ଏପଟେ ଝଲସୁଛି, ସେପଟେ ଅନ୍ଧାର

ଭୁବନେଶ୍ୱର,୨୩।୧(ବ୍ୟୁରୋ):ହକି ବିଶ୍ୱକପ୍‌କୁ ନେଇ କଳିଙ୍ଗ ଷ୍ଟାଡିୟମ୍‌ ଓ ଆଖପାଖ ଅଞ୍ଚଳ ରଙ୍ଗିନ ଆଲୋକମାଳାରେ ଝଲସୁଛି। ସେପଟେ ଡଟ୍‌ଫେଷ୍ଟ ଆୟୋଜିତ ହେଉଥିବା ୟୁନିଟ୍‌-୩ ଅଞ୍ଚଳର ଆଲୋକୀକରଣ ଆଖି ଝଲସେଇ ଦେଉଛି। ତେବେ ଆଲୋକର ଆବଶ୍ୟକତା ରହିଥିବା ସହରର ଅନେକ ଅଞ୍ଚଳ ଏବେ ବି ଅନ୍ଧାର ଘେରରେ ରହିଛି। ସହରର ଅନେକ ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ଦୀର୍ଘଦିନ ଧରି ଅଚଳ ରହିଛି। ଜୟଦେବ ବିହାର ଅଞ୍ଚଳକୁ ଚିକ୍‌ମିକ୍‌ ଆଲୋକରେ ସଜାଯାଇଥିବାବେଳେ ଜୟଦେବ ବାଟିକା ଅଞ୍ଚଳରେ ମାସ ମାସ ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି କରାଯାଉ ନାହିଁ। ଖଣ୍ଡଗିରି ଜୟଦେବ ବାଟିକା ମୁଖ୍ୟ ଫାଟକ ନିକଟରୁ ଆମ୍ରି ହସ୍ପିଟାଲ ପର୍ଯ୍ୟନ୍ତ ଓ ଜଗମୋହନ ନଗର ଛକରୁ ଆଜାଦ ମାର୍ଗ ପର୍ଯ୍ୟନ୍ତ ହାତଗଣତି କେତୋଟି ଷ୍ଟ୍ରିଟ୍‌ ଲାଇଟ୍‌କୁ ବାଦ ଦେଲେ ଅଧିକାଂଶ ଅଚଳ ରହିଥିବାରୁ ଏସବୁ ଅଞ୍ଚଳ ଅନ୍ଧାର ରହୁଛି। ଲକ୍ଷ୍ମୀସାଗର ଅଞ୍ଚଳରୁ ମଧ୍ୟ ସମାନ ଅଭିଯୋଗ ଆସୁଛି। କେତେକ ଷ୍ଟ୍ରିଟ୍‌ ଲାଇଟ୍‌ ଦିନରାତି ଧପ୍‌ଧପ୍‌ ହୋଇ ଜଳୁଛି। ସେହିପରି ଜାତୀୟ ରାଜପଥ ଓଭର ବ୍ରିଜ୍‌ ଉପରେ ମଧ୍ୟ ଅନେକ ସ୍ଥାନରେ ସମାନ ପରିସ୍ଥତି ଦେଖିବାକୁ ମିଳୁଛି। କେତେକ ଇଲେକ୍ଟ୍ରି ଖୁଣ୍ଟରେ କୌଣସି ବିବରଣୀ ନ ଥିବାରୁ ଅଭିଯୋଗ କରିବାରେ ମଧ୍ୟ ସମସ୍ୟା ହେଉଥିବା ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri