ସ୍ବତନ୍ତ୍ର କ୍ୟାବିନ୍‌ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୫।୧(ଡି.ଏନ୍‌.ଏ.): ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଦୀର୍ଘବର୍ଷ ଧରି ଛତ୍ରପୁର ହସ୍ପିଟାଲ ପରିସରରେ ଥିବା ସ୍ବତନ୍ତ୍ର କ୍ୟାବିନ ଜରାଜୀର୍ଣ୍ଣ ଅବସ୍ଥାରେ ବନ୍ଦ ରହିଛି। ଉକ୍ତ ୫ ଟି ସ୍ବତନ୍ତ୍ର କ୍ୟାବିନକୁ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି କ୍ୟାବିନର ଭଡା ୨୦୦ ଟଙ୍କା ରଖିବାକୁ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି। ହାଇସ୍କୁଲ ଭଳି ୫-ଟି ଆଧାରରେ ଛତ୍ରପୁର ହସ୍ପିଟାଲର ରୂପାନ୍ତକରଣ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏଥିପାଇଁ ଡିଜାଇନ ପ୍ରସ୍ତୁତ ହେବ ଏବଂ ଏହାର କାମ ଆରମ୍ଭ ହେବ। ବୈଠକରେ କେତେଜଣ ସରକାରୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଉପଜ଼ିଲାପାଳ ନାପସନ୍ଦ କରିଥିଲେ। ଏଣିକି ଅନୁପସ୍ଥିତ ରହିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ହସ୍ପିଟାଲ ଆଉଟଡୋର ନିକଟରେ ୧୦୮ ଆମ୍ବୁଲାନ୍ସ ରଖିବାକୁ ସ୍ଥିର ହୋଇଛି। ଜଣେ ଲ୍ୟାବ୍‌ ଟେକ୍‌ନିସିଆନ ଥିବାରୁ ବିଭିନ୍ନ ରକ୍ତ ପରୀକ୍ଷାରେ ବିଳମ୍ବ ହେଉଛି। ତେଣୁ ସେଠାରେ ୩ ଜଣଙ୍କୁ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କାହ୍ନୁ ଗୌଡ଼, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ସମିତି ସଦସ୍ୟ ବିଜୟ ପଟ୍ଟନାୟକ, ଏସ୍‌. ରେଖା ମହାନ୍ତି,
ବସନ୍ତ କୁମାର ମହାରଣା ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri