁଲତବୀ ରଖିଥିଲେ। ଏହାପରେ ପୁଣି କଂଗ୍ରେସ ସଦସ୍ୟମାନଙ୍କ ହୋହଲ୍ଲା ଭିତରେ ଆଉ ଦୁଇଥର ୩୦ ମିନିଟ୍‌ ଲେଖାଏଁ ମୁଲତବୀ ରଖିବା ସହ ୬ଟା ୧ରେ ସମ୍ପୂର୍ଣ୍ଣ ଗୃହକୁ ସୋମବାର ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କରିଦେଇଥିଲେ। ଶେଷରେ ଆସନ୍ତା ୨୯ ତାରିଖରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ଜରିଆରେ ପାସ୍‌ ହେବ ବୋଲି ବାଚସ୍ପତି କହିଥିଲେ। ତେବେ ଏହି ପ୍ରସଙ୍ଗରେ ବାରମ୍ବାର ଶାସକ ବିଜେଡି ସଦସ୍ୟମାନେ ମାପିଚୁପି ବୟାନ ଦେଇଥିବାବେଳେ କଂଗ୍ରେସ ଓ ଭାଜପା ସଦସ୍ୟଙ୍କ ମଧ୍ୟରେ ଗୃହରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି।
ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଦେଶରେ ଗଣତନ୍ତ୍ର ବୋଲି କିଛିନାହିଁ। କେନ୍ଦ୍ରର ଭାଜପା ସରକାର ଆଜି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରକୁ ଭୟ ହୋଇଯାଇଛି। ସେମାନେ ଏକଚ୍ଛତ୍ରବାଦ ଶାସନ ଚଳାଇଛନ୍ତି। ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗଣତନ୍ତ୍ରରେ ଶୁଭଙ୍କର ନୁହେଁ। କଟକ ବିଧାୟକ ବି ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ସେ କ’ଣ ପଦ ହରାଇଲେ କି। ଓଡ଼ିଶା ସରକାର ଓ ବାଚସ୍ପତି ତାଙ୍କୁ ସମୟ ଦେଲେ। ତାହା ହିଁ ହେଉଛି ଗଣତନ୍ତ୍ର। କିନ୍ତୁ ରାହୁଲଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଅସହିଷ୍ଣୁ ହୋଇପଡ଼ିଛନ୍ତି। ରାହୁଲଙ୍କୁ ଉପରକୋର୍ଟରୁ ଆଶ୍ୱସ୍ତି ମିଳିଥାନ୍ତା, ହେଲେ ସେଥିପାଇଁ ସମୟ ଦିଆଗଲା ନାହିଁ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଛନ୍ତି, ଭାଜପା ଭୟରେ ରାହୁଲ ଗାନ୍ଧିଙ୍କୁ ପାର୍ଲାମେଣ୍ଟରୁ ବାହାରେ ରଖିବାକୁ ଚେଷ୍ଟା କରିଛି। କାଳେ ସେ ଭାଜପାର ଅସଲ ମୁଖା ଖୋଲିଦେବେ ସେହି ଭୟ ଏବେ ଭାଜପାକୁ ଘାରିଛି।
କିନ୍ତୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହାକୁ ବିରୋଧକରି କହିଥିଲେ, କଂଗ୍ରେସ ଶାସନ ସମୟରେ ନିୟମ ହୋଇଥିଲା, ଯେଉଁମାନଙ୍କୁ ୨ବର୍ଷ ବା ତା’ଠୁ ଅଧିକ ଦଣ୍ଡାଦେଶ ହେବ ତାଙ୍କ ସଦସ୍ୟତା ରଦ୍ଦ ହେବ। ଏଥିରେ କାହାର କିଛି କରିବାର ନାହିଁ। ସମସ୍ତଙ୍କ ପାଇଁ ନିୟମ ସମାନ। ରାହୁଲ କ’ଣ ଆଇନରେ ଊର୍ଦ୍ଧ୍ୱରେ କି। ରାହୁଲ ଉପରକୋର୍ଟକୁ ଯାଇପାରନ୍ତି, କିନ୍ତୁ ନିୟମ ଅନୁସାରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଗୃହର ସଦସ୍ୟ ନ ଥିବା ରାହୁଲଙ୍କୁ ନେଇ ଗୃହ ବନ୍ଦ କରିବାର ଅଧିକାର କଂଗ୍ରେସର ନାହିଁ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ତଥା ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି, ଆଇନଗତ ପ୍ରକ୍ରିୟାରେ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶକୁ ତ କେହି ଅବମାନନା କରିପାରିବେ ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବାଚସ୍ପତି ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଯାହା ହେବା କଥା ହୋଇଛି। ବିଜେଡି ପାଇଁ ଉଭୟ କଂଗ୍ରେସ ଓ ଭାଜପା ସମାନ। ତେଣୁ ଏହି ପ୍ରସଙ୍ଗରେ ବିଜେଡି କୌଣସି ପ୍ରତିକ୍ରିୟା ଦେବା ଉଚିତ ନୁହେଁ। ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri